-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ବରଗଡ଼(ତୁଳସୀ ଚରଣ ଦାଶ) ନଦୀପଡ଼ା (ଡାଙ୍ଗ) ଠାରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇ ଯାଇଅଛି । ଗତ ୨୫ତାରିଖରୁ ୨୭ ତାରିଖ ୩ଦିନ ଧରି ମାଁ ଙ୍କ ପୂଜା ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି ।କଳସ ଜାତ୍ର,ସୂର୍ଯ୍ୟ ପୂଜା, ପ୍ରାଣ ପ୍ରତିଷ୍ଠା ସହ ପ୍ରତିଦିନ ଚଣ୍ଡୀ ପାଠ, ଦେବତାଙ୍କ ଗାୟତ୍ରୀ ଓ ଶ୍ରୀ ସୁକ୍ତ ପାଠ ଆଦି ସର୍ବଶ୍ରୀ ପଣ୍ଡିତ ଆଚାର୍ଯ୍ୟ ଲିଙ୍ଗରାଜ
ଦାସ ଙ୍କ ସମେତ ଚଣ୍ଡୀପାଠକ ସୁଶାନ୍ତ ଦେବତା ଓ ଗୌର ଚନ୍ଦ୍ର ପାଣିଗ୍ରାହୀ ତଥା ରଜତ ପଣ୍ଡା ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସଂପନ୍ନ ହୋଇଯାଇଅଛି ।
ମୁଖ୍ୟ କର୍ତ୍ତା ତୁଳସୀ ଗହୀର ଓ ମୋହିନୀ ଗହୀର ତୁଲେଇ ଥିବା ବେଳେ ଶେଷ ଦିନ ପୂର୍ଣ୍ଣାହୁତି ରେ ଆଉ ସାତ ଯୋଡ଼ି କର୍ତ୍ତା ବସି ଥିଲେ । ସଭାପତି ପପୁ ସାହୁ, କିଶୋର, ଶଙ୍କର ନାଗ,ରବି ମହାପାତ୍ର,ସଞ୍ଜୟ ପଣ୍ଡା, ସାଗର ବେହେରା,ଭୁବନ ସାହୁ,ରାଜକୁମାର ବନଛୋର, ଶଚି ଭୋସାଗର,ବିକି ସାହୁ,ଅମିତ୍ ଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ଙ୍କ ଉଦ୍ୟମରେ ଅଷ୍ଟ ଲକ୍ଷ୍ମୀ ପୂଜନ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଟିତ ହୋଇ ଯାଇଅଛି । ଆଗାମୀବର୍ଷ ମାଁ ଙ୍କ ପୁଜା ଆହୁରି ଧୂମଧାମ ରେ ପାଳନ କରାଯିବ ବୋଲି ଆୟୋଜକ କମିଟିର ସଦସ୍ୟ ମାନେ ପ୍ରକାଶ କରିଥିଲୋ ।
---------×××---------