-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ରେଲ ସୁରକ୍ଷା ବଳ ଓ ଲୋଇସିଂହା ଅବକାରୀ ବିଭାଗ ମିଳିତ ଭାବେ ଲୋଇସିଂହା ରେଳ ଷ୍ଟେସନ ଠାରେ ଚଢ଼ାଉ କରି ୧୨ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜାଣିବାକୁ ମିଳିଛି l ଏଥି ସହିତ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବିହାର ରାଜ୍ୟ ପଶ୍ଚିମ ଚମ୍ପାରଣ ଜିଲ୍ଲାର କମଲେଶ କୁଶୱାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଲୋଇସିଂହା ଅବକାରୀ ନିରୀକ୍ଷକ ରାଜକୁମାର ବେହେରାଙ୍କ ନେତୃତ୍ବରେ ଅବକାରୀ ତଥା ରେଳ ସୁରକ୍ଷା ବଳର କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ l