-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||     

HOME   ଜିଲ୍ଲା

ଓଜେୟୁ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ସମ୍ପ୍ରତି ଗଣମଧ୍ୟାମ ଆଜି ଦୋଛକିରେ ବୋଲି ମତ ପ୍ରକାଶ

17-Nov-2021



ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ I ମାତ୍ର ସମ୍ପ୍ରତି ଗଣମଧ୍ୟାମ ସକାରାତ୍ମକ ଖବର ଅପେକ୍ଷା  ନକରାତ୍ମକ ଖବର ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଗଣ ମାଧ୍ୟମ ଆଜି ଦୋଛକିରେ ବୋଲି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସରେ ବକ୍ତା ମାନେ ମତ ପ୍ରକାଶ କରିଥିଲେ I ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତଓଜେୟୁ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତରୀୟଓଜେୟୁ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ "ଜାତୀୟ ପ୍ରେସ୍ ଦିବସ" ପାଳନ ଅବସରରେ ସଦ୍ୟ ପଦ୍ମଶ୍ରୀ ସାମ୍ମନ ବିଭୁସିତ ବିଶିଷ୍ଟ ଲୋକ ଗୀତିକାର ମିତ୍ରଭାନୁ ଗୌନ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଙ୍ଗବତୀ ଗୀତର ଜନ୍ମ ଇତିହାସ ଉପରେ ସୂଚନା ଦେଇ ଗଣମାଧ୍ୟମ ଯୋଗୁଁ ହିଁ ଏହା ବିଶ୍ୱ ବିଦିତ ହୋଇପାରିଲା ବୋଲି ମତ ପ୍ରକାଶ କରିଥିଲେ I ସେ ତାଙ୍କର ବକ୍ତବ୍ୟରେ ପଦ୍ମଶ୍ରୀ ସମ୍ମାନ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସ୍ୱୀକୃତି ବୋଲି ବୋଲି ଅଭିହିତ କରିଥିଲେ I  ରାଉରକେଲା ପ୍ରେସ୍ କ୍ଲବର ସଭାପତି ସାମ୍ବାଦିକ ମିହିର ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ "ମହାମାରୀରେ ଗଣମାଧ୍ୟମ ଏକ ନୂତନ ଆହ୍ଵାନ" ଶୀର୍ଷକ ବିଷୟ ଉପରେ ମତ ପ୍ରକାଶ କରି ସାମ୍ବାଦିକଙ୍କ ଜୀବନ ଏକ ଆହ୍ୱାନ ତଥାପି ଆମକୁ ସକାରାତ୍ମକ ବିଚାରଧାରା ନେଇ ଆଗକୁ ବଢ଼ିବାକୁ ହେବ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ବ୍ରହ୍ମIକୁମାରୀ ସମ୍ବଲପୁରର ଉପ-କ୍ଷେତ୍ରୀୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମIକୁମାରୀ ପାର୍ବତୀ ସକାରାତ୍ମକ ଲେଖା ଲେଖିଲେ ସମାଜର ଉତ୍ଥାପନ ହୋଇପାରିବ ବୋଲି ପ୍ରକାଶ କରିଥିଲେ I ସଂଘର ଜ଼ିଲ୍ଲା ଉପ ସଭାପତି ସୁକାନ୍ତ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶିବ ଶରଣ ମିଶ୍ର, ସଂଘର ରାଜ୍ୟ ସମ୍ପାଦକ ସୁଶାନ୍ତ ମହାପାତ୍ର, ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ ମଂଚାସୀନ ଥିଲେ I  ଏହି ଅବସରରେ ବିଶିଷ୍ଟ ଲୋକ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ଯଥା ଓଡିଶା ସାଂସ୍କୃତିକ ସମାଜ, ସେତୁ, ସମ୍ବଲପୁରୀ ଭାଷା ଏକାଡେମୀ, ଉତ୍ସର୍ଗ, ପଶ୍ଚିମାଞ୍ଚଲ ଏକତା ମଞ୍ଚ, ସ୍କାନ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ, ସମ୍ବଲପୁରୀ ସଂଘ, ବିଜୁ ସୃତି କମିଟି, ନୀଳଚକ୍ର, ଜ଼ିଲ୍ଲା ବାରିକ ସମାଜ, ଜ଼ିଲ୍ଲା ଯାଦବ ସମାଜ, ସ୍ୱାଧୀନ ଏକତା ସଙ୍ଗଠନ, ପଲ୍ଲିଶ୍ରୀ, ଏଵିସିଡି ଚାରିଟେବଲ ଟ୍ରଷ୍ଟ, ଲାୟନ୍ସ କ୍ଲବ ହୀରାକୁଦ, ଟିମ୍ ସିଧୁ ଶାହା, ଆଶା ଭରସା, ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ରତ୍ନାକର ବେହେରା ଯୁବକ ସଂଘ, ଜ୍ୟୋତି, ଅଣ ଗେଜେଟ କର୍ମଚାରୀ ସଂଘ, ଓବିସି ମଞ୍ଚ, ଉଦ୍ୟମ, ଭରସା ପରିବାର, ସ୍ୱାଧୀନ ଫାଉଣ୍ଡେସନ ଆଦି ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଥିଲା I ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଦେବାଶିଷ ବେହେରା ସଂଯୋଜନା କରିଥିଲେ I ଏହି ଅବସରରେ ଦିବଂଗତ ସାମ୍ବାଦିକଙ୍କ ବିଧବା ପତ୍ନୀଙ୍କୁ ସଂଘ ପକ୍ଷରୁ ଅତିଥି ଗଣ ଅନୁକମ୍ପା ମୂଳକ ଆର୍ଥିକ ସହଯୋଗ ରାଶି ପ୍ରଦାନ କରିଥିଲେ  I ସଭା ପ୍ରାରମ୍ଭରେ କୋଭିଡ-୧୯ ତଥା ନିକଟ ଅତୀତରେ ମୃତ୍ୟୁ ବରଣ କରିଥିବା ରାଜ୍ୟର ସାମ୍ବାଦିକ ମାନଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ସଂଘର ଉପଦେଷ୍ଟା ତଥା ସାହିତ୍ୟକ ସୁବାସ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଞ୍ଜୟ ପାଗୋଡା ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026

You Might Also Like