-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
କଳାହାଣ୍ଡି(ତ୍ରିନାଥ ବେଶ୍ରା ସହ ସଞ୍ଜୀବ ଦାସ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ଗ୍ରାମପଞ୍ଚାୟତ ସ୍ଥିତ କାମରେଙ୍ଗ ଗାଁ ର ଗରିବ ଆଦିବାସୀ ରେମନ୍ତ ମାଝୀ ଗତ ଛଅ ମାସ ତଳେ ଗାଡ଼ି ଦୁର୍ଘଟଣା ରେ ତାଙ୍କର ଗୋଟିଏ ଗୋଡ଼ ଅପରେସନ କରାଯାଇ ଲୁହା ରଡ଼ ଯୋଡ଼ା ଯାଇଥିଲା,ହେଲେ ଗତ କିଛି ଦିନ ହେଲା ଯେଉଁ ଗୋଡ଼ ରେ ଯୋଡ଼ା ହୋଇଥିଲା ଲୁହା ରଡ଼ ସେହି ଗୋଡ଼ ଟି ଚାଲିବା ଦ୍ୱାରା ପଚି ବା ରେ ଲାଗିଥିଲା।ଗ୍ରାମର ରାସ୍ତା ଶୋଚନୀୟ ହୋଇଥିବାରୁ ଗାଁ ସୁବ୍ରତ ନାଏକ, ସିଲି ମାଝୀ ଓ ଗ୍ରାମ ର କିଛି ଯୁବକ ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଡାକ୍ତରଖାନା କୁ ପଠେଇଥିଲେ,
ସେଠାରେ ଡାକ୍ତର ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ରେଫର କରିଥିଲେ, ସୁବ୍ରତ ନାଏକ ଓ ସିଲି ମାଝୀ କଳାହାଣ୍ଡି ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଙ୍କୁ ଉକ୍ତ ବିଷୟରେ ଫୋନ ଯୋଗେ ଜଣାଇଥିଲେ ଶ୍ରୀ ମଣ୍ଡଳ ଡାକ୍ତରଖାନା କୁ ଆସି ରେମନ୍ତ ଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଇ ସମସ୍ତ ପ୍ରକାର ଚିକିତ୍ସା କରାଇଲେ, ତା ଗୋଡ଼ ପଚି ବା ଦ୍ୱାରା ସଂକ୍ରମଣ ହୋଇ ଗୁରୁତର ଅବସ୍ଥାରେ ଅଛି ସେଥିପାଇଁ ଡାକ୍ତର ତାର ଯେକୌଣସି ଉଚ୍ଚ କୋଟିର ଡାକ୍ତରଖାନା ରେ ଅସ୍ତ୍ରପ୍ରଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି,କିଛି ଦିନ ମଧ୍ୟରେ ତାର ଉତ୍ତମ ଚିକିତ୍ସା ର ବ୍ୟବସ୍ଥା କରାଇବେ ବୋଲି ଶ୍ରୀ ମଣ୍ଡଳ ପ୍ରତିଶୃତି ଦେଇଛନ୍ତି l