-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଯୌତୁକ ନିର୍ଯ୍ୟାତନା ଦେଇ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଆଜି ସ୍ୱାମୀକୁ ଗିରଫ୍ କରିଛି ନୟାଗଡ଼ ସଦର ପୁଲିସ୍ । ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ଶିମିଳିସାହି ଗ୍ରାମରେ କିଛିଦିନ ତଳେ ଯୌତୁକ ନିର୍ଯ୍ୟାତନା ଦେଇ ମାରି ଦେଇ ଘର ଭିତରେ ସ୍ତ୍ରୀକୁ ଟାଙ୍ଗି ଦେଇଥିବା ନେଇ ଝିଅର ବାପା ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲା । ପୁଲିସ୍ ଥାନାରେ କେସ୍ ନଂ-୧୬୬/୨୦୨୧ରେ ମାମଲା ରୁଜୁକରି ଶାଶୁକୁ ଥାନାରେ ଅଟକ ରଖିଥିଲା ପରେ ଗିରଫ୍ କରିଥିଲେ ମଧ୍ୟ ସ୍ୱାମୀ ସେହିଦିନ ଠାରୁ ଫେରାର ଥିଲା । ତେବେ ଆଜି ପୁଲିସ୍ ଫେରାର୍ ସ୍ୱାମୀ ଶ୍ରୀକାନ୍ତ ନାୟକକୁ ଗିରଫ୍ କରିଛି । ଆସନ୍ତାକାଲି ଅଭିଯୁକ୍ତ ସ୍ୱାମୀ ଶ୍ରୀକାନ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।