-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ରେଢାଖୋଲ ରେଞ୍ଜ, ନାକଟିଦେଉଳ ବ୍ଲକ, ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ସେହି ବ୍ରାହ୍ମଣୀ ଗ୍ରାମର ସୁମିତ୍ରା ଦେହୁରୀ (୫୩)। ଜଣା ଯାଇଛି ଯେ ମୃତ ସୁମିତ୍ରାଙ୍କ ସ୍ୱାମୀ ପିତାମ୍ବର ଦେହୁରୀ ଆଜି ଗୁରୁବାର ଦିନ ନିକଟସ୍ଥ ତଣ୍ଡାବିରା ଗ୍ରାମକୁ ଇ-ଶ୍ରମ କାର୍ଡ କରିବାକୁ ଗାଁ ର କେତେ ଜଣ ଲୋକଙ୍କ ସହିତ ଯାଇଥିଲେ। ହେଲେ ତାଙ୍କ ସ୍ୱାମୀ ଘରକୁ ଫେରିବା ବିଳମ୍ବ ହୋଇ ଥିଲା। ହେଲେ ମୃତ ସୁମିତ୍ରାଙ୍କ ସ୍ୱାମୀ ପିତାମ୍ବର ଫେରିବା ବିଳମ୍ବ ହେବାରୁ ସନ୍ଧ୍ୟା ସମୟରେ ସୁମିତ୍ରା ଟର୍ଚ୍ଚ ଲାଇଟ ଧରି ଗାଁର ଅନ୍ୟ ଜଣକ ସହିତ ଗ୍ରାମ ନିକଟସ୍ଥ ରାଉତିଆ ସାହି ପର୍ଯ୍ୟନ୍ତ ଆସୁଥିଲେ। ହେଲେ ଘରୁ ଏକ ପାଦ ଚଲା ରାସ୍ତାରେ ଘର ଠାରୁ ପ୍ରାୟ ଏକ କିଲୋମିଟର ରାସ୍ତା ଆସିବା ପରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।
ଘଟଣା ସ୍ଥଳରେ ହାତୀ ପଲ ସୁମିତ୍ରାଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳ ବ୍ରାହ୍ମଣୀ ଗ୍ରାମକୁ ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ୱାଳ ପ୍ରମୁଖ ସଦଳ ବଳେ ଯାଇ ମୃତ ଦେହକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ମୃତ ଦେହକୁ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବନ ବିଭାଗ ପକ୍ଷରୁ ଅନ୍ତେଷ୍ଠିକ୍ରିୟା ପାଇଁ ୪୦ ହଜାର ଟଙ୍କା ଓ ପରେ ୪ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକ ସୂଚନା ଦେଇଛନ୍ତି।