-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
19-May-2026
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ):ବଡ଼ବଜାର ଥାନା ପୋଲିସ ରାତ୍ରୀ ପଇଁତରା ମାରୁଥିବା ବେଳେ ଦିଗପହଣ୍ଡି ରାସ୍ତା ଓମ୍ ନଗର ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପ ରେ କିଛି ଯୁବକ ମିଶି କଣ ସବୁ ଆଲୋଚନା କରୁଥିବା ଦେଖି ସନ୍ଦେରେ ସେମାନଙ୍କୁ କାବୁ କରିଥିଲେ ଓ ସେମାନଙ୍କ ନିକଟରୁ ୨ଟି ଖଣ୍ଡା,
ଦୁଇଟି ବୋମା, ଦୁଇଟି ମୋଟର ସାଇକେଲ ଓ କିଛି ଲୁହା ଛଡ଼ ଜବତ କରି ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା ବେଳେ ଜାଣିବାକୁ ପାଇଲେ ଯେ ସେମାନେ ଜାତୀୟ ରାଜପଥ ରେ ଡକାୟତି ପାଇଁ ଯୋଜନା କରୁଥିଲେ। ଏହି ଭଳି ପରିସ୍ଥିତିରେ ପୋଲିସ ୩ ଜଣ ଯୁବକ ରୁଦ୍ର ନାରାୟଣ ଗୌଡ଼, ଆକାଶ ଭୁୟାଁ ଓ ଲକ୍ଷ୍ମଣ ଘଡେଇ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ଓ ଅଟକ ଦୁଇ ବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଛନ୍ତି।