-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ କରିବାକୁ ଶ୍ବଶୁର ଘରକୁ ଯାଇଥିବା ଜ୍ବାଇଁକୁ ବିଳମ୍ବିତ ରାତିରେ ୩ଜଣ ଦୁର୍ଵୁତ ଏକ ମଟରସାଇକେଲରେ ଆସି, ଜ୍ବାଇଁକୁ ଘରୁ ଟାଣି ଆଣି ଭୂଜାଲିରେ ଆକ୍ରମଣ କରିଥିଲେ, ପରିବାରର ଓ ଗାଁ ଲୋକେ ଆସିଜିବାରୁ , ମଟରସାଇକେଲ ,ଭୂଜାଲି ଛାଡି ଚମ୍ପଟ ମାରିଥିଲେ ତିନି ଜଣ ଦୁର୍ବୃତ, ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ମେଡିକାଲ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି, ରେଢ଼ାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି,ଭୂଜାଲି ଜବତ୍ କରି ତଦନ୍ତ ଆରମ୍ଭ କରିଛି, ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଧୁଡିଆପଢା ଗାଁ ରେ ବିବାହିତ କରିଥିଲେ , ସେଠାରେ ପାରିବାରିକ ସମସ୍ୟା ହେବାରୁ , ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ, ଗତକାଲି ବିବାହିତ ଶାଳୀ ପୁଷ୍ପାଞ୍ଜଳିର ସମସ୍ୟାର ସମାଧାନ ପାଇଁ ରତ୍ନାବଡମାଲ ଗାଁର ଜ୍ବାଇଁ ପ୍ରେମାନନ୍ଦ ବେହେରା ଶ୍ବଶୁର ଘର ଝାଙ୍କରପଡା ଗାଁ କୁ ଯାଇଥିଲେ, ବିଳମ୍ବିତ ରାତିରେ ସୋଇଥିବା ବେଳେ ୩ଜଣ ଲୋକ ଆସି , ଘରେ ପଶି , ଅତର୍କିତ ଭାବେ ଭୂଜାଲିରେ ହାଣି ହତ୍ୟା ଉଦ୍ୟମ କରିଥିଲେ ।