-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||     

HOME   ଜିଲ୍ଲା

ଜେନାପୁର ଷ୍ଟେସନରେ ମୃତ ଶ୍ରମିକଙ୍କ ଶବ ଧରି ଧାରଣାରେ ବସିଲେ ସତୀଶ ବିଶ୍ୱାଳ ଦାବି ପୁରଣ ପରେ ଧାରଣା ପ୍ରତ୍ୟାହାର    

27-Aug-2021




ଯାଜପୁର,  ଲୋକଙ୍କ ସମସ୍ୟା ସମାଧାନ ଓ ଦାବି ପୁରଣ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଧର୍ମଶାଳାର ଫାୟାରବ୍ରାଣ୍ଡ ଯୁବନେତା ସତୀଶ ବିଶ୍ୱାଳ ଆଜି ଜଣେ ମୃତ ଗରୀବ ଶ୍ରମିକଙ୍କ ଶବ ଧରି ଜେନାପୁର ଷ୍ଟେସନରେ ସମ୍ମୁଖରେ ଧାରଣାରେ ବସିଥିଲେ । ସତୀଶଙ୍କ ସହ ଏହି ଶ୍ରମିକଙ୍କ ପରିବାର ସହ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଧାରଣାରେ ସାମିଲ ହୋଇଥିଲେ । ତେବେ ରେଳବାଇ ପୋଲିସ ଏବଂ ବଭାଗୀୟ ଉଚ୍ଚ ଅଧିକାରୀଙ୍କ ଦାବି ପୁରଣ ନେଇ ଲିଖିତ ପ୍ରତିଶୃତି ପରେ ଏହି ଧାରଣା ପ୍ରତ୍ୟାହାର ହୋଇଛି ।
ଖବରରୁ ପ୍ରକାଶ, ଗତ ଜୁଲାଇ ୨୬ ତାରିଖରେ ଜେନାପୁର ରେଳ ଷ୍ଟେସନ ନିକଟରେ ରେଳବାଇ ଠିକା କାର୍ଯରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନିକଟସ୍ଥ ଦହିପୁର ଗ୍ରାମର ଶ୍ରମିକ ତୋଫାନ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ । ଆହତ ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଏହାପରେ ଏକ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇ ପୁନଶ୍ଚ ତୋଫାନଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉ ଥିବା ବେଳେ ଗତକାଲି ୨୬ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଶ୍ରମିକ ଭାବେ ତାଙ୍କୁ କୌଣସି ଚିକିତ୍ସା ସହାୟତା ସରକାରଙ୍କ ତରଫରୁ କିମ୍ବା ଠିକା ସଂସ୍ଥା ତରଫରୁ ନମଳିବାରୁ ଅର୍ଥାଭାବରୁ ଅଧିକ ଉନ୍ନତ ଚିକିତ୍ସା ସେବା ମିଳି ନଥିଲା । ଏହାର ପ୍ରତିବାଦରେ ଶ୍ରମିକଙ୍କ ପରିବାର ତରଫରୁ କେନ୍ଦ୍ରିୟ ଲେବର କମିଶନ, ଅନୁଗୁଳ,  ଷ୍ଟେସନ ମାଷ୍ଟର ଜେନାପୁରଙ୍କୁ ଲିଖିତ ଅଭିଯୋଗ କରାଯିବା ସହ ଯାଜପୁରରୋଡ ରେଳବାଇ ପୋଲିସ ନିକଟରେ ଘଟଣା ନେଇ ଏତଲା ଦିଆଯାଇଥିଲା । ହେଲେ ଘଟଣାକୁ ଏକ ମାସ ବିତିଥିଲେ ମଧ୍ୟ ଅଦ୍ୟାବଧି ଏତଲା ରୁଜୁ ନହେବା, ଶ୍ରମିକଙ୍କ ଚିକିତ୍ସା ପାଇଁ କୌଣସି ସହାୟତା ନମିଳିବା ପ୍ରତିବାଦରେ ଆଜି ସତୀଶଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା । ଧାରଣାସ୍ଥଳରୁ ସତୀଶ ଏଥିନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ତୁରନ୍ତ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପଂହଚି ସତୀଶଙ୍କ ସହ ଆଲୋଚନା କରିଥିଲେ । ସତୀଶଙ୍କ ଦାବି ଅନୁସାରେ ଆଜି ଏଥିନେଇ ଏତଲା ରୁଜୁ ସହ କ୍ଷତିପୁରଣ ପଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଲିଖିତ ପ୍ରତିଶୃତି ଦିଆଯାଇଛି । ଏଥିରେ ରେଳ ବିଭାଗର ଭଦ୍ରଖର ସିନିୟର ସେକ୍ସନ ଇଂଜିନିୟର ଶ୍ରୀ ଏସ.କେ.ମହାପାତ୍ର, ରେଲୱେ ପ୍ରୋଟେକ୍ସନ ଫୋର୍ସର ଇନିସିପ୍ଟେର ଶ୍ରୀ ଆର.କେ.ବେହେରା, ରେଲୱେ ଆଉଟ ପୋଷ୍ଟ ଯାଜପୁରରୋଡର ଅଧିକାରୀ ଶ୍ରୀ ପପୁ କୁମାର ନାୟକ, ଜେନାପୁର ଷ୍ଟେସନ ମାଷ୍ଟର ଶ୍ରୀ ଆର.କେ. ମତଗଜସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ହୋଇଥିବା ବୁଝାବଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଗରୀବ ଶ୍ରମିକଙ୍କ ସମସ୍ୟା ନେଇ ରେ ରେଳ ବିଭାଗ ଏବଂ କେନ୍ଦ୍ରୀୟ ଶ୍ରମ ବିଭାଗ ଯତ୍ନବାନ ହେବାକୁ ସତୀଶ ଦାବି କରିଛନ୍ତି ।     
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026

You Might Also Like