-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
27-Aug-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାଡ଼ ନଂ ୭ ଖନ୍ଦାଢିପ ପ୍ରଥମ ଗଳିରେ ଉଦଘାଟନ ପରଠାରୁ ମହାନଦୀ ପାଣି ଆସୁନଥିବା ଶୁକ୍ରବାର ସାହିର ମହିଳାମାନେ ରେଢ଼ାଖୋଲ ସହର ଜଳ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଖନ୍ଦାଢିପ ଭିକୁ ପୋଦାର ଘରଠାରୁ ଅଶୋକ ମେଣ୍ଡୁଳୀ ଘର ପର୍ଯ୍ୟନ୍ତ ମହାନଦୀ ପାଣି ପାଇଁ ପାଇପ ଲାଗା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଆସିପାରି ନାହିଁ । ଉକ୍ତ ଗଳିରେ ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଳୁଛନ୍ତି । ତେଣୁ ଯଥାଶୀଘ୍ର ମହାନଦୀ ପାଣିର ସମସ୍ୟା ସମାଧାନ କରିବାକୁ ସାହିର ମଞୁବାଳା ଦେହୁରୀ , ବାସନ୍ତୀ ପାତ୍ର , ସରଙ୍ଗିନି ପୁରୋହିତ , ମମତା କର୍ଣ୍ଣ , ପୁଷ୍ପାଞ୍ଜଳି ମେଣ୍ଡୁଳୀ , ଲକ୍ଷ୍ମୀ ପାଣିଗ୍ରାହୀଙ୍କ ସମେତ ସାହି ବାସିନ୍ଦା ଦାବି କରିଥିଲେ ।