-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର

29-Oct-2026



ବଲାଙ୍ଗିର,- ଆଜି ବଲାଙ୍ଗିର ସମ୍ବାଦିନ ଭବନ ଠାରେ ଓଡିଶା କେଉଁତ-କୈବର୍ତ୍ତ-ଧୀବର (କେକେଡି) ହଟାଓ ଆକ୍ସନ କମିଟି ର ଆବାହକ ତଥା ସାଧାରଣ ସଂପାଦକ ଡିଙ୍ଗର କୁମ୍ଭାର ଏବଂ ସଂଘର ଉପସଭାପତି ସୁବ୍ରତ ଜଗଦଲା ଏବଂ ଭୀମ ଆର୍ମୀର ଚିନୁ ହରପାଲ ଓ ଆଇନଜୀବୀ ନିନେଶ ନାଗ ଙ୍କ ନେତୃତ୍ୱରେ ଅଲ ଓଡିଶା କେଉଁତ-କୈବର୍ତ୍ତ-ଧୀବର (କେକେଡି) ହଟାଓ ଆକ୍ସନ କମିଟି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନ୍‌.ସି.ଏସ୍‌.ସି) ନିକଟରେ ଏକ ବିସ୍ତୃତ ଓ ତଥ୍ୟ ଭିତ୍ତିକ ଅଭିଯୋଗ ପତ୍ର ଦାଖଲ କରିଛି । ଓଡିଶା ସରକାର ପତ୍ର ନଂ.୨୪୨୦୪ ତା.୦୬.୧୦.୨୦୨୫ ତଥା ଏସ୍‌ସିଏସ୍‌ଟି  ଆରଟିଆଇ ରିପୋର୍ଟ ଅନୁସାରେ ଓଡିଶା ଅନୁସୂଚିତ ଜାତି ତାଲିକାର କ୍ରମିକ ନଂ.୨୪ ରୁ କୈଉଁତ-କୈବର୍ତ୍ତ-ଧିବର ଙ୍କୁ ତୁରନ୍ତ ବାଦ ଦେବା ଦାବି କରାଯାଇଛି । ବୈଜ୍ଞନିକ ଅଧ୍ୟୟନ ଓ ସରକାରୀ ଅଭିଲେଖ ଦ୍ୱାରା ଏହି ଗୋଷ୍ଠୀମାନେ ଅଛୁଆଁ ନୁହଁନ୍ତି ଏବଂ ସାଧାରଣ / ଓବିସି ବର୍ଗ ଅର୍ନ୍ତଭୁୁକ୍ତ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି । ୨୦୦୨ ମସିହାର ଭୁଲ ଅନ୍ତର୍ଭୁକ୍ତି ଯୋଗୁଁ ମୂଳ ଅସ୍ପୃଶ୍ୟ ଦଳିତ ସମାଜ ମାତ୍ରାଧିକ ଭେଦଭାବ, ସୁଯୋଗହାନୀ ଓ ସମାଜିକ ଅନ୍ୟାୟର ଶିକାର ହେଉଛନ୍ତି । କମିଟି ଆହୁରି ମଧ୍ୟ ଯାଜପୁର (ଏସ୍‌.ସି) ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଉଠାଇଛି । ଉକ୍ତ ଉଭୟ କେଉଁଟ ଜାତିର ଅଟନ୍ତି ଏବଂ ଯଥାକ୍ରମେ କୈବର୍ତ୍ତ ଏମ୍ପ୍ଲୟିଜ ଫୋରମ ଅଫ୍ ଓଡିଶାର ଅଧ୍ୟକ୍ଷ ଓ ମୁଖ୍ୟ ଉପଦେଷ୍ଟା ରହିଛନ୍ତି । ସେମାନେ ସରକାରୀ ପଦବୀର ଅପବ୍ୟବହାର କରି ସରକାରୀ କର୍ମଚାରୀଙ୍କୁ ସରକାର ବିରୋଧରେ ସ୍ୱର ଉଠାଇବାକୁ ଉତ୍ସାହିତ କରିବା ସହିତ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର

ବୈଧ ପ୍ରକ୍ରିୟାକୁ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ବାଧା ଦେଉଥିବା ଅଭିଯୋଗ କରାଯାଇଛି । ଏପରିକି ଉକ୍ତ ଦୁଇଟି ବ୍ୟକ୍ତି ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ତତ୍ ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ ଓ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିରାମ ଦେବାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । କେଉଁଟ ସମ୍ପ୍ରଦାୟର ଅନେକ କାର୍ଯ୍ୟରତ ଅଫିସରଙ୍କ ସରକାର ବିରୋଧୀ ଆଭିମୁଖ୍ୟ ଉକ୍ତ ରାଜନୈତିିକ ବ୍ୟକ୍ତି ବିଶେଷଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତା ଯୋଗୁଁ ସମ୍ଭବ ହୋଇଛି । ବଗତ ସମୟରେ ରାଜ୍ୟ ସ୍ତରୀୟ ଜାତି ପ୍ରମାଣପତ୍ର ଯାଞ୍ଚ କମିଟିକୁ ପ୍ରଭାବିତ କରି ମାମଲା ସ୍ଥଗିତ କରାଇବା, ତଥା ଡଃ ମୁକେଶ ମହାଲିଙ୍ଗ ବିରୁଦ୍ଧରେ ୨୦୦୨ ପୂର୍ବରୁ ଏକାଧିକ ଜାଳି ଜାତି ପ୍ରମାଣପତ୍ର ବ୍ୟବହାର କରିଥିବା ଆଧାରରେ ପଦ୍ମପୁର ଏସ୍‌ଡିଜେଏମ୍ ଦ୍ୱାରା ଏଫ୍‌ଆଇଆର ରୁଜୁ କରିବାର ଆଦେଶନାମାକୁ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ ଦ୍ୱାରା ସ୍ଥଗିତ ରଖାଇବା ଭଳି ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପ କରାଯାଇଛି । ଏହା ସହିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଓଡିଶାର ସରକାରୀ ସୁପାରିଶ କୁ ଚ୍ୟାଲେଞ୍ଜ କରି ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଜଣେ କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳର ସାଂସଦ ଥାଇ ମଧ୍ୟ ସରକାର ଓ ଦଳ ବିରୋଧୀ କାର୍ଯ କରିବା ଗମ୍ଭୀର ସମ୍ବିଧାନିକ ଓ ପ୍ରଶାସନିକ ଅନୁଶୀଳନର ବିଷୟ । ଏଣୁ ସରକାର ତୁରନ୍ତ ଯଥୋଚିତ ପଦକ୍ଷେପ ନ ନେଲେ, ୩୦ ନଭେମ୍ବର ୨୦୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଅନଶନରେ ସମସ୍ତ ଦଳିତ ସମାଜ ବସିବାକୁ ନୋଟିସ ଜାରି କରାଯାଉଛି । ଏହି ମାମଲା ତୁରନ୍ତ, ନିରପେକ୍ଷ ଓ ନ୍ୟାୟ ସଙ୍ଗତ ନିଷ୍ପତ୍ତି ନେବାକୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଦୃଢ ଆହ୍ୱାନ କରାଯାଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026

You Might Also Like