-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
14-Sep-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଡାବୁଗାଁ ବ୍ଲକ ଘଦାଖୁଣ୍ଟା ପଂଚାୟତ ର ଦୁକାନ ଗୃହ ଗୁଡିକ ଭୁଶୁଡି ପଡିଛି।ମିଳିଥିବା ସୂଚନା ଅନୁଯାୟୀ ଦୁକାନ ଗୃହଟି ଗତକାଲି ରାତି 10 ଘଣ୍ଟା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଭାଙ୍ଗି ପଡିଛି। ଦୀର୍ଘ ସମୟ ଧରି ବର୍ଷା ହେବା କାରଣରୁ ଦୁକାନର କାନ୍ଥ ଦୁର୍ବଳ ହୋଇଯାଇଥିଲା ଏବଂ ଭରା ପାଣି ଜମି ରହିଥିଲା।ଏହି ଦୁର୍ଘଟଣାରେ କେହି ହତାହତ ହୋଇନାହାନ୍ତି,କିନ୍ତୁ ସରକାରଙ୍କ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି ବଳି ଘଡାଖୁଣ୍ଟା ସମିତି ସଭ୍ୟ ରାମ ଶବର ସୂଚନା ଦେଇଛନ୍ତି ଘଟଣା ପରେ ବ୍ଲକ ପ୍ରଶାସନକୁ ଖବର ଦିଆଯାଇଛି।ବର୍ତ୍ତମାନ ଦେଖୁବାକୁ ବାକି ରହିଲା ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନିର୍ମିତ ଏହି ଦୋକାନ ଗୃହ ଗୁଡିକ ର ମରାମତି କେବେ କରିବେ ବ୍ଲକ ପ୍ରଶାସନ।