-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
14-Sep-2026
ସଂପାଦକ ପ୍ରଦୀପ ସାହୁ ଚଳିତ ବର୍ଷ ନୂତନ ଦୁର୍ଗା ମଣ୍ଡପ ରେ ମାଁଙ୍କ ପୂଜା କରାଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଥିବାର ସୂଚନା ଦେଇଥିଲେ । ଏହି ବୈଠକରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ପୀତବାସ ପଣ୍ଡା, ନବୀନ ନନ୍ଦ, ସୂର୍ଯ୍ୟ ପୁରୋହିତ, ହରି ପଣ୍ଡା, ଅଶୋକ ଚାନ୍ଦ ପ୍ରମୁଖ ରହିଥିବା ବେଳେ ସଭାପତି ପ୍ରକାଶ ନେପାକ, ଉପସଭାପତି ସନ୍ତେକ ବହିଦାର, ସଂପାଦକ ପ୍ରଦୀପ ସାହୁ, କୋଷାଧ୍ୟ ଜିତୁ ନାଗ ଏବଂ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମିଶ୍ର, ବୈଷ୍ଣବ ସାହୁ, ଚିତ୍ତ ରଂଜନ ସାହୁ, ରାଜେନ୍ଦ୍ର ପାଣି, ସୁରୁ ସାହୁ, ରିଆଜ ଖାନ, ଅବଦୁଲ ରଜାକ, ଦୁର୍ଗା ସାହୁ, ଅଜିତ ପଣ୍ଡା, କୁନୁ ପାତ୍ର, ଦାଶରଥି ସାହୁ, ବାସୁଦେବ ରଥ ଆୟୋଜନ କମିଟିର ସଦସ୍ୟ ରହିଛନ୍ତି । ନୂତନ ଦୁର୍ଗା ଙ୍କ ଭବନ ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଚଳିତ ବର୍ଷ ମା ଦୁର୍ଗାଙ୍କ ପୂଜା ନୂତନ ମଣ୍ଡପ ରେ ଆୟୋଜନ କରାଯିବା ସହ ବଲାଙ୍ଗିର ର ସମସ୍ତ ପୂଜା କମିଟି, କ୍ଲବ ଓ ଅନୁଷ୍ଠାନ, ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇ ନୂତନ ମଣ୍ଡପର ପ୍ରତିଷ୍ଠା କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ବୁବୁ ବଢିଆ, ଆନିଶ ସାହୁ, ବାବୁ ଶ୍ରୀଚନ୍ଦନ, ପଂଚା ପୁରୋହିତ ଏବଂ ସମସ୍ତ ସଭ୍ୟ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।