-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
28-Oct-2026
ନବରଙ୍ଗପୁର :(ପ୍ରିୟଦର୍ଶିନୀ ପାତ୍ର)
-ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ତଥା ସତତ ଚେଷ୍ଟିତ କେନ୍ଦ୍ର ଓ ରାଜ୍ୟ ସରକାର। ଏହି କ୍ରମରେ ଆଜି ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟରେ ଜିଲ୍ଲା ନ୍ୟାୟାଳୟର କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଯେଉଁଥିରେ ସର୍ବପ୍ରଥମେ ସମସ୍ତ ସରକାରୀ ଓକିଲ ତଥା କର୍ମଚାରୀ ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ଦିଗରେ ଶପଥ ପାଠ କରିଥିଲେ। ଜଣେ ଅଭିଯୋଜନ ଅଧିକାରୀ କିଭଳି ଭାବରେ ସତ୍ୟନିଷ୍ଠ ତଥା ସଚ୍ଚୋଟ ହୋଇ ପୂର୍ବାପେକ୍ଷା ଆହୁରି ଲୋକାଭିମୁଖୀ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିବ ସେ ନେଇ ଶ୍ରୀ ଏକ୍କା ନିଜର ମତ ପୋଷଣ କରିଥିଲେ। ଏହା ସହ ଆଗାମୀ ଦିନରେ କିପରି ସମାଜରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ନେଇ ନିଜର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସରକାରୀ ଓକିଲ ମୃତ୍ୟୁଞ୍ଜୟ ମହାରଣା, ତପନ କୁମାର ସିଂ, ଶ୍ରୀକାନ୍ତ କୁମାର ପଣ୍ଡା,ରାମଚନ୍ଦ୍ର ନାୟକ, ସଞ୍ଜୀବ ଭକ୍ତ,ଶତାବ୍ଦୀ ପାଳ,ବିଧୁଶେଖର ତ୍ରିପାଠୀ, କିଶୋରୀ ପଟ୍ଟନାୟକ ଓ ଅଭିଯୋଜନ ଅଫିସ ର କର୍ମଚାରୀ ଜ୍ଞାନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ