-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ତରଭା(କପିଳାସ ସେଠ୍ ) ତରଭା ମାଟିର ଗୌରବ, ସୁଯୋଗ୍ୟ ସନ୍ତାନ ବୈଜ୍ଞାନିକ, ଗବେଷକ ତଥା ପ୍ରଫେସର କୀର୍ତ୍ତି ଚନ୍ଦ୍ର ସାହୁଙ୍କୁ ଜାତୀୟ ଶିକ୍ଷକ ସମ୍ମାନରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇ ଥିବାର ଜଣାଯାଇଛି I ତରଭା ମାଟି ର ଗୌରବ ବୃଦ୍ଧି କରିବା ସହ ପିତାମାତାଙ୍କ ସମ୍ମାନ ବୃଦ୍ଧିକୀର୍ତ୍ତି ଏକ ନୁଆଁ କୀର୍ତ୍ତି ସୃଷ୍ଟି କରିଛନ୍ତି I ତରଭା ସହରର ପଦର ପଡା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୁଶଲେଶ୍ୱର ସାହୁ ଏବଂ ମାତା ଭଗବତୀ ସାହୁ ଙ୍କ ବଡ଼ ପୁଅ କୀର୍ତ୍ତି ଚନ୍ଦ୍ର ସାହୁ ଉଚ୍ଚ ଶିକ୍ଷା ପରେ ନିଜ ଏକ ବୈଜ୍ଞାନିକ ଆଶା ନେଇ ଭାରତ, ତଥା ଦେଶ ବାହାରେ ଅଧୟନ, ବୈଜ୍ଞାନିକ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ I ବାୟୁ ମଣ୍ଡଳ ଶିକ୍ଷକତା , ଏକାଡେମୀ ସ୍ତରରେ ମହତ୍ୱପୂର୍ଣ୍ଣ ନେତୃତ୍ୱ ଓ ପାଗ ପରିବର୍ତ୍ତନ, ବାୟ ମଣ୍ଡଳ ରେ ମୋୖସିମୀ ସମ୍ପର୍କ ରେ ଆଗାମୀ ସୂଚନା ପ୍ରଦାନ କାର୍ଯ୍ୟ ଦକ୍ଷତା, ବିଦ୍ୟାର୍ଥୀ ମାନଙ୍କୁ ସୌର କୁ ପଠାଇବା ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ରାଷ୍ଟ୍ରୟ ଶିକ୍ଷକ ସମ୍ମାନ ୨୬ର ଭାରତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଦ୍ୱାରା କୀର୍ତ୍ତି ଚନ୍ଦ୍ର ଙ୍କୁ ସମ୍ମାନିତ କରାଯାଇଛି I (Ministry of Education and Ministry of Skill Development &
Entrepreneurship, Government of India)
ନୂଆଦିଲ୍ଲୀବିଜ୍ଞାନ ଭବନ ସ୍ଥିତ ଶିକ୍ଷା ମନ୍ତ୍ରାଳୟ ଏବଂ କୌଶଳ ବିକାଶ ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ଉଚ୍ଚ ପଦାଧିକାରୀ ଉପସ୍ଥିତି ରେ କୀର୍ତ୍ତିଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରାଯାଇଥିବାର ଜଣାଯାଇଛି I ପ୍ରଫେସର କୀର୍ତ୍ତି ବର୍ତ୍ତମାନ ହାଇଦ୍ରାବାଦ ତେଲେଙ୍ଗାନା ଆଇ ଆଇ ଟି କାର୍ଯ୍ୟରତ ଅଛନ୍ତି I