-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2024
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଜଳନ୍ଧର ମହାବିଦ୍ୟାଳୟ ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁସଂଗ ଡିଗ୍ରୀ ମହାବିଦ୍ୟାଲୟ ର ଓଡିଆ ଅଧ୍ୟାପକ ଡ. ଲକ୍ଷ୍ମଣ ମେହେର ଯୋଗ ଦେଇଥିବା ବେଳେ ଉକ୍ତ କଲେଜ ର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଙ୍କ ଅଧ୍ୟକ୍ଷତା ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଓ ଲଳିତ ବାଗ ମଞ୍ଚ ପରିଚାଳନା କରି ଥିଲେ l ଏହା ସହିତ ଅଧ୍ୟାପକ ଚୌବନ ସାହୁ ମଞ୍ଚାସିନା ଥିଲେ l ଏହି ସଭାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ନୂଆ ଯୋଜନା ମାଧ୍ୟମ ରେ ବିଭିନ୍ନ ବିଭାଗ ର ପ୍ରଶାସନିକ ନିମନ୍ତ୍ରଣ ରେ ଥିବା ରାଜ୍ୟ ସରକାର ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ଅନୁଷ୍ଠାନ ମାନ ଙ୍କରେ ପ୍ରତି ଯୋଗିତା ଓ ମାର୍ଗ ଦର୍ଶିକl ଉପରେ ଆଲୋକ ପାତ କରିଥିଲେ l ଶେଷରେ କ୍ରୀଡ଼ା , ପ୍ରବନ୍ଧ , ହସ୍ତାକ୍ଷର , ଓଡ଼ିଆ ସ୍ଲୋଗାନ ଲେଖା ପ୍ରତିଯୋଗିତା ର ପୁରସ୍କାର ସହ ପ୍ରମାଣ ପତ୍ର ବିତରଣ ରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୂପମା ପଧାନ , ସ୍ଥାନୀୟ ସରପଞ୍ଚ ପ୍ରମିଳା ସାହୁ ଙ୍କ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରା ଯାଇଥିଲା l ଏହା ସହିତ ଶଲାବୁଢ଼ା ର ସିନେମା ପ୍ରଦର୍ଶନ କରାଯାଇଥିଲା l