-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
28-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ବିନିକା ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ତାଲୁକ ଲିଗାଲ ସର୍ଭିସ କମିଟି ଚେୟାରମେନ ସୁପ୍ରଭା କୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରକ୍ଷିତ ବଚପନ ଅଭିଯାନର ସଫଳ (ପୋସ୍କୋ ଆକ୍ଟ) ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ଅବଗତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ତାଲୁକ ଲିଗାଲ ସର୍ଭିସ କମିଟିର ଚିତ୍ତରଞ୍ଜନ ଦାଶ,ଓକିଲ ସୁଧାଂଶୁ ଶେଖର ଦାଶ,ଜୟ ପ୍ରକାଶ ପ୍ରଧାନ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଗତକାଲି ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲରେ ଅନୁଷ୍ଟିତ ହୋଇଥିବା ବେଳେ ଆଜି ବୁଧବାର ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲ ପ୍ରିନ୍ସିପାଲ ସସ୍ମିତା ସାମନ୍ତରା,ଶିଶୁ ବିକାଶ ବିଦ୍ୟା ମନ୍ଦିର ପ୍ରଧାନ ଶିକ୍ଷୟିତ୍ରୀ ଜନନୀ ପ୍ରଧାନ ଏବଂ ଉଭୟ ସ୍କୁଲ ଷ୍ଟାଫ,ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ସଚେତନତା କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା ଭାଗନେଇ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।