-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଜଳ-ପର୍ଯ୍ୟଟନ ଓ ଇକୋ-ଟୁରିଜମ୍ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଦାବି ଉଠାଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ। ଏନେଇ ସେ ମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ।
ବିଧାୟକଙ୍କ ଚିଠି ଅନୁଯାୟୀ, ବିଶାଳ ଜଳଭଣ୍ଡାର, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବଲାଙ୍ଗିର ସହରର ନିକଟତା ଯୋଗୁଁ ଲୋୟର ସୁକତେଲରେ ଜଳକ୍ରୀଡ଼ା, ବୋଟିଂ, ଭ୍ୟୁ-ପଏଣ୍ଟ, ଲ୍ୟାଣ୍ଡସ୍କେପ୍ଡ ପବ୍ଲିକ୍ ସ୍ପେସ୍, ଚାଲିବା ଓ ସାଇକେଲିଂ ପଥ, ପିକନିକ୍ ଏବଂ ମନୋରଞ୍ଜନ ଭଳି ବିଭିନ୍ନ ପର୍ଯ୍ୟଟନ ସୁବିଧା ବିକଶିତ କରାଯାଇପାରିବ ।
ସେ ଲୋୟର ସୁକତେଲକୁ 'ବୋଇତ' ଯୋଜନା ଅଧୀନରେ ଏକ ଫ୍ଲାଗ୍ସିପ୍ ପ୍ରକଳ୍ପ ଭାବେ ନେବା ସହ ଜଳସମ୍ପଦ ଓ ପର୍ଯ୍ୟଟନ ବିଭାଗର ସମନ୍ୱୟରେ ଏହାର ବିକାଶ କରିବାକୁ ଅନୁରୋଧ କରିଛନ୍ତି । ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଚାଲିଥିବା ସମନ୍ୱିତ ପର୍ଯ୍ୟଟନ ବିକାଶ ମଡେଲ୍କୁ ମଧ୍ୟ ଲୋୟର ସୁକତେଲରେ ଅନୁକରଣ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଇକୋ-ଟୁରିଜମ୍ ପାଇଁ ₹୨୦୦ କୋଟି ଦାବି
ଏହା ପୂର୍ବରୁ ୨୫ ଅଗଷ୍ଟ ୨୦୨୬ରେ ମଧ୍ୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଲୋୟର ସୁକତେଲର ସମଗ୍ର ଇକୋ-ଟୁରିଜମ୍ ବିକାଶ ପାଇଁ ₹୨୦୦ କୋଟି ମଞ୍ଜୁରି ଦାବି କରିଥିଲେ ।
ପ୍ରସ୍ତାବିତ ବିକାଶ କାର୍ଯ୍ୟ ମଧ୍ୟରେ ରହିଛି—
ଇକୋ-ଟୁରିଜମ୍ ପାର୍କ ଓ ଲ୍ୟାଣ୍ଡସ୍କେପିଂ
ପର୍ଯ୍ୟଟକଙ୍କ ପାଇଁ ଇରିଗେସନ୍ ଆଇବି/ପନ୍ଥ ନିବାସ
ବନଦୁର୍ଗା ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟୀକରଣ
ଶିବ ମନ୍ଦିରର ବିକାଶ ଓ ପର୍ଯ୍ୟଟକ ସୁବିଧା ବୃଦ୍ଧି
ପ୍ରକଳ୍ପ ଗେଟ୍ ଓ କନଫରେନ୍ସ ହଲ୍ ନିର୍ମାଣ
ଉପଯୁକ୍ତ ସ୍ଥାନରେ ବାଥିଂ ଷ୍ଟେପ୍/ଘାଟ ନିର୍ମାଣ
ସୁରକ୍ଷିତ ପାୱାର ବୋଟିଂ ଓ ଜଳଭିତ୍ତିକ ମନୋରଞ୍ଜନ
ବ୍ୟାପକ ବୃକ୍ଷରୋପଣ ଓ ଲ୍ୟାଣ୍ଡସ୍କେପିଂ
ଆପ୍ରୋଚ୍ ରୋଡ୍, ପାର୍କିଂ, ଶୌଚାଳୟ ଓ ପାନୀୟଜଳ ସୁବିଧା ଭ୍ୟୁ-ପଏଣ୍ଟ, ୱାକିଂ ପାଥ୍ ଓ ପ୍ରକୃତିଭିତ୍ତିକ ମନୋରଞ୍ଜନ ସୁବିଧା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଓ ଆବଶ୍ୟକ ଭିତ୍ତିଭୂମି ସ୍ଥାନୀୟ ଯୁବକ ଓ ବ୍ୟବସାୟୀଙ୍କୁ ମିଳିବ ରୋଜଗାର
ଲୋୟର ସୁକତେଲର ଇକୋ-ଟୁରିଜମ୍ ବିକାଶ ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ଓ ଜୀବିକାର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କଳିକେଶ କହିଛନ୍ତି ।