-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଘଣ୍ଟାପଡ଼ା ଠାରେ କ୍ଳଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ତେନ୍ତୁଳିଖୁଣ୍ଟି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସିଆର୍ସିସି ରୂପସିଂ ଖେତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏବିଇଓ ଉଦ୍ଧବ ମହାଲିକ ମୁଖ୍ୟଅତିଥୀ ଭାବେ ଯୋଗ ଦେଇଥିଲେ। ଏଥିରେ ଶିଶୁ ବାଟିକା ,ପ୍ରଥମ , ଦ୍ଵିତୀୟ , ତୃତୀୟ ଶ୍ରେଣୀ ପାଇଁ ସଂଖ୍ୟା ଓ ଭାଷା ଜ୍ଞାନ ଉପରେ ଆଲୋଚନା ହୋଇଥିଲା। ଶିକ୍ଷକ ଆଶ୍ରିତ ଦୀପ, ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା "ମାନୁନି ର କଣ୍ଢେଇ" ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏଥିରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ,ସ୍ୱର୍ଣ୍ଣ ମଞ୍ଜରୀ ମଲିକ, ଖୁଲାନ ସୁନ୍ଦରୀ ଭୋଇ ,ପ୍ରତାପ କହଁର ପ୍ରଭୁତି ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ହେମନ୍ତ ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।