-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
28-Oct-2026
ଟିଟିଲାଗଡ଼ (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରର ଗୋରୁବଜାରପଡ଼ାରେ "ସାହୁ ପରିବାର, ଟିଟିଲାଗଡ଼ର ପ୍ରଥମ ଐତିହାସିକ ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ପରିବାରର ସର୍ବାଙ୍ଗୀନ ଉନ୍ନତି, ବିକାଶ ଓ ସାଂଗଠନିକ ସୁଦୃଢ଼ତାକୁ ଆଖିରେ ରଖି ଆୟୋଜିତ ଏହି ବୈଠକରେ ଟିଟିଲାଗଡରେ ବସବାସ କରୁଥିବା ପରିବାରମାନଙ୍କ ମୁଖ୍ୟ ବ୍ୟକ୍ତିବିଶେଷ ମାନଙ୍କ ଉପସ୍ଥିତିରେ ସଂଗଠନର ନୂତନ ମୂଳମନ୍ତ୍ର "ଏକତା, ଶିକ୍ଷା,ସହଯୋଗ ତଥା ସଂଗଠନ" ଗ୍ରହଣ କରାଯାଇଛି ।
ସଂଗଠନକୁ ସଠିକ୍ ଦିଗଦର୍ଶନ ଦେବା ପାଇଁ ସମାଜର ସମସ୍ତ ବରିଷ୍ଠ ଏବଂ ମୁରବୀ ସଦସ୍ୟମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଏଥିସହ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି। ସଭାପତି ଭାବରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ" ର ପ୍ରତିଷ୍ଠାତା, ସବପୋଷ୍ଟମାଷ୍ଟର ତଥା ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ର "ସମାଜଶାସ୍ତ୍ର" ଵିଭାଗ ର ପୂର୍ବତନ ଛାତ୍ର ତଥା ସମାଜସେବୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ହୋଇଥିବା ବେଳେ , ଭାରତୀୟ ରେଳ ବିଭାଗ ର କର୍ମଚାରୀ, ସମାଜ ସଂସ୍କାରକ ତଥା ଜ୍ୟୋତିର୍ବିଦ ଶ୍ରୀ ବିଶ୍ୱନାଥ ସାହୁ ସମ୍ପାଦକ ହିସାବ ରେ ଚୟନ ହୋଇଥିଲେ। ଏହି ପରିପେକ୍ଷୀ ରେ ଉପ-ସଭାପତି ଭାବରେ ଯୁବ ବ୍ୟବସାୟୀ ଏବଂ ଯୁବ ନେତା ଶ୍ରୀ ଗୁଡୁ ସାହୁ,ସହ-ସମ୍ପାଦକ ଭାବରେ ଯୁବ ବ୍ୟବସାୟୀ ଶ୍ରୀ ତୁଳସୀରାମ ସାହୁ,କୋଷାଧ୍ୟକ୍ଷ ଭାବରେ ସମାଜସେବୀ ତଥା ବ୍ୟବସାୟୀ ଶ୍ରୀ ନାରାୟଣ ସାହୁ,ସହ-କୋଷାଧ୍ୟକ୍ଷ ଭାବରେ ବ୍ୟବସାୟୀ ଶ୍ରୀ ଫଟୁ ସାହୁ ତଥା ଆଭ୍ୟନ୍ତରୀଣ ଅଡିଟର ଭାବରେ ସମାଜସେବୀ ତଥା "କେ.ଏସ.କୋଚିଙ୍ଗ ଇନଷ୍ଟିଚ୍ୟୁଟ"ର ପ୍ରତିଷ୍ଠାତା ଶ୍ରୀ କ୍ଷମାସାଗର ସାହୁ, ବ୍ୟବସାୟୀ ଶ୍ରୀ ଜଗବନ୍ଧୁ ସାହୁ ଏବଂ ବ୍ୟବସାୟୀ ଶ୍ରୀ କାଳିଆ ସାହୁ ଚୟନ ହୋଇଥିଲେ।
ପରିବାର ର କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରତ୍ୟେକ ପରିବାରରୁ ଜଣେ ଜଣେ ମୁଖ୍ୟ ବ୍ୟକ୍ତିବିଶେଷ କୁ ଚୟନ କରାଯାଇଥିବା ବେଳେ ପରିବାରର ସାମୂହିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଚାରୋଟି ସ୍ୱତନ୍ତ୍ର କାର୍ଯ୍ୟକାରୀ ବିଭାଗ ଗଠନ କରାଯାଇ,ସେଗୁଡ଼ିକର ସ୍ଵତନ୍ତ୍ର "ଆବାହକ"ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।ମହିଳା ବିଭାଗ ରେ ଶ୍ରୀମତୀ ରାଇମତି ସାହୁ, ସୁମିତ୍ରା ସାହୁ, ଅନୁସୂୟା ସାହୁ, କବିତା ସାହୁ, ଚମ୍ପେ ସାହୁ, ଜାହ୍ନବୀ ସାହୁ ଓ ରିଙ୍କି ସାହୁ ତଥା ସମସ୍ତ ମହିଳା ସଦସ୍ୟା ସାମିଲ ହୋଇଥିଲେ। ସେପରି ସାମାଜିକ ବିଭାଗ ରେ ଶ୍ରୀ କାଳିଆ ସାହୁ, ଯଦୁମଣି ସାହୁ, କବିରାଜ ସାହୁ, ଉଗ୍ରେସନ ସାହୁ ଏବଂ ସମସ୍ତ ବରିଷ୍ଠ ସଦସ୍ୟ ଅଛନ୍ତି।" ଶିକ୍ଷା, ଭାଷା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ "ରେ ଶ୍ରୀ କ୍ଷମାସାଗର ସାହୁ, ଗୁଡୁ ସାହୁ, ସୁମନ୍ତ ସାହୁ, ସୁବୋଧ ସାହୁ, ଶ୍ରୀକାନ୍ତ ସାହୁ, ଡାକ୍ତର ସାହୁ ଏବଂ ରୋହିତ ସାହୁ ଥିବା ବେଳେ "ବ୍ୟବସାୟ ଓ ଅର୍ଥନୈତିକ ବିଭାଗ"ରେ ଶ୍ରୀ ନାରାୟଣ ସାହୁ ଏବଂ ଶ୍ରୀ ଜଗବନ୍ଧୁ ସାହୁ ଅଛନ୍ତି।" ସେହିପରି"ମେଡିକାଲ୍ ଓ ଜରୁରୀକାଳୀନ ବିଭାଗ"ରେ ଶ୍ରୀ ବଳଦେବ ସାହୁ, ବନମାଳୀ ସାହୁ, ବିଜେ ସାହୁ, ଫକୀର ସାହୁ, ବିନୋଦ ସାହୁ ଏବଂ ସମସ୍ତ ଯୁବଶକ୍ତି ଆଦି କୁ ଚୟନ କରାଯାଇଛି ।
ଏହି ସଭା ରେ ଶ୍ରୀ କ୍ଷମାସାଗର ସାହୁ ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ଶ୍ରୀ ରମେଶ ଚନ୍ଦ୍ର ସାହୁ ଏବଂ ଶ୍ରୀ ବିଶ୍ୱନାଥ ସାହୁ ସାହୁ ପ୍ରମୁଖ ସଂଗଠନର ଲକ୍ଷ୍ୟ, ପଦ ପଦବୀ ମାନଙ୍କ କାର୍ଯ୍ୟ ତଥା ଆବଶ୍ୟକତା , ପରିବାର ର ରେଜିଷ୍ଟ୍ରେସନ ଓ ନାରୀ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନବନିର୍ବାଚିତ ସଭାପତି ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଏକଜୁଟ କରି ସାହୁ ପରିବାର ତଥା ସମାଜ ମଧ୍ୟରେ ଏକତା, ସେବା ଓ ପ୍ରଗତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ଅଞ୍ଚଳ ର ସମସ୍ତ ସାହୁ ପରିବାର ର ସଦସ୍ୟ ଉପସ୍ଥିତ ହୋଇ, ସଭା କୁ ସଫଳ କହିଥିଲେ।