-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
14-Sep-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଗଣେଶ ଚତୁର୍ଥୀ ପଡିଛି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଡାବୁଗାଁ ବ୍ଲକର ବିଭିନ୍ନ ଛକ, ବଜାର ଏବଂ ଶିକ୍ଷାନୁଷ୍ଠାନରେ ବିଶାଳ ମଣ୍ଡପ ଓ ମୂର୍ତ୍ତି ସ୍ଥାପନା ହୋଇଛି। ଡାବୁଗାଁ ନିକଟ କେରାଣ୍ଡି ଗ୍ରାମରେ ମଧ୍ୟ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା।ବିଶେଷ କରିପାତ୍ର ସହି କଳସି ମଣ୍ଡପ ନିକଟ ଗଣେଶ ପୂଜା, ଡାବୁଗାଁ ଜଗନ୍ନାଥ ମନ୍ଦିର ନିକଟର ଗଣେଶ ପୂଜା ଏବଂ ବାଷ୍ଟାଣ୍ଡ ର ଗଣେଶ ପୂଜା ଡାବୁଗାଁ ବ୍ଲକର ସବୁଠୁ ବଡ଼ ଆକର୍ଷଣ। ଗତ ବର୍ଷ ଡାବୁଗାଁ ପାତ୍ର ସହି ସ୍ଥିତ କଳସି ମଣ୍ଡପରେ କମିଟି ଦ୍ୱାରା ସବୁଠୁ ବଡ଼ ଗଣେଶ ମୂର୍ତ୍ତିର ବିରାଟ ପଟୁଆରରେ ବିସର୍ଜନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ-ଗୀତର ତାଳେ ତାଳେ ଯୁବକ ଓ ଗ୍ରାମବାସୀ ଆନନ୍ଦ ଉଲ୍ଲାସରେ ଝୁମିଥିଲେ।
ଏ ବର୍ଷ ମଧ୍ୟ ସେହି ପରମ୍ପରା ଜାରି ରହିଛି - ସକାଳୁ ବିଧିବିଧାନ ଅନୁସାରେ ମୂର୍ତ୍ତି ସ୍ଥାପନ, ଆରତୀ, ଭୋଗ ଲାଗି, ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରା ଡାବୁଗାଁ ବଜାର ରଙ୍ଗୀନ ଆଲୋକ ମାଳାରେ ସଜାଯାଇଛି।