-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ସମାଜସେବା ପାଇଁ ଆଗଭର ଦିବ୍ୟାଙ୍ଗ ଯୁବକ : ରକ୍ତ ଦରକାର ହେଲେ କିମ୍ବା ଅସହାୟ ରୋଗୀଙ୍କ ଚିକିତ୍ସା ସମୟରେ ଖୋଜାପଡ଼ନ୍ତି ବବଲୁ ମିଶ୍ର

17-Nov-2021



ବଲାଙ୍ଗୀର, ହସ ହସ ମୁହଁ, ମନରେ ଗଭୀର ଆତ୍ମବିଶ୍ୱାସ । କିଛି ଭିନ୍ନ କରିବାର ପ୍ରବଳ ଇଚ୍ଛା । ମନରେ କୌଣସି ଦୁଃଖ, ନାହିଁ କି ଭଗବାନଙ୍କ ଉପରେ ଅଭିମାନ ନାହିଁ । ଜନ୍ମରୁ ସେ ପୋଲିଓରେ ଆକ୍ରାନ୍ତ । ଠିକ ଭାବରେ ଚାଲିବା ମଧ୍ୟ କଷ୍ଟକର । ହେଲେ ଭିନ୍ନକ୍ଷମଙ୍କୁ ନୂଆ ବାର୍ତ୍ତା ଦେଉଛନ୍ତି,  କେବେ ସ୍କୁଟିରେ ହଜାର ହଜାର କିଲୋମିଟର ଅତିକ୍ରମ କରି ତ କେବେ ଜିମରେ ସିକ୍ସପ୍ୟାକ ଦେଖାଇ ଅନ୍ୟ ମାନଙ୍କୁ ଚକିତ କରୁଛନ୍ତି । ଆଉ କେବେ ସମାଜସେବାରେ ଦେଖାଇଛନ୍ତି ନିଜର ପାରିବା ପଣିଆ । ଏମତି କିଛି କାମ କରି ଭିନ୍ନକ୍ଷମ ହୋଇ ବି ସକ୍ଷମ ସାଜିଛନ୍ତି ବଲାଙ୍ଗିର ବରପାଲିପଡାର ବବଲୁ ମିଶ୍ର ।

 ୩୨ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ବବଲୁ ମିଶ୍ର ବଲାଙ୍ଗିର ବରପାଲି ପଡାରେ ଘର । ପ୍ୟାଲେସ ଲାଇନ ପଡାର ୱମେନ୍ସ କଲେଜ ଛକରେ ଏକ ଗିଫ୍ଟ ଦୋକାନ ଖୋଲିକି ବବଲୁ ଆତ୍ମ ନିର୍ଭରଶୀଳ ହୋଇଛନ୍ତି । ବବଲୁ ମିଶ୍ର ଜନ୍ମରୁ ପୋଲିଓରେ ଆକ୍ରାନ୍ତ । ତଥାପି ମନରେ ଭରି ରହିଛି ଗଭୀର ଆତ୍ମବଳ । ସବୁବେଳେ କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଅସାଧାରଣ କରିଛି । ତେବେ ସେ ଶିରଡି ସାଇ ବାବାଙ୍କ ଜଣେ ବଡ ଭକ୍ତ । ସାଇ ବାବାଙ୍କ ଧାମକୁ ଯିବା ପାଇଁ ବବଲୁ ମିଶ୍ର ସ୍କୁଟିରେ ଶିରଡି ଧାମ ଯିବା ପାଇଁ ସଂକଳ୍ପ କରିଥିଲେ ।
ଗତ ୯ ତାରିଖରେ ନିଜର ସ୍କୁଟି ସାହାଯ୍ୟରେ ସିଙ୍ଗଲ ରାଇଡ କରିକି ବାହାରିଥିଲେ ବବଲୁ । ଦୁଇ ଦିନରେ ଶିରଡି ଧାମ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହିତ ଶନି ସିଙ୍ଗଣାପୁର ଯାଇ ଶନିଦେଵ ଙ୍କ ଦର୍ଶନ କଲେ । ଆଉ ତା’ପରେ ପୁଣି ଦୁଇଦିନର ଯାତ୍ରା କରି ବଲାଙ୍ଗିରକୁ ଫେରିଆସିଥିଲେ । ଚାରିଦିନରେ ପାଖାପାଖି ତିନି ହଜାର କିଲୋମୋଟର ସ୍କୁଟିରେ ସିଙ୍ଗଲ ରାଇଡ କରି ପୋଲିଓ ଆକ୍ରାନ୍ତ ବବଲୁ ମିଶ୍ର ଅନ୍ୟ ଦିଵ୍ୟାଙ୍ଗ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତିଆଜି ସମାଜରେ,
 କେବଳ ଶିରଡି ଧାମ ସ୍କୁଟି ରାଇଡ କରି ଚର୍ଚ୍ଚାକୁ ଆସି ନାହାନ୍ତି ବବଲୁ ମିଶ୍ର, ତାଙ୍କର ଅନ୍ୟାନ୍ୟ କାମ ମଧ୍ୟ ବେଶ ପ୍ରଶଂସନୀୟ । ବବଲୁ ମିଶ୍ର କଂପ୍ୟୁଟରରେ ଇଂଜିନିୟରିଂ କରିଛନ୍ତି । କିନ୍ତୁ ଚାକିରୀ ପଛରେ କେବେ ଗୋଡାଇ ନାହନ୍ତି କେଵେ ମଧ୍ୟ । ନିଜେ ଏକ ଗିଫ୍ଟ ଦେକାନ ଖୋଲି ଆତ୍ମ ନିର୍ଭରଶୀଳ ହୋଇଛନ୍ତି । ପୋଲିଓ ଆକ୍ରାନ୍ତ ହୋଇ ମଧ୍ୟ ସକ୍ଷମଙ୍କ ଭଳି ଜିମକୁ ଯାଇ ସିକ୍ସ ପ୍ୟାକ ବଡି ବନାଇଛନ୍ତି ।
 କୋଭିଡ ସମୟରେ ପଦାକୁ ବାହାରି ଲୋକଙ୍କୁ ଖାଇବା ଦେଉଥିଲେ ବବଲୁ । ଅସହାୟ ରୋଗୀଙ୍କ ଚିକିତ୍ସା ମଧ୍ୟ କରାଉଥିଲେ । କେବେ କାହାକୁ ରକ୍ତ ଦରକାର ହେଲେ ଖୋଜାପଡନ୍ତି ଦିବ୍ୟାଙ୍ଗ ବବଲୁ । ବବଲୁଙ୍କ ଭକ୍ତି ଏବଂ ଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗ ଶରୀର । ବବଲୁଙ୍କ ଏହି ମହତ କାମକୁ ଦେଖି ସାଙ୍ଗ ମାନେ କହୁଛନ୍ତି ବବଲୁ ମିଶ୍ର ଦି ବେଷ୍ଟ ।

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ