-+91-9937148622 |

prerana_bgr@rediffmail.com |

  Wednesday 26th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||      ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||     

HOME   ରାଜ୍ୟ

କଥାକାର ଅଡିଓ ବୁକ୍‍ସ ପ୍ରକାଶନର ଅନ୍‍ଲାଇନ୍‍ ସୁବର୍ଣ୍ଣ ଜୟନ୍ତୀ ପାଳନ

01-Jul-2021



ଟରୋଣ୍ଟୋ / ରୋଡ୍‍ଆଇଲ୍ୟାଣ୍ଡ / ନସଭିଲ୍ଲେ / ମୁମ୍ବାଇ / ନୂଆଦିଲ୍ଲୀ / ଭୁବନେଶ୍ୱର / କଟକ : ସମଗ୍ର ବିଶ୍ୱରେ କରୋନା ଯୋଗୁଁ ନୈରାଶ୍ୟ ଛାଇ ହୋଇଯାଇଥିବା ବେଳେ  କଥାକାର ଅଡିଓ ବୁକ୍‍ସ ଆନନ୍ଦ ଓ ଉଲ୍ଲାସ ଭରା ସାହିତ୍ୟର ପସରା ମେଲାଇ ଚାଲିଥିବା ପ୍ରସିଦ୍ଧ ଲେଖିକା ଡଃ ପ୍ରତିଭା ରାୟ ପ୍ରକାଶ କରିଛନ୍ତି । କଥାକାର ଅଡିଓ ବୁକ୍‍ସ  (କେ.ଏ.ବି)ର ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣର ଅନ୍‍ଲାଇନ୍‍ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡଃ ରାୟ, ସାମ୍ପ୍ରତିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କେ.ଏ.ବିର  ସଂସ୍ଥାପକ ସୁଖେନ୍ଦୁ ପଟ୍ଟନାୟକ ଶ୍ରୋତାଙ୍କ ମଧ୍ୟରେ ସୁଖ ବାଣ୍ଟିବାରେ ଲାଗିଥିବା ଉଲ୍ଲେଖ କରିଥିଲେ । ନୀରକ୍ଷର, ଚକ୍ଷୁହୀନ ଏବଂ ଓଡ଼ିଆ ଅକ୍ଷର ପଢ଼ିପାରୁ ନଥିବା ଜନସାଧାରଣଙ୍କ  ପାଇଁ କେ.ଏ.ବି ଦ୍ୱାରା ପ୍ରକାଶିତ ଶ୍ରୁତି କାହାଣୀଗୁଡ଼ିକ ଖୁବ୍‍ ଉପାଦେୟ ସ୍ଥାପିତ ହେବ ବୋଲି ଡଃ ରାୟ ଆଶା ପ୍ରକାଶ କରିଥିଲେ । ଆମର ଭବିଷ୍ୟତ ପିଢ଼ି ମଧ୍ୟରେ ଏହି ଶ୍ରୁତି  ବିଦ୍ୟାକୁ ଆଧାର କରି ନିଜର ମାତୃଭାଷା ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ଉଦ୍ରେକ

କରାଇବା ସକାଶେ ହେଉଥିବା ଏଭଳି ସାଧୁ ଉଦ୍ୟମକୁ ଡଃ ରାୟ ବଧାଇ ଜଣାଇଥିଲେ ।  ‘ହାତବାକ୍‍ସ’ ଶୀର୍ଷକ ଏହି ଆଭାସି ସାରସ୍ୱତ ଆସରକୁ କେ.ଏ.ବି ଓ ‘ଆମେ ଓଡ଼ିଆ – ଆମ ଓଡ଼ିଶା’ ସଂଗଠନ ମିଳିତ ଭାବରେ ଆୟୋଜନ କରିଥିଲେ ।  ୱେବ୍‍ ବୈଠକରେ ଉଦ୍‍ବୋଧନ ଦେଇ କେ.ଏ.ବିର ପ୍ରତିଷ୍ଠାତା ସୁଖେନ୍ଦୁ ପଟ୍ଟନାୟକ, ୨୦୨୦ ମସିହା ଜୁଲାଇ ମାସରେ ଶୁଭାରମ୍ଭ ହୋଇଥିବା କେ.ଏ.ବି, ୧୦୦ଟି ସପ୍ତାହରେ  ୧୦୦ଟି କାଳଜୟୀ କାହାଣୀକୁ ଅଡିଓ ଜରିଆରେ ପ୍ରକାଶ କରିବାକୁ ଯାଉଥିବା ଜଣାଇଥିଲେ । ଓଡ଼ିଆ ସାହିତ୍ୟ ଭଳି ଅଗାଧ, ପ୍ରଗାଢ଼ ଓ ପ୍ରଶସ୍ତ ସମ୍ଭାର ମଧ୍ୟରେ ପାଠକକୁ  ସଦାସର୍ବଦା ସବୁ ସ୍ଥାନରେ ପସନ୍ଦଯୋଗ୍ୟ ବହି ମିଳିବା ସମ୍ଭବପର ହେଉନଥିବାରୁ ସେ ଏଭଳି ଅଭିନବ ପନ୍ଥାର ଆଶ୍ରୟ ନେଇଥିବା ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ ।  ଏହି ସଭାରେ କେ.ଏ.ବିର ପଚାଶତମ ଭେଟି ଭାବରେ ଡଃ ପ୍ରତିଭା ରାୟଙ୍କ ଦ୍ୱାରା ଲିଖିତ ଏବଂ ତାଙ୍କର କନ୍ୟା ଡଃ ଆଦ୍ୟାଶା ଦାସଙ୍କର ସ୍ୱରରେ ପାଠ କରାଯାଇଥିବା ‘ପ୍ରେମ ପତ୍ର’ ନାମକ ଶ୍ରୁତିଗଳ୍ପର ଲୋକାର୍ପଣ କରାଯାଇଥିଲା । ‘ପ୍ରେମ ପତ୍ର’ରେ ମା’ ଓ ଝିଅଙ୍କର ସମ୍ପର୍କରେ ସୁକ୍ଷ୍ମତା, ସମ୍ବେଦନଶୀଳତା ଏବଂ ସୌର୍ନ୍ଦ୍ୟତାର ବିଭିନ୍ନ ଦିଗ ଓ  ଦୃଷ୍ଟିକୋଣକୁ ଖୁବ୍‍ ପ୍ରାଞ୍ଜଳ ଓ ଜୀବନ୍ତ ଭାବରେ ଅବତାରଣା କରାଯାଇଥିବା ଡଃ ଆଦ୍ୟାଶା ଦାସ ସୂଚାଇଥିଲେ । ବୈଠକରେ ଡଃ ପ୍ରତିଭା ରାୟଙ୍କର ଜୀବନୀ ଆଧାରିତ ‘ଟାଇମ୍‍  ପାସ୍‍’ ଓ ସରୋଜ ବଳଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ଏବଂ ଓମ୍‍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ପରିକଳ୍ପିତ ଅନ୍ୟ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଡଃ ଆଦ୍ୟାଶା ଦାସ  ତାଙ୍କ ମା’ଙ୍କ ଦ୍ୱାରା ଲିଖିତ ‘ପଦ୍ମ ପତ୍ରରେ ଢଳ ଢଳ’ ଶୀର୍ଷକ କବିତା ଆବୃତ୍ତି କରିଥିଲେ ।  ୱେବିନାରକୁ ସମ୍ବୋଧନ କରି ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟ ସମୀକ୍ଷକ ଯତୀନ୍ଦ୍ର କୁମାର ନାୟକ, ଡଃ ପ୍ରତିଭା ରାୟଙ୍କର ବିସ୍ତିର୍ଣ୍ଣ ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ଉପରେ  ଆଲୋକପାତ କରିଥିଲେ । ବିଶେଷ କରି ମାନବ ଓ ନିର୍ଜୀବ ବସ୍ତୁ ମଧ୍ୟରେ ଅଦ୍ଭୁତ ସମ୍ପର୍କ ଏବଂ ନିର୍ଜୀବ ମଧ୍ୟରେ କଳ୍ପନାରେ ଜୀବନ ସଞ୍ଚାର କରିବା, ଡଃ ରାୟଙ୍କର ଲେଖନୀ  ମୁନରୁ ନିର୍ଗତ ହେଉଥିବା କାଳି ବଦଳରେ ରକ୍ତର ଅନନ୍ୟ ଓ ଅନବଦ୍ୟ ନମୁନାର କିୟଦଂଶ ବୋଲି ଶ୍ରୀ ନାୟକ କହିଥିଲେ । ଉନ୍ମୋଚନ ଉତ୍ସବର ଅନ୍ୟତମ ଆୟୋଜକ ଅକ୍ଷୟ  ମହାନ୍ତି, ଡଃ ପ୍ରତିଭା ରାୟ ତାଙ୍କରି ଭାଷା ଓ ସ୍ୱରରେ ଏକ ଶ୍ରୁତି ପୁସ୍ତକ ସଂରଚନା କରିବାକୁ ଅନୁରୋଧ କରିଥିଲେ ।  କାର୍ଯ୍ୟକ୍ରମର ଶୁଭାରମ୍ଭ ନଳିନୀପ୍ରଭା ପଟ୍ଟନାୟକଙ୍କର ସୁମଧୁର ଶଙ୍ଖଧ୍ୱନୀ ସହିତ ହୋଇଥିଲା । ସୁଭ୍ରଲିନା ମହାନ୍ତି, ସ୍ୱର୍ଗତଃ ପ୍ରତିଭା ପଟ୍ଟନାୟକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ  କରିବା ପରେ, ତାଙ୍କର ଆତ୍ମାର ସଦ୍‍ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱାଗତ ଭାଷଣ ପ୍ରଦାନ କରି ‘ଆମେ ଓଡ଼ିଆ - ଆମ ଓଡ଼ିଶା’ର ପ୍ରତିଷ୍ଠାତା ଧୀରେନ୍ଦ୍ର  କର, ସମସ୍ତ ଓଡ଼ିଆ ନିଜର ସ୍ୱର୍ଣ୍ଣାଭ ଐତିହ୍ୟ ଏବଂ ସମୃଦ୍ଧ ସଂସ୍କୃତି ପାଇଁ ଗର୍ବ ଓ ଗୌରାବାନ୍ୱିତ ଅନୁଭବ କରିବାକୁ ଆହ୍ୱାନ ଜଣାଇଥିଲେ ।  ଶୋଭାଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସୁନାମଧନ୍ୟ ସଂଗୀତଜ୍ଞ କୈଳାସ ବୈଷ୍ଣବ, ଦେବୀ ଶୁଭଦ୍ରାଙ୍କର ଆରାଧନାରେ ଏକ ମର୍ମସ୍ପର୍ଶୀ ଭଜନ ପରିବେଷଣ  କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।  ସମଗ୍ର ଅଧୀବେଶନକୁ ସୁଦକ୍ଷ ସଂଚାଳକ ପ୍ରଶାନ୍ତ ଭୂୟାଁ ବେଶ ସୁନ୍ଦର, ସାବଲୀଳ ଓ ସୁଚାରୁ ରୂପେ ସଂଯୋଜନା ଏବଂ ଡିଜିଟାଲ ମଞ୍ଚକୁ ସକ୍ରୀୟ ଓ ସରସତାର ସହିତ ପରିଚାଳନା  କରିଥିଲେ ।  ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଲାଲ ମହାନ୍ତି, ସତ୍ୟ ପଟ୍ଟନାୟକ, ନୀହାର ଶତପଥୀ, ଓମ୍‍ ପ୍ରକାଶ ମହାନ୍ତି, ମ୍ରିଣାଳିନୀ ପାଢ଼ୀ, ତାପସ ରାଜ, ସୁସ୍ମିତା ପଟ୍ଟନାୟକ,  ସୁଶ୍ରୀ ମହାନ୍ତି, ରୋଜାଲୀନ ଦାସ, ନୀହାର ସାମନ୍ତରାୟ, ସୁସ୍ମିତା ଦାସ, ସୁନନ୍ଦା ମିଶ୍ର ପଣ୍ଡା, ଲିପସା ମହାନ୍ତି, ନଳିନୀ ପଟ୍ଟନାୟକ, ଚନ୍ଦ୍ରା ମିଶ୍ର, ମାର୍କଣ୍ଡେଶ୍ୱର ପଣ୍ଡା, ବୁଦ୍ଧିନାଥ  ପାଢ଼ୀ, ଚନ୍ଦ୍ରଶେଖର ଖୁଣ୍ଟିଆ ଓ ଜେ.ପି. ଜଗଦେବ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । (ରିପୋର୍ଟ : ସୁଶାନ୍ତ କୁମାର ଖଟୁଆ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   25-Aug-2026
  ଜିଲ୍ଲା  
ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ   25-Aug-2026
  ଜିଲ୍ଲା  
*ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   25-Aug-2026
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   25-Aug-2026
  ଜିଲ୍ଲା  
ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ   25-Aug-2026
  ଜିଲ୍ଲା  
ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   25-Aug-2026
ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   25-Aug-2026
  ଜିଲ୍ଲା  
ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026
  ରାଜ୍ୟ  
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   24-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   24-Aug-2026

You Might Also Like