-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||      ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ   (09-Sep-2026)       ||      ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନରେ ସାଂସଦଙ୍କ ଉଦବୋଧନ   (09-Sep-2026)       ||      ଛତୁ ଚାଷ ତାଲିମ ଶିବିରରେ ବିହନ ବଣ୍ଟନ   (09-Sep-2026)       ||      *ବନ୍ଦୋବସ୍ତ ବିଭାଗ ର ଶିରୋସ୍ତାଦାର ମୁରଲୀ ଧର ଶତପଥୀ ଙ୍କ ପରଲୋକ*- *ବିଶିମୁଣ୍ଡା ଅଞ୍ଚଳ ରେ ଶୋକ*-   (09-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ    (09-Sep-2026)       ||      ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।   (09-Sep-2026)       ||      ଆଇ ଟି ଆଇ ଓ ପଲିଟେକନିକ୍ ଠାରେ ଯଶୋଦା ଯୋଜନା ର ପରାମର୍ଶ ଶିବିର ଅନୁଷ୍ଟିତ   (09-Sep-2026)       ||      ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ♦️ ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା    (08-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ

09-Sep-2026



 

 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )- ସମ୍ବଲପୁର ଜିଲ୍ଲାର ବିକାଶ ଏବଂ ଜନସାଧାରଣଙ୍କ ମୌଳିକ ସୁବିଧା ସୁଯୋଗକୁ ଅଗ୍ରାଧିକାର ଦେବା ତଥା ସ୍ଥାନୀୟ ବିସ୍ଥାପିତ ଓ ପ୍ରଭାବିତ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଲକ୍ଷ୍ୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୃଥକ ଭାବେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି (DISHA) ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ରିହାବିଲିଟେସନ୍ ଆଡଭାଇଜରୀ କମିଟି (RPDAC) ବୈଠକ ଅନୁଷ୍ଠିତ ହୋଇଯାଇଛି। 

 

ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଶା ବୈଠକରେ ଜିଲ୍ଲାର ଜଳସେଚନ, ରେଳବାଇ, ଟେଲିକମ୍ୟୁନିକେସନ ଏବଂ ବିଦ୍ୟୁତ ଭିତ୍ତିଭୂମି ତଥା ଏହି ୪ଟି ପ୍ରମୁଖ ବିଭାଗର ପ୍ରକଳ୍ପଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ସେହିପରି ଆରପିଡିଏସି ବୈଠକରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ତଲାବିରା କୋଇଲା ଖଣି ଓ ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକଙ୍କ ଜମି ଅଧିଗ୍ରହଣ, ଉଚିତ୍ କ୍ଷତିପୂରଣ, ଥଇଥାନ, ନିଯୁକ୍ତି ଏବଂ ସିଏସଆର ଅନ୍ତର୍ଗତ ପାରିପାର୍ଶ୍ୱିକ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

 

ବୈଠକରେ ସମ୍ବଲପୁର ଜିଲ୍ଲାର ବର୍ତ୍ତମାନର ଜଳସେଚିତ ଜମିକୁ ଆଗାମୀ ଦିନରେ ବୃଦ୍ଧି କରିବା ପାଇଁ ‘ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ’ କରିବାକୁ ପରାମର୍ଶ ଦିଆଯାଇଛି । ନାକଟିଡେଉଳ, ରେଢ଼ାଖୋଲ, କୁଚିଣ୍ଡା, ବାମରା ଓ ଜମନକିରା ଭଳି ଅଫଲ୍ୟାଣ୍ଡ ଅଞ୍ଚଳଗୁଡ଼ିକରେ ‘ପିଏମ୍ କୁସୁମ’ ଯୋଜନାର ବ୍ୟାପକ ବିନିଯୋଗ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା, ମେଗା ଲିଫ୍ଟ ଇରିଗେସନ ଏବଂ କେନାଲ ଜୀର୍ଣ୍ଣୋଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସମ୍ବଲପୁର ମୂଳ ରେଳ ଷ୍ଟେସନକୁ ୩୫୦ କୋଟି ଟଙ୍କା ବ୍ୟୟରେ ନୂତନ ରୂପ ଦିଆଯାଉଥିବା ବେଳେ ହୀରାକୁଦ, ସମ୍ବଲପୁର ସିଟି, ରେଢ଼ାଖୋଲ ଓ ରେଙ୍ଗାଳି ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରାଯାଉଛି। ସମ୍ବଲପୁର ମ୍ୟୁନିସିପାଲ କୋର୍ପୋରେସନ ରେଳ ଲାଇନ୍‌ର ଦୁଇପଟେ ବିସ୍ତାରିତ ହୋଇଥିବାରୁ, ସହରବାସୀଙ୍କ ଯାତାୟାତ ସୁବିଧା ପାଇଁ ଆବଶ୍ୟକ ସ୍ଥାନଗୁଡ଼ିକରେ 'ଫୁଟ୍ ଓଭରବ୍ରିଜ୍' ନିର୍ମାଣର ଫିଜିବିଲିଟି ଯାଞ୍ଚ କରିବାକୁ ରେଳ ବିଭାଗ ଓ ପୌର ପ୍ରଶାସନକୁ ମିଳିତ ଦାୟିତ୍ୱ ଦିଆଯାଇଛି। 

 

ଜିଲ୍ଲାରେ ଶତପ୍ରତିଶତ ଡିଜିଟାଲ୍ ସଂଯୋଗୀକରଣ ପାଇଁ ବର୍ତ୍ତମାନ କାର୍ଯ୍ୟକ୍ଷମ ୨୦୨ଟି ଟାୱର ବ୍ୟତୀତ ଆହୁରି ପ୍ରାୟ ୨୫୦ଟି ନୂଆ ଟେଲିକମ୍ ଟାୱର ସ୍ଥାପନ ପ୍ରକ୍ରିୟାକୁ ଆଗେଇ ନିଆଯାଉଛି। ସବୁ ଗ୍ରାମପଞ୍ଚାୟତ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ହାଇସ୍କୁଲକୁ ବ୍ରୋଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍ ସହ ଯୋଡ଼ିବା ପାଇଁ ବିଏସଏନଏଲ ଓ ଟେଲିକମ୍ ବିଭାଗକୁ ଏକ ସ୍ୱତନ୍ତ୍ର 'ମାଷ୍ଟର ପ୍ଲାନ୍' ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ 'ପିଏମ୍ ସୂର୍ଯ୍ୟ ଘର' ଯୋଜନା ଅଧୀନରେ ଇତିମଧ୍ୟରେ ପାଖାପଖି ୬,୦୦୦ ଘରେ ସୋଲାର ସିଷ୍ଟମ୍ ଲଗାଯାଇଛି। ସୌର ଶକ୍ତିକୁ ଏକ ଜନଆନ୍ଦୋଳନରେ ପରିଣତ କରି ନୂତନ କଲେକ୍ଟରେଟ୍ ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବାସଗୃହରେ ସୋଲାରାଇଜେସନ ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି, ଯାହା ଦ୍ୱାରା ଲୋକଙ୍କ ବିଜୁଳି ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷିତ ରହିପାରିବ। ସମ୍ବଲପୁରର ବିକାଶ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରି ଶେଷ ଧାଡ଼ିର ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ସାଂସଦ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

 

ଆରପିଡିଏସି ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳର ଅଧିକାଂଶ ଏସସି, ଏସଟି, ଓବିସି ଓ ଗରିବ ପରିବାର ପୂର୍ବରୁ ହିରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଥରେ ବିସ୍ଥାପିତ ହୋଇସାରିଥିବା ବେଳେ ଏବେ ପୁଣିଥରେ ବିସ୍ଥାପନର ସାମ୍ନା କରୁଛନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଆମ ସରକାର ଓ ପ୍ରଶାସନ ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି । ସ୍ଥାନୀୟ ଆଞ୍ଚଳର ଯୁବକଯୁବତୀଙ୍କୁ ଦକ୍ଷ କରିବା ସହ ରୋଜଗାର, ସ୍ୱରୋଜଗାର ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଉକ୍ତ ବୈଠକରେ ଦିଆଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ଏନଏଲସିଆଇଏଲ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ଠାର ସହ ଗ୍ରହଣ କରି ସଠିକ୍ ଭାବେ କାର୍ଯ୍ୟକାରୀ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି । 

 

ଦିଶା ବୈଠକରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଜନପ୍ରତିନିଧିଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଆରପିଡିଏସି ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ରେଙ୍ଗାଲି ବିଧାୟକ ମଧ୍ୟ ସାମିଲ ଥିଲେ । 

***


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026
  ଜିଲ୍ଲା  
ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   09-Sep-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   09-Sep-2026
  ଜିଲ୍ଲା  
ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି   09-Sep-2026
  ଜିଲ୍ଲା  
ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   09-Sep-2026
  ଜିଲ୍ଲା  
ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   09-Sep-2026
  ଜିଲ୍ଲା  
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   09-Sep-2026
  ଜିଲ୍ଲା  
*CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   09-Sep-2026
  ଜିଲ୍ଲା  
ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   09-Sep-2026

You Might Also Like