-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଅପରାଧ

ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ

19-Jun-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସହରରେ ଖୁଲମ୍ ଖୁଲ୍ଲା ଅପରାଧୀଙ୍କ ଆତଙ୍କରାଜ ବଢ଼ି ଚାଲିଛି। ବିଭିନ୍ନ ଆପ୍ ମାଧ୍ୟମରେ ଅପରାଧୀକ କାର୍ଯ୍ୟକଳାପ ସଞ୍ଚାଳନ,ସାଇବର୍ ଅପରାଧ,ଆର୍ଥିକ ଜାଲିଆତି ଏବଂ ବେଆଇନ ଡ୍ରଗ୍ସ ଚୋରା କାରବାର ଭଳି ସଂଗଠିତ ଅପରାଧ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲ୍ଲାର ଜନତାଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି। ସବୁଠାରୁ ବଡ ଗମ୍ଭୀର ବିଷୟ ହେଉଛି, ୨୦ ରୁ ୨୫ ବର୍ଷ ଭିତରେ ଥିବା ଯୁବ ଗୋଷ୍ଠୀ ଏହି ଡ୍ରଗ୍ସ ବ୍ୟବହାରରେ ଅନେକ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହି ନିଜର ଜୀବନକୁ ନଷ୍ଟ କରିବା ସହ ସମାଜ ପ୍ରତି ବିପଦ ସୃଷ୍ଟି କରୁଛନ୍ତି।ଯୁବକ ମାନେ ଦେଶର ମେରୁଦଣ୍ଡ ବୋଲି କହୁଥିବା ବେଳେ ସେହି ଯୁବକ ମାନେ ଡ୍ରଗ୍ସ ର ବଶବର୍ତ୍ତୀ ହୋଇ ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ବିପଦ ସୃଷ୍ଟି କରୁଥିବା ପରିଲକ୍ଷିତ ହେଉଛି।ସହରରେ ବେଆଇନ ଡ୍ରଗ୍ସ କାରବାର ଜୋରଦାର ଚାଲିଥିବା ବେଳେ ପୋଲିସ ବିପୁଳ ପରିମାଣରେ କଫ ସିରପ ଜବତ କରୁଛି। ହେଲେ ପୋଲିସ ଡ୍ରଗ୍ସ କାରବାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଛି। କୋଟି କୋଟି ଟଙ୍କାର ଡ୍ରଗ୍ସ କାରବାର କରୁଥିବା ବ୍ୟବସାୟୀ ମାନେ ମାଲାମାଲ୍ ହେଉଥିବା ବେଳେ ଏହାକୁ ବ୍ୟବହାର କରୁଥିବା ଯୁବକ ମାନେ ନିଜର ହିତା ହିତ ଜ୍ଞାନ ହଜାଇ ଅପରାଧ କରିବା ପାଇଁ ପଛାଉ ନାହାନ୍ତି। ଡ୍ରଗ୍ସ ସେବନ କରି ସହର ମଧ୍ୟରେ ଅନେକ ଦୁଇ ଚକିଆ ଯାନ ରେ ଦୁଇ ରୁ ତିନି ଜଣ ଯୁବକ ବସି ନିଶା ପ୍ରଭାବରେ ତୀବ୍ର ବେଗରେ ଗାଡ଼ି ଚଳାଉଥିବା ବେଳେ ପୋଲିସ ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ସହରରେ ଅବାଧରେ ଘୁରି ବୁଲୁଛି ବେଆଇନ ବନ୍ଧୁକ ଏବଂ ମାରଣାସ୍ତ୍ର।ଶାନ୍ତିର ସହର ବଲାଙ୍ଗିର ଏବେ ଅଶାନ୍ତ ହୋଇ ପଡିଛି।ସାଧାରଣ ଜନତାଙ୍କ ମଧ୍ୟରେ ଭୟର ଲହରୀ ଖେଳିଯାଇଛି। ପ୍ରକାଶଥାଉକି,  ୨୦୨୪ ସାଧାରଣ ନିର୍ବାଚନ ସମୟରେ ତତ୍କାଳୀନ ବିଜେପି ର କେନ୍ଦ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ପାଇଁ ମୋଦୀ ଙ୍କ ଗ୍ୟାରେଣ୍ଟି ସଙ୍କଳ୍ପପତ୍ର ଉନ୍ମୋଚନ କରିଥିଲେ।ଉକ୍ତ ସଂକଳ୍ପପତ୍ରରେ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ମୋଦୀ ଙ୍କ ନାମରେ ଗ୍ୟାରେଣ୍ଟି ଦିଆ ଯାଇଥିଲା।କିନ୍ତୁ ବିଜେପି ଶାସନର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାରେ ନିଶା ନିବାରଣ ହେବା ପରିବର୍ତ୍ତେ ଅଧିକ ମାତ୍ରାରେ କାରବାର ବୃଦ୍ଧି ପାଇଛି।ଏହି ନିଶା କାରବାରର ପ୍ରାଦୁର୍ଭାବ ଅନ୍ୟ ଜିଲ୍ଲା ଅପେକ୍ଷା ବଲାଙ୍ଗିର ଜିଲ୍ଲାରେ ବିଶେଷ ଭାବରେ ଦେଖାଦେଇଛି। ସୂଚନାରୁ ଜଣାପଡ଼େ ୨୦୦୦ ମସିହା ରେ ରାଜ୍ୟର ଅବକାରୀ ରାଜସ୍ୱ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଏବେ କୁଆଡେ ତାହା ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ସରକାର ଆକଳନ କରୁଥିବା ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ପଟେ ସରକାର ନିଶାମୁକ୍ତ ଓଡିଶା ଗଠନ କରିବାର ସଂକଳ୍ପ ନେଉଥିବା ବେଳେ ଅନ୍ୟ ପଟେ ରାଜ୍ୟ ରାଜସ୍ବ ବୃଦ୍ଧି ପାଇଁ ନିଶା କାରବାର ବଢ଼ାଇ ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଛନ୍ତି। ବିଜେପି ଶାସିତ ରାଜ୍ୟ ବିହାର ଏବଂ ଗୁଜରାଟ ରେ ସମ୍ପୂର୍ଣ୍ଣ ନିଶା ନିବାରଣ ଲାଗୁ କରାଯାଇ ଥିବା ବେଳେ ଓଡ଼ିଶାକୁ ମଧ୍ୟ ନିଶା କାରବାର କବଳରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଲେ ମୋଦୀ ଙ୍କ ସ୍ବପ୍ନ ସାକାର ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like