-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||     

HOME   ଜିଲ୍ଲା

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

14-Sep-2026



ନୂଆଦିଲ୍ଲୀ(ପ୍ରେରଣା ଖବର): ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା ଓ ସୋ) ପକ୍ଷରୁ କିମ୍ବଦନ୍ତୀ ଗାୟକ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୱା ଓ ସୋ ଦ୍ୱାରା ଆଭାସୀ ମଞ୍ଚରେ ଆୟୋଜିତ ଏକ ଶୋକସଭାରେ ବିଶ୍ୱବ୍ୟାପୀ ପ୍ରବାସୀ ଓଡ଼ିଆ ନେତାମାନେ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କର ଦୁଃଖଦ ବିୟୋଗ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଶୋକ ସମାବେଶରେ ୱା ଓ ସୋ‌ର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁ ବୃନ୍ଦ  , ଦେଶ ବିଦେଶର ପ୍ରମୁଖ ଅଣନିବାସୀ ଓଡ଼ିଆ ସମ୍ପ୍ରଦାୟ ନେତୃମଣ୍ଡଳୀ ତଥା ଶ୍ରୀ ପଟ୍ଟନାୟକଙ୍କର ପ୍ରଶଂସକ ମାନେ ଯୋଗ ଦେଇଥିଲେ।
                                               ଡିଜିଟାଲ୍ ସଭାକୁ ସମ୍ବୋଧନ କରି ବିଶିଷ୍ଟ ବ୍ୟକ୍ତି ମାନେ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକ ଅସଂଖ୍ୟ କାଳଜୟୀ  ସଙ୍ଗୀତ ଗାୟନ କରି ଓଡ଼ିଶାର ସମୃଦ୍ଧ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ୟକୁ ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ବିପୁଳ ଯୋଗଦାନ ଦେଇଥିବା ଉଲ୍ଲେଖ କରିଥିଲେ ।
                                                ସଭାରେ ପୌରହିତ୍ୟ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ ଓ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସ୍ବର୍ଗତଃ ଶ୍ରୀ ପଟ୍ଟନାୟକଙ୍କ ସହ  ୱା ଓ ସୋ‌ର ଖୁବ ଘନିଷ୍ଠ ସମ୍ପର୍କ ଥିଲା ବୋଲି କହିଥିଲେ। କୋଭିଡ୍ ସମୟରେ ଏହି ବିଶ୍ୱସଂସ୍ଥାର ଗଠନ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ଲଗାତର ସାହାଯ୍ୟ ଓ ନିରବଚ୍ଛିନ୍ନ ସହଯୋଗ ଯୋଗାଇ ଦେଇ ଆସିଥିବା ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଥିଲେ।
                                                       ଏହି ଅବସରରେ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକ ଙ୍କର ପତ୍ନୀ କସ୍ତୁରିକା ପଟ୍ଟନାୟକ  ୱା ଓ ସୋର ସଦସ୍ୟ ବୃନ୍ଦ ଏବଂ ଓଡ଼ିଶାର ଅଗଣିତ ଜନସାଧାରଣ ତାଙ୍କ ପରିବାର ପ୍ରତି  ପ୍ରଦର୍ଶନ କରିଥିବା ଅଜସ୍ର ସମବେଦନା ଓ ଅପାର ସ୍ନେହ ଶ୍ରଦ୍ଧାକୁ ସେ  କେବେ ଭୁଲି ପାରିବେ ନାହିଁ ବୋଲି ସୂଚାଇ ଥିଲେ ।
                                                   ପ୍ରଣବ ପଟ୍ଟନାୟକ ଜଣେ ବ୍ୟକ୍ତି ନୁହେଁ,  ଏକ ଅନୁଷ୍ଠାନ ଥିଲେ ବୋଲି ଦର୍ଶାଇ, ସମ୍ଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା ଓଡ଼ିଶାର ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ବ୍ୟାପକ ଅବଦାନକୁ ସରକାର ସ୍ୱୀକୃତି ଦେଇପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।
                                                        ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ ,       ୱା ଓ ସୋର ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ଏବଂ  ୱା ଓ ସୋ  ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର ଶ୍ରୀ ପଟ୍ଟନାୟକଙ୍କର ଅନେକ ସୁମଧୁର ଓ ମର୍ମସ୍ପର୍ଶୀ   ଲୋକପ୍ରିୟ ଗୀତ ଗାଇ ତାଙ୍କୁ ସଙ୍ଗୀତାତ୍ମକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
                                         ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଉତ୍କଳ ଅସ୍ମିତା ଫାଉଂଡେସନର ପ୍ରତିଷ୍ଠାତା ସଭାପତି ଡ଼ଃ ଅନୀତା ପଣ୍ଡା,ବରିଷ୍ଠ ପ୍ରଶାସକ ବିଭୂତି ଭୂଷଣ ପଟ୍ଟନାୟକ, ଆକାଶବାଣୀର ନିର୍ଦ୍ଦେଶିକା ସୁଭଶ୍ରୀ ମହାପାତ୍ର, ୱା ଓ ସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି, ‌ୱା ଓ ସୋ ର ମହାସଚ୍ଚିବ  ଶିବ ରଞ୍ଜନ ବିଶ୍ୱାଳ, ୱା ଓ ସୋ ମହିଳା ଶାଖାର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା, ୱା ଓ ସୋ‌ର ସାଂସ୍କୃତିକ ସାଧାରଣ ସମ୍ପାଦକ ଡଃ କାବେରୀ ବେହେରା, ୱା ଓ ସୋ‌ର ଯୁଗ୍ମ ମହାସଚ୍ଚିବ ଡଃ ସୀତାଂଶୁ ଶେଖର ନନ୍ଦ, ‌ ୱା ଓ ସୋର ସାଧାରଣ ସମ୍ପାଦକ ଉମାକାନ୍ତ ଜେନା, ୱା ଓ ସୋର କୁୱେତ ଅଧ୍ୟାୟର  ସଭାପତି ବିଶ୍ୱ ରଞ୍ଜନ ସାହୁ ଏବଂ  ୱା ଓ ସୋ‌ର ସୁସ୍ଥତା ବିଭାଗର ଯୁଗ୍ମ ସାଧାରଣ ସମ୍ପାଦକ ସୁଶାନ୍ତ ଚାନ୍ଦ ପ୍ରମୁଖ ସ୍ବର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଥିବା କହିଥିଲେ। ଆରମ୍ଭରେ ଦିଲ୍ଲୀ ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତଃ ଯତୀନ୍ଦ୍ର ନାଥ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବତା ଅବଲମ୍ବନ କରାଯାଇଥିଲା   । ସଭା ଶେଷରେ ୱା ଓ ସୋ ର ମହାସଚ୍ଚିବ  ଶିବ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।
                                                       ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ସୁନାମଧନ୍ୟ ସମାଜସେବୀ ମମତା ବେବର୍ତ୍ତା ପଟ୍ଟନାୟକ, ଅପରାହ୍ନର ସମ୍ପାଦକ ବଂଶୀଧର ଜେନାଏବଂ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କର ପୁତ୍ର ଅନୁଭବ ପଟ୍ଟନାୟକ ଉପସ୍ଥିତ ଥିଲେ। ୱା ଓ ସୋର ଯୁବ ଶାଖା ସଦସ୍ୟ ନନ୍ଦନ ଦ୍ୱିବେଦୀ ଡିଜିଟାଲ୍ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହ ସଂଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026

You Might Also Like