-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ସ୍କୁଲ ପରିସରରେ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ଅକ୍ଟୋବର ୩o ତାରିଖରେ କ୍ୟାରିୟର ମେଳା ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଯୋଗଦେବାର ସ୍ଥିରୀକୃତ ହୋଇଛି। ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ୍ୟାରିୟର ଓ ଉଚ୍ଚଶିକ୍ଷା ସମ୍ବନ୍ଧୀୟ ମାର୍ଗଦର୍ଶନ ପାଇଁ ଏହି ମେଳା ଆୟୋଜନ କରାଯାଇଛି।
ପୂର୍ବାହ୍ନ ୯:୦୦ ରୁ ଅପରାହ୍ନ ୨:୦୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ, ନାମଲେଖା ପ୍ରକ୍ରିୟା ତଥା ରୋଜଗାର ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିବେ।
ଏହି ମେଳାରେ ଯୋଗଦେବାକୁ ଥିବା ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲେ ଜେକେ ୟୁନିଭର୍ସିଟି, ଆଦିତ୍ୟ ୟୁନିଭର୍ସିଟି ,ଶ୍ରୀନାଥ ୟୁନିଭର୍ସିଟି,
ଗଣପତ ୟୁନିଭର୍ସିଟି,ପାରୁଲ ୟୁନିଭର୍ସିଟି,ଡିଏସୟୁ ୟୁନିଭର୍ସିଟି,ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ରୁଙ୍ଗଟା ୟୁନିଭର୍ସିଟି, କେଏଲ ୟୁନିଭର୍ସିଟି, ଶ୍ରୀ ୟୁନିଭର୍ସିଟି ।
ଏହା ବ୍ୟତୀତ ଉଚ୍ଚଶିକ୍ଷା ସମ୍ପର୍କିତ ସମସ୍ତ ପ୍ରଶ୍ନ ଓ ସନ୍ଦେହ ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ‘ହେଲ୍ପ ଡେସ୍କ’ ମଧ୍ୟ କାର୍ଯ୍ୟ କରିବ। ସ୍କୁଲ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଏହି ମେଳାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ରୁଚି ଓ ଦକ୍ଷତା ଜାଣିବା ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ଲିଙ୍କ୍ ଜରିଆରେ 'ସାଇକୋମେଟ୍ରିକ୍ ଟେଷ୍ଟ' (Psychometric Test) ସମ୍ପୂର୍ଣ୍ଣ କରିବା ସହ ଶିକ୍ଷାନୁଷ୍ଠାନର ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।