-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଅପରାଧ

ଭାଇଭଗାରୀରୁ ସୁପାରୀ ନା ଗଞ୍ଜେଇ ବେପାର କଳି ? ପୁଲିସ କଥାରେ ତାଳମେଳ ନାହିଁ !

20-Jan-2026



ତୁଷୁରା(ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ୩ ତାରିଖରେ ତୁଷୁରା ତେଲନଦୀ ବ୍ରିଜ୍ ତଳ ପଥର ଚଟାଣରେ ପଡିଥିବା ନିକଟସ୍ଥ ଦେଉଳଗୁଡି ଗ୍ରାମର ଜଣେ ଛୋଟତେଜରାତି ଦୋକାନୀ ନଟରାଜ ଥନାପତି(୩୫)ଙ୍କ କ୍ଷତବିକ୍ଷତ ମୃତଦେହକୁ ତୁଷୁରା ପୁଲିସ ଉଦ୍ଧାର କରିଥିବା ଘଟଣାରେ ପୁଲିସ ତଦନ୍ତ ପୂର୍ବକ ଉକ୍ତ ଯୁବକଙ୍କ ବଡଭାଇ ଓ ଘନିଷ୍ଠ ବନ୍ଧୁଙ୍କ ସମେତ ବିଭିନ୍ନ ଗ୍ରାମର ଅଦ୍ୟାବଧି ମୋଟ ୮ ଜଣଙ୍କୁ ଗିରଫ କରି ହତ୍ୟାକାଣ୍ଡ ଅଭିଯୁକ୍ତ ଭାବରେ କୋର୍ଟଚାଲାଣ କରିଛି ।  ବଲାଙ୍ଗୀର ଏସ୍ ପି ଅଭିଳାଷ ଜି. ବଲାଙ୍ଗୀରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଏକ ସୁନିୟୋଜିତ ହତ୍ୟାକାଣ୍ଡ ଓ ଅଭିଯୁକ୍ତମାନେ ମୃତକଙ୍କ ବଡଭାଇ ଠାରୁ ମୃତକଙ୍କ ଘନିଷ୍ଠ ବନ୍ଧୁ ୬୦ ହଜାର ଟଙ୍କାର ଅଗ୍ରୀମ ସୁପାରୀ ନେଇ ଅନ୍ୟ ସହଯୋଗୀ ମାନଙ୍କୁ ଡକାଇ ଗତ ୨ ତାରିଖ ରାତିରେ ତେଲନଦୀ ବ୍ରିଜ୍ ଉପରେ ପ୍ରଥମେ ଦୁର୍ଘଟଣାର ରୂପ ଦେବାକୁ ଗାଡି ଚଢାଇଦେଇ ହତ୍ୟା କରିବାର ଉଦ୍ୟମ ଓ ପରେ ପୋଲର ବାଡା ଉପରେ ବସିଥିବା ମୃତକଙ୍କୁ ତଳକୁ ଠେଲିଦେଇ ହତ୍ୟା କରିଥିବା ହତ୍ୟା କରିଥିବା ବିବରଣୀ ପ୍ରଦାନ କରିଛନ୍ତି ।  ଏହି ହତ୍ୟାର ଉଦ୍ଦେଶ୍ଯ ଦୁଇଭାଇଙ୍କ ଭିତରେ ସମ୍ପତ୍ତିବିବାଦ ଓ ଅସହିଷ୍ଣୁତା ବୋଲି ପୁଲିସ କହିଛି । 

ଏଥିପାଇଁ ହତ୍ୟାଅଭିଯୁକ୍ତମାନେ ୨ ଟି କାର୍ ଓ ବାଇକ୍ ଆଦି ବ୍ୟବହାର କରିଥିଲେ । ଘଟଣାଦିନ ରାତି ପ୍ରାୟ ୨ ରୁ ଅଢେଇଟା ମଧ୍ଯରେ ବ୍ରିଜ୍ ଉପରେ କେହି ନ ଥିବା ବେଳେ ଏକ ଆରୋହୀବିହୀନ ମଟରସାଇକେଲ ଥୁଆ ହୋଇଥିବା ଦେଖି ପୁଲିସ ପେଟ୍ରୋଲିଂଗାଡି ଅଟକି ସନ୍ଦେହରେ ନଦୀତଳକୁ ଅନାଇବାରୁ ଜହ୍ନଆଲୁଅରେ ତଳେଥିବା ପଥର ଚଟାଣରେ ଧଳା ଭଳିଆ ପ୍ୟାଣ୍ଟ୍ ପିନ୍ଧି କେହିଜଣେ ପଡିଥିବାର ଦେଖି ଅନୁସନ୍ଧାନ କରିବାରୁ ତାହା ଜଣେ ଯୁବକଙ୍କର ମୃତଦେହ ଓ ସେ ପରିଚିତ ନିକଟସ୍ଥ ଦେଉଳଗୁଡିର କିରାନାଦୋକାନୀ  ନଟରାଜ ଥନାପତିଙ୍କର ବୋଲି ଜଣାପଡିଥିଲା ।  ପୁଲିସ ତାଙ୍କ ଘରଲୋକଙ୍କୁ ଖବର ଦେଇ ପରଦିନ ଉକ୍ତ ପଥରରେ ପଡି ଏକହାତ ଭାଙ୍ଗିଯାଇଥିବା ସହ ଦେହମୁଣ୍ଡରେ କୌଣସିପ୍ରକାର ଆଘାତର ଚିହ୍ନବର୍ଣ୍ଣ ନଥିବାରୁ ପ୍ରଥମେ ତାହା ଏକ ଦୁର୍ଘଟଣାଜନିତ ବୋଲି ପୁଲିସ ଭାବିଥିବା  ଓ  ମୃତକଙ୍କ ବଡଭାଇ ନବ କୁମାର ଥନାପତି ଥାନାରେ ତାଙ୍କ ଭାଇ ଆତ୍ମହତ୍ୟା କରିଥିବା ସନ୍ଦେହରେ ଏକ ଲିଖିତ ଏତଲା ଦେଇଥିଲେ । ଉଲ୍ଲେଖଯୋଗ୍ଯ ଯେ , ମୃତକଙ୍କର ଆଗାମୀ ଫେବୃୟାରୀ ୫ ତାରିଖରେ ବିବାହ ହେବାର ଥିଲା ଓ ନିମନ୍ତ୍ରଣ କାର୍ଡ ବଣ୍ଟା ଚାଲିଥିଲା । 
ଖବରପାଇ ମୃତକଙ୍କ ଶଶୁରଘର ଲୋକେ ଓ ଭାବୀପତ୍ନୀ ଖପ୍ରାଖୋଲ ଥାନାନ୍ତର୍ଗତ ଗମ୍ଭାରୀ ଗ୍ରାମରୁ ସକାଳୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ।  ପୁନଶ୍ଚ ମୃତକଙ୍କ ଭାବୀପତ୍ନୀ ପୁଲିସ ଆଗରେ ପ୍ରକାଶ କରିଥିଲେ ଯେ ଘଟଣାସ୍ଥଳରୁ ଉକ୍ତରାତିରେ ମୃତକ ତାଙ୍କୁ ' ଭିଡିଓ କଲ୍ କର ତ , ତୁମକୁ ଟିକେ ଦେଖିବାକୁ ଇଚ୍ଛା ହେଉଛି ' ବୋଲି ଅନୁରୋଧ କରିବାରୁ ସେ ତାଙ୍କୁ ଭିଡିଓ କଲ୍ କରିଥିଲେ । ତହିଁରେ ଉକ୍ତ ତେଲନଦୀ ପୋଲ ଉପରେ ସେ ଥିବା ଓ ସେଠାକାର ବ୍ରିଜ୍ ର ଲେଖାବୋର୍ଡ ଦିଶୁଥିବା  ସହ ସେ ତାଙ୍କର ସାଙ୍ଗକୁ କ୍ଷେତ୍ର... କ୍ଷେତ୍ର ବୋଲି ଡାକୁଥିବା ସେ ଶୁଣିଥିବା ପ୍ରକାଶ କରିଛନ୍ତି , ଯାହା କି ବିଭିନ୍ନ ଗଣମାଧ୍ୟମରେ ମଧ୍ଯ ପ୍ରକାଶିତ ହୋଇଥିଲା ।

ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବାରୁ ଏହି ପ୍ରତିନିଧି ଘଟଣାସ୍ଥଳ, ଦେଉଳଗୁଡିର ମୃତକଙ୍କ ଗ୍ରାମ ଓ ଘର , ତୁଷୁରା ଥାନା ଓ ଗମ୍ଭାରୀ ଗ୍ରାମକୁ ଯାଇ ଅନୁସନ୍ଧାନ କରିଥିଲେ ହେଁ , ଗ୍ରାମବାସୀ ବା  ଦେଉଳଗୁଡି ଦୋକାନବଜାରର କେହି କ୍ଷେତ୍ର ସମ୍ପର୍କରେ କିଛି କହି ନଥିଲେ ଓ ତାଙ୍କ ଗାଁ'ରେ 'କ୍ଷେତ୍ର' ନାମଧାରୀ କୌଣସି ବ୍ୟକ୍ତି ନ ଥିବା କହିଥିଲେ । (ପରେ ମୃତକଙ୍କ ପରିବାରବର୍ଗଙ୍କ ଠାରୁ ପୁଲିସ ସେମାନଙ୍କୁ ମିଡିଆ ଆଗରେ କିଛି  କହିବାକୁ ବାରଣ କରିଥିବା ପ୍ରକାଶ। )

ତୁଷୁରା ଆଇ ଆଇ ସି ମନୋଜ କୁମାର ପ୍ରଧାନଙ୍କର ଉକ୍ତ ପ୍ରକାଶିତ ଗଣମାଧ୍ୟମର ରିପୋର୍ଟ ଉପରେ ଦୃଷ୍ଟିଆକର୍ଷଣ କରିବାରୁ ସେ ' ଆପଣମାନେ ଶୁଣାକଥାରେ ଲେଖନ୍ତି , ଆମେ ତଥ୍ଯପ୍ରମାଣ ଭିତ୍ତିରେ ତଦନ୍ତ କରିଥାଉଁ ' ବୋଲି କହି ' ସେ ଝିଅ (ମୃତକଙ୍କ ଭାବୀପତ୍ନୀ ) ସେ ବରାବର ନଟରାଜଙ୍କ ସହ ଫୋନ୍ ରେ କଥା ହେଉଥିଲେ ହେଁ , ଉକ୍ତଦିନ ବ୍ରିଜ୍ ଉପରକୁ ସେଇ ଭିଡିଓ କଲ୍ କରିଥିବା ମୋବାଇଲ ଫୋନ୍ ଟି ଉକ୍ତ  ରାତି ୧୧ ଟା ୪୫ ମି. ପର୍ଯ୍ୟନ୍ତ ଆଦୌ ଆସି ନଥିବା ଓ ସେଦିନ ରାତିରେ ତାହା ଡାହିମାଲ୍ ଛକରୁ ଦେଉଳଗୁଡି ମଧ୍ଯରେ ରହିଥିବା ଓ ଶେଷରେ ଦେଉଳଗୁଡିରେ ସେଦିନ ରାତି ୧୨ . ୫ ଟାରେ ଫୋନ୍ ଟି ବନ୍ଦ ହୋଇ ଯାଇଥିବା କଲ୍ ଡିଟେଲ୍ ସ ରିପୋର୍ଟରୁ ମିଳିଥିବା ବିଶ୍ବାସରେ ପ୍ରକାଶ କରିଥିଲେ ।  ତେଣୁ ମୃତକଙ୍କ ଭାବୀପତ୍ନୀ କାହିଁକି ସେପରି କହିଲେ ବୋଲି ସନ୍ଦେହ ଉପୁଜିବା ସ୍ବାଭାବିକ୍  !  ( ଏବେ  ମୃତକଙ୍କ ସେହି ଭାବୀପତ୍ନୀଙ୍କୁ ପୁଲିସ ଏହି ମାମଲାର ରାଜସାକ୍ଷୀ କରିବାକୁ ଯାଉଥିବା ପ୍ରକାଶ ।  ଏ ସମ୍ପର୍କରେ ଆଇ ଆଇ ସି ଙ୍କୁ  ପ୍ରଶ୍ନ କରାଯିବାରୁ ସେ ' କେସ୍ କୁ ମଜବୁତ କରିବାକୁ ଏମିତି ଟିକେ ଅଧେ କରାଯାଏ ' ବୋଲି ସଫେଇ ଦେଇଛନ୍ତି  ! )

ଶେଷରେ ପୁଲିସ ଗତ ୧୫ ତାରିଖରେ ଏହି ମାମଲାକୁ ୟୁଡି କେସ୍ ରୁ ହତ୍ୟାକାଣ୍ଡ ମାମଲାରେ ପରିବର୍ତ୍ତିତ କରି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ରୂପେ ମୃତକଙ୍କ ବଡଭାଇ ନବ କୁମାର ଥନାପତିଙ୍କୁ ଅଭିଯୁକ୍ତ କରିବା ସହ ମୃତକଙ୍କ ଘନିଷ୍ଠ ବନ୍ଧୁ ପାଖ ଗାଁ' କ୍ଷେତ୍ର ମୋହନ ସୁନା ସମେତ ତା'ର ୬ ଜଣ ସହଯୋଗୀଙ୍କୁ ତୁଷୁରା ସମଲେଇପଡାର ରାଜା କୁମ୍ଭାର , ଦେଓଗାଁ' ସାଗରପାଲିର ମିଲନ ବହିଦାର , ଦେଓଗାଁ' କଛାରପାଲିର ଟିଟୁ ଓରଫ ଚନ୍ଦନରଣା ଓ ରୋଷନ ସାହୁ , ସଇଁତଳା କନ୍ଯାଶ୍ରମରୁ ଲାଠୋର ଥାନାନ୍ତର୍ଗତ ସାହାଜପାଣିର ମଣ୍ଟୁ ଓରଫ ମହାଦେବ ବାଗ , ସଇଁତଳା ଥାନାନ୍ତର୍ଗତ କୁଇକେଡାର ରଞ୍ଜିତ ମିଶ୍ର, ଗୋପବନ୍ଧୁପଡାର ବୁଲୁ ସାହୁ ଓ ରେଙ୍ଗାଲିର ସାହିଲ୍ ବଗର୍ତ୍ତି ପ୍ରମୁଖଙ୍କୁ ଉଠାଇ ଆଣିଥିଲା । ଅଭିଯୁକ୍ତଙ୍କ ମଧ୍ଯରୁ କୁଇକେଡାର ରଞ୍ଜିତ ମିଶ୍ରର ଏକ କାର୍ କୁ ଏହି କାଣ୍ଡରେ ବ୍ୟବହାର କରାଯାଇ ଥିବାରୁ ଜବତ କରାଯାଇଛି । ଏଥିରେ ବ୍ୟବହୃତ ଦ୍ବିତୀୟ କାର୍ ଓ ବାଇକ୍ କୁ ଜବତ କରାଯାଇଛି କି ନାହିଁ , ଅଦ୍ୟାବଧି ପୁଲିସ ପ୍ରକାଶ କରିନାହିଁ । ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ଏହିକାଣ୍ଡରେ ବ୍ୟବହୃତ କାର୍ ର ରଙ୍ଗ 'ଧଳା' ବୋଲି ପ୍ରକାଶ କରିଥିବା ବେଳେ , ଗଣମାଧ୍ୟମର ଫଟୋରୁ ଜବତ ଗୋଟିଏ କାର୍ ର ରଙ୍ଗ 'ଗୋଲାପି' ଦିଶୁଛି  ! ଏଥିରେ ଆହୁରି ୪ ଜଣ ସାମିଲ୍ ରହିଥିବା ଚର୍ଚ୍ଚା ହେଉଛି ।

ଗତ ୧୭ ତାରିଖରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ତୁଷୁରା ଆଇ ଆଇ ସି ମନୋଜ କୁମାର ପ୍ରଧାନ , ସଦର ଏସଡିପିଓ ସରୋଜ ଉପାଧ୍ଯାୟ ଓ ଏସ୍ ପି ଅଭିଳାଷ ଜି ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ଏସ୍ ପି ଯାହା ପ୍ରକାଶ କରିଥିଲେ , ତା'ର ସାରାଂଶ ହେଲା , ବ୍ୟବସାୟିକ ବିବାଦ ଓ ପାରିବାରିକ ଅସହିଷ୍ଣୁତାରୁ ବଡଭାଇ ନବ କୁମାର ଥନାପତି ସାନଭାଇକୁ ହତ୍ୟା କରିବାକୁ ମୃତକର ଘନିଷ୍ଠବନ୍ଧୁ ଥିବା କ୍ଷେତ୍ର ମୋହନ ସୁନାକୁ ୬୦ ହଜାର ଟଙ୍କା ଅଗ୍ରୀମ ଦେଇ ଜୀବନରେ ମାରିଦେବାକୁ ଗତ ଡିସେମ୍ବର ଶେଷ ସପ୍ତାହରେ ସୁପାରୀ ଦେଇଥିଲା ଓ କ୍ଷେତ୍ର ତା'ର ଉପରୋକ୍ତ ସହଯୋଗୀମାନଙ୍କୁ ଗତ ୧ ତାରିଖରୁ ୨ ତାରିଖ ରାତି ମଧ୍ଯରେ ଡକାଇ ଥିଲା । ଅପର ପକ୍ଷରେ ଜରୁରୀ କାମ ଥିବା ଆଳରେ ମୃତକ ନଟରାଜଙ୍କୁ ବ୍ରିଜ୍ ପାଖକୁ ଡକାଇ ନେଇ ପାଣି ଆଣିବାକୁ ଯିବା ଆଳରେ ପଳାଇ ଯାଇଥିଲା । ସେଠାରେ ରାତି ୧୨ ଟା ପରେ ପହଞ୍ଚିଯାଇ ପ୍ରଥମେ ଗାଡି ଚପାଇ ମାରିଦେବାକୁ ଯୋଜନା ବିଫଳ ହେବାରୁ ସେମାନେ ତାକୁ ଉଠାଇ ପୋଲତଳକୁ ଫିଙ୍ଗି ଦେଇଥିଲେ ।  ପୁଲିସ ଏତେଦିନ ହେଲା ବିଭିନ୍ନ ସାଇଣ୍ଟିଫିକ୍ , ସାଇବର ଓ ପୋଷ୍ଟ୍ ମର୍ଟମ୍ ରିପୋର୍ଟ ଇତ୍ୟାଦି ଭିତ୍ତିରେ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିପାରିଛି । ' ତୁଷୁରା ଥାନାଧିକାରୀ ପ୍ରକାଶ କରିଛନ୍ତି ଯେ , ଆମେ ( ତୁଷୁରା ପୁଲିସ) , ସଦର ଏସଡିପିଓ ଓ ବଲାଙ୍ଗୀରରେ ରାତିସାରା ଜେରା କରି ଏସ୍ ପି ଏହା ବାହାର କରିଛନ୍ତି । ଏଥିରେ ଏମିତି ବି ଅଭିଯୁକ୍ତମାନେ ଅଛନ୍ତି ଯେ , ସେମାନେ କିଛି ଜାଣି ଇ ନାହାଁନ୍ତି  !  ମାଷ୍ଟରମାଇଣ୍ଡ୍ ନବ ତ ଏମିତି ବିଚଳିତ ହେଉଥିଲା ଯେ , ଦେଖିଲେ ଯେ କେହି ଜାଣିପାରିବ ! '

'ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଛନ୍ତି କି ? ' ଉତ୍ତରରେ 'ସ୍ବୀକାର ଆଉ କେମିତି କରିବେ ? ' ଓ ପରେ ' ହଁ , କରିଛନ୍ତି ।' ବୋଲି କୁଣ୍ଠିତ ଭାବରେ କହିଥିଲେ । ' - ଏଣୁ ଏଥିରୁ ପୁଲିସର କଥାରେ ତାଳମେଳ ନ ଥିବା କୁହାଯାଉଛି । 

ଆହୁରି ବି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଘଟାଇବାକୁ ତିନି/ ଚାରୋଟି ଥାନାନ୍ତର୍ଗତ  ୬ / ୭ ଖଣ୍ଡ ଗ୍ରାମରୁ ଗୋଟିଏ ରାତିରେ ୨ ଟି ଚାରିଚକିଆ ଓ ବାଇକ୍ ମାନଙ୍କରେ ଆସିଥିବା ୮ / ୧୦ ଜଣ ଅପରାଧୀଙ୍କ ଠାରୁ ତଦନ୍ତକାରୀ ପୁଲିସ କୌଣସିପ୍ରକାର ମାରଣାସ୍ତ୍ର ଜବତ କରିନାହିଁ  !  ମୃତକଙ୍କ ଦେହରେ ମଧ୍ଯ କୌଣସିପ୍ରକାର ଆଘାତର ଚିହ୍ନ ନାହିଁ । 

 ( ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ବା ପୁଲିସ ପକ୍ଷରୁ ସୁପାରୀର ପରିମାଣ କିଛି କୁହାଯାଇ ନଥିବା ବେଳେ କେତେକ ଗଣମାଧ୍ୟମରେ ଏହାକୁ  କେଉଁଠି ୨ ଲକ୍ଷ ଓ କେଉଁଥିରେ ୩ ଲକ୍ଷ  ଓ କେଉଁଠି ୫ ଲକ୍ଷ ଟଙ୍କାର ଡିଲ୍ ବୋଲି ମନଇଚ୍ଛା ଖବର ପ୍ରକାଶ ପାଇଛି । ସେହିପରି କେବଳ କ୍ଷେତ୍ରର ଆକାଉଣ୍ଟକୁ ୬୦ ହଜାର ଟଙ୍କା ଫୋନ୍ ପେ' ରେ ପଠାଇ ପରେ ଅପଚର୍ଚ୍ଚା ବା କୌଣସି କାରଣରୁ ତାହାକୁ ଡିଲିଟ୍ କରିଦେବା ବ୍ୟତୀତ ଆଉ କୌଣସି ଠୋସ୍ ପ୍ରମାଣ ନ ଥାଇ ମୁଖ୍ଯଅଭିଯୁକ୍ତ କ୍ଷେତ୍ର କଥାରେ ବଡଭାଇକୁ ମାଷ୍ଟରମାଇଣ୍ଡ୍ ସଜାଇଦିଆଯିବା  ସହ ଗଣମାଧ୍ୟମରେ ' ଭାଇ ହେଲା ଭଗାରୀ ' ଭଳି ଆରମ୍ଭରୁ ଚିତ୍ରଣ କରାଯାଇ ଆସୁଛି  ।  ଗଣମାଧ୍ୟମରେ ଗିରଫ ବଡଭାଇ  ନବ କୁମାର ଥନାପତିଙ୍କର ପତ୍ନୀ କମଳିନୀ କାନ୍ଦି କାନ୍ଦି ଏଥିରେ ତାଙ୍କ ସ୍ବାମୀଙ୍କର କୌଣସିପ୍ରକାର ହାତ ନ ଥିବା କହି ଗଞ୍ଜେଇ ବେପାର କରୁଥିବା କ୍ଷେତ୍ର ନିଜମୁଣ୍ଡରୁ ଅଠା ଛଡାଇବାକୁ ଅପପ୍ରଚାର କରି ମୋ ସ୍ବାମୀଙ୍କୁ ଫସାଇ ଦେଇଥିବା ସହିତ  ଏହି ଷଡଯନ୍ତ୍ରରେ ପୁଲିସର ହାତ ଥିବା ଆରୋପ ପ୍ରକାଶ କରିଛନ୍ତି । ମୃତକଙ୍କ ମଆଙ୍କ ସମେତ ପରିବାର ପକ୍ଷରୁ ଏହାର ଦୃଢ ପ୍ରତିବାଦ ପ୍ରକାଶ ପାଇଛି । ଏହିସୂତ୍ରରୁ ଏହା ପଛରେ ଥିବା ଅନ୍ୟଏକ ଗୁରୁତର କାରଣ ବା ସେମାନେ ଯୋଗାଇ ଦେଇଥିବା ନଟରାଜ ଓ କ୍ଷେତ୍ରଙ୍କର ସ୍ବାକ୍ଷର ଥିବା ୧୧ ଲକ୍ଷ ୮୦ ହଜାର ଟଙ୍କାର ଏକ କାଗଜକୁ ତଦନ୍ତକାରୀ ପୁଲିସ କାହିଁକି ଅଣଦେଖା କରୁଛି , ତାହାର କାରଣ ଅସ୍ପଷ୍ଟ  !

ଏତେ ଅପରାଧୀ ଏଭଳି ଏକ ହତ୍ୟାକାଣ୍ଡ ଘଟାଇବାକୁ କାଳବିଳମ୍ବ ନ କରି ହଠାତ୍ ଆସିଗଲେ ଓ ବିନା ଅସ୍ତ୍ରଶସ୍ତ୍ରରେ ପହଞ୍ଚିଯାଇ ପ୍ରାୟ ରାତି ୧୨ ଟାରେ ପୋଲବାଡା ଉପରେ ବସିଥିବା ମୃତକ ନଟରାଜ ଭଳି ଜଣେ ସୁସ୍ଥସବଳ ଯୁବକଙ୍କୁ ପେଲିଦେଇ ମାରି ପଳାଇଗଲେ  !  ପୁଲିସର ଏ ଗପ କେତେ ବିଶ୍ୱାସଯୋଗ୍ୟ  ? ଯଦିଓ ଏବେ ବି ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ  ନା  ଦୁର୍ଘଟଣାଜନିତ ମୃତ୍ୟୁ , ଏ ନେଇ ଲୋକମାନଙ୍କ ମଧ୍ଯରେ ସନ୍ଦେହ ରହିଛି  !

ଅପରପକ୍ଷରେ ଏହି ସନ୍ଦେହଜନକ ହତ୍ୟାକାଣ୍ଡର ପ୍ରକୃତ କାରଣ ଅନ୍ୟକିଛି ବୋଲି ଅଞ୍ଚଳର ଲୋକେ ଚର୍ଚ୍ଚା କରୁଛନ୍ତି । ପରିବାରର ଅଭିଯୋଗ ଓ ଉକ୍ତ ଚର୍ଚ୍ଚାରୁ ପ୍ରକାଶ ଯେ , କ୍ଷେତ୍ର ମୋହନ ସୁନା ଜଣେ କୁଖ୍ୟାତ ଚୋରାଗଞ୍ଜେଇ ବେପାରୀ  ଓ ଉପରୋକ୍ତ ୬ ଜଣଯାକ ଅଭିଯୁକ୍ତମାନେ ମଧ୍ଯ ଅପରାଧୀ ପ୍ରବୃତ୍ତିର ଓ  ଗଞ୍ଜେଇ ଚୋରାଚାଲାଣ ସହ ଜଡିତ । ଏହି ଅଞ୍ଚଳଟି ବଲାଙ୍ଗୀର- ବୌଦ୍ଧ - କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗଞ୍ଜେଇ ଚୋରାଚାଲାଣର କରିଡର । ତୁଷୁରା ଥାନାଧିକାରୀଙ୍କ ଠାରୁ   ଅନୌପଚାରିକ ଭାବରେ ଏହିସବୁ ଅଞ୍ଚଳର ଅନେକେ ଏଭଳି କାରବାରରେ ଓ ଆଗରୁ ନବ କୁମାର ଥନାପତି ମଧ୍ଯ ଏଭଳି ବେପାରରେ ସମ୍ପୃକ୍ତ ଥିବା ପ୍ରକାଶ  । ସେହିପରି ମୃତକ ନଟରାଜ ଥନାପତି ମଧ୍ଯ ଏଭଳି ଅବୈଧ ବେପାରରେ ଜଡିତ ରହିଥିବା ସମ୍ଭବ  ! କାରଣ ଗଞ୍ଜେଇମାଫିଆ କ୍ଷେତ୍ର ତାଙ୍କର ଘନିଷ୍ଠ ସାଙ୍ଗ ଥିଲା । ଏ ଦିଗରେ ତଦନ୍ତ କରିବାକୁ ମୃତକ ଓ ଅଭିଯୁକ୍ତ ନବଙ୍କ ମାଆ ଓ ପତ୍ନୀଙ୍କ ପକ୍ଷରୁ ଦାବି କରାଯାଉଛି ।

ଶୁଣାଯାଇଛି , କିଛିଦିନ ତଳେ ଏହି ରାସ୍ତାଦେଇ ଯାଇଥିବା ଏକ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଗାଡି ଧରାପଡିଥିଲା । ସମ୍ଭବତଃ ତୁଷୁରା ଅବକାରୀ ବିଭାଗ ହାତରେ ଗତ ୧୨ ତାରିଖର ଧରାପଡିଥିବା ଏକ ସିଜି ନମ୍ବର ଥିବା ଗାଡିରେ ଜାମୁଟ୍ ପାଖର ମାମଲା ହେଉ , ପ୍ରାୟ ୪ ମାସ ତଳେ ତେତେଲଖୁଣ୍ଟି ପାଖରେ ଖୁଦଗାଡିରେ ଧରାପଡିଥିବା  ୧୧ କୁଇଣ୍ଟାଲ୍ ଗଞ୍ଜେଇ ମାମଲା ହେଉ ଅଥବା ଗତ ଡିସେମ୍ବର ଶେଷ ସପ୍ତାହର ଏଭଳି କୌଣସି ମାମଲା ହେଉ ; ତାହାକୁ ମୃତକ ନଟରାଜ ଧରାପକାଇ ଦେଇଥିବାର କ୍ଷେତ୍ର ବା ନବ ବା ଉପରୋକ୍ତ ଗିରଫ ଅଭିଯୁକ୍ତମାନଙ୍କ ଗୋଷ୍ଠୀର ବିପୁଳ କ୍ଷତି ନିମନ୍ତେ ରହିଥିବା ସନ୍ଦେହ ଯୋଗୁଁ ରାଗବଶତଃ ହେଉ , ଘଟଣାଦିନ ରାତିରେ ତାହା ହିଁ ମୁହାଁମୁହିଁ ବିବାଦର କନ୍ ଫ୍ରଣ୍ଟେସନ୍ ହେଇପାରେ  ! ମୃତକଙ୍କ ଦେହରେ କୌଣସିପ୍ରକାର ଆଘାତ ନ ଥିବାରୁ ତାଙ୍କୁ ଉକ୍ତ ମାଫିଆଙ୍କ ଆକ୍ରମଣ ନୁହେଁ , ବରଂ ସେ ଭୟରେ ପୋଲତଳକୁ ଡେଇଁପଡିଥିବା ଆଶଙ୍କାକୁ ନିହାତି ଅମୂଳକ ବି କୁହାଯାଇ ନପାରେ  ! 

ସେମାନଙ୍କ ପରିବାରରେ ଭାଇଭାଗ ଓ ସମ୍ପତ୍ତିବିବାଦ ରହିଥାଇପାରେ  ! ବଡଭାଇଠାରୁ ଅଲଗା ହୋଇ ଆଉ ଏକ ଦୋକାନ କରିବା , ବଡଭାଇ ୮ ଏକର ଜମି କିଣିବା ବା ବଡଭାଇ ବାପମାଆଙ୍କୁ ଖାଇବାପିଇବାର ଦାୟିତ୍ବ  ନନେଇ ସାନଭାଇ ଆଡକୁ ଦାୟିତ୍ବ ଠେଲିଦେବା ଇତ୍ୟାଦି ଏହି ହତ୍ୟାକାଣ୍ଡର ପ୍ରମୁଖ କାରଣ ହୋଇପାରେ କି ? 

ସବୁଠାରୁ ସଦ୍ୟତମ ଖବର ଏହା ଯେ , ନବଙ୍କ ସ୍ତ୍ରୀ କମଳିନୀ ଓ ମାଆବାପା ସମେତ  ପରିବାରର ଅଭିଯୋଗ ଅନୁଯାୟୀ ,ମୃତକଙ୍କ ଘରେ ଥିବା ତାଙ୍କ ପକେଟ୍ ରୁ ବାହାରିଥିବା କ୍ଷେତ୍ର ଓ ତାଙ୍କର ସ୍ବାକ୍ଷର ଥିବା  କାଗଜର ୧୧ ଲକ୍ଷ ୮୦ ହଜାର ଟଙ୍କାର ହ୍ୟାଣ୍ଡ୍ ନୋଟ୍ !  ନଟରାଜଙ୍କ ଠାରୁ କ୍ଷେତ୍ର ଉଧାରୀ ନେଇ ସୁଝୁ ନ ଥିବା ଏହି ଟଙ୍କାକୁ ବିବାହ ନିକଟ ହେବାରୁ ମାଗିବାରୁ କ୍ଷେତ୍ର ତାଙ୍କ ବଡଭାଇ ଆଡକୁ ଦୋଷ ଠେଲିବାର ଓ ସହଯୋଗୀଙ୍କୁ ଡକାଇ ସେମାନଙ୍କ ଭାଗ ଦାବି କରାଇବାର ଏହା ଏକ ଚାଲ୍ ନୁହେଁ ତ ? ସର୍ବୋପରି ଏହିପ୍ରକାର ଆୟ କ'ଣ ଥିଲା ?  ଏ ଦିଗକୁ ପୁଲିସ ଜାଣିସୁଦ୍ଧା ସାମ୍ନାକୁ ନ ଆଣିବାର କାରଣ କ'ଣ  ? 

 ଏହି ଅଧାପନ୍ତରିଆ ତଦନ୍ତ କରାଯାଇଥିବା ମାମଲାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ମୃତକଙ୍କ ବଡଭାଇ ନବ କୁମାର ଥନାପତିଙ୍କର ପତ୍ନୀ କମଳିନୀଙ୍କ ଖୋଲାଖୋଲି ଆରୋପ ଅନୁଯାୟୀ , ତୁଷୁରା ପୁଲିସ ଲାଞ୍ଚ ଖାଇ ଗଞ୍ଜେଇବେପାରୀ କ୍ଷେତ୍ର କଥାରେ ଏହି ନିରସ୍ତ୍ର ସଂଘବଦ୍ଧ ଅଭିଯୁକ୍ତଙ୍କ ଦ୍ବାରା ତଥାକଥିତ ହତ୍ୟାକାଣ୍ଡରେ ତାଙ୍କ ସ୍ବାମୀଙ୍କୁ ସତରେ ଫସାଇ ଦିଆଯାଇନାହିଁ  ତ  ? ଏ ସମ୍ପର୍କରେ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯିବାକୁ ସଜବାଜ ହେଉଥିବାର ସୂଚନା ମିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like