-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବହୁ ପ୍ରତିକ୍ଷିତ ଗୋଧନେଶ୍ଵର ମହାନଦୀ ବ୍ୟାରେଜ୍ (ଜଳ ସଂରକ୍ଷଣ) ପ୍ରକଳ୍ପ କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି। ଉକ୍ତ ପ୍ରକଳ୍ପ ଏଠାରେ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଲକ୍ଷାଧିକ ଜନସାଧାରଣ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି। ତାହା ସହ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ, ଜଳ ସଂରକ୍ଷଣ, ପାନୀୟ ଜଳ, ମତ୍ସ୍ୟ ଚାଷ ସହ ଜଳ ପର୍ଯ୍ୟଟନ ସୃଷ୍ଟି ହୋଇପାରିବ। ଅଞ୍ଚଳର ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଓଡ଼ିଆ ସରକାରଙ୍କ ପକ୍ଷରୁ ୧୦୨୪ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ପ୍ରକଳ୍ପ ନିର୍ମାଣ ସହ ୭୬ ଫାଟକ ରହିବାର ପ୍ରସ୍ତାବ ରହିଛି। ଆଗରୁ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହେଇ ଆସୁଥିଲା। ଏହି ଅବସରରେ ଜଟେସିଂହା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ ମେହେର,ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି, ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା, ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ବିଜେଡି ବ୍ଳକ ସଭାପତି ଶମ୍ଭୁନାଥ ଖଣ୍ଡଗିରି, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ, ସମିତି ସଭ୍ୟ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପୁରୋହିତ, ସରପଞ୍ଚ ସଂଘ ସଭାପତି ଶ୍ରୀୟା କର୍ମୀ, ସ୍ଥାନୀୟ ସରପଞ୍ଚ ସୁନୀତା ପଧାନ, ସମିତି ସଭ୍ୟା ରଶ୍ମିତା ପାଣ୍ଡେ, ସମସ୍ତ ସମିତି ସଭ୍ୟ/ ସଭ୍ୟା , ସମସ୍ତ ସରପଞ୍ଚ, ମିଶନ ଶକ୍ତି ମହିଳା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ଥିଲେ।