-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ଯାଜପୁର(ସୁଶାନ୍ତ କୁମାର ଖଟୁଆ) : ଯାଜପୁର ଜିଲ୍ଲା ପାଣିକୋଇଲି ଷ୍ଟେଟ ବ୍ୟାଙ୍କ ରେ.ଭାରତୀୟ ଷ୍ଟେଟ.ବ୍ୟାଙ୍କ ର ୬୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଥିଲା l ଏହି ଅବସରରେ ପାଣିକୋଇଲି ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ପାଣିକୋଇଲି ଥାନା ପରିସରରେ ବୃକ୍ଷରୋପଣ କରାଯାଇଛି। ଇତ୍ୟାବସରରେ ପାଣିକୋଇଲି ଶାଖାର ପରିଚାଳକ ଶ୍ରୀ ନିହାର ରଞ୍ଜନ ଦାସ, ଥାନାଅଧିକାରୀ ଶ୍ରୀ ସୁଶୀଲ କୁମାର ନାୟକ, ଏସ ଆଇ ଶ୍ରୀ ମନୋଜ କୁମାରଙ୍କ ଉପସ୍ଥିତିରେ ବଉଳ,ଚମ୍ପା ଓ ଅଶୋକ ଆଦି ବିଭିନ୍ନ ପ୍ରକାରର ୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରା ଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ (କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପିଲାମାନଙ୍କର) ୧୫ ଟି ସଞ୍ଚୟ ଖାତା ଖୋଲା ଯାଇ ସବିତା ନର୍ସିଂହୋମର ମୁଖ୍ୟ ଡାକ୍ତର ଶ୍ରୀ ଦେବାଶିଷ ମହାନ୍ତି ଓ ପାଣିକୋଇଲି ପଂଚାୟତର ସମିତିସଭ୍ୟ ଏସ କେ ଜହରଅଲ୍ଲୀଙ୍କ କରକମଳରେ ପ୍ରଦାନ କରା ଯାଇଥିଲା। ଏସ ବି ଆଇ ପାଣିକୋଇଲି ଶାଖାର ଏତାଦୃଶ ସାମାଜିକ କାର୍ଯ୍ୟ ଓ ଉନ୍ନତ ମାନର ସମୟ ଉପଯୋଗୀ ଗ୍ରାହକ ସେବା ପାଇଁ ଆଞ୍ଚଳିକ ଲୋକମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି।