-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ଗୁରୁ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ‘ଗୁରୁ ସମ୍ମାନ-୨୦୨୬’ କାର୍ଯ୍ୟକ୍ରମ କାଲିମେଳା ବ୍ଲକର ଭୈରବୀ ୟୁଥ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର କାଲିମେଳା ଓ ପଡ଼ିଆ ବ୍ଲକ ଶାଖାର ମିଳିତ ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା।କାର୍ଯ୍ୟକ୍ରମରେ କାଲିମେଳା ବିଡିଓ ପ୍ରଦୀପ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନେ ସମାଜର ଭବିଷ୍ୟତ ଗଠନର ମୁଖ୍ୟ କାରିଗର ବୋଲି କହିଥିଲେ। ଶିକ୍ଷାଦାନ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା, ଶୃଙ୍ଖଳା ଓ ମାନବିକ ମୂଲ୍ୟବୋଧ ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ ବୋଲି ସେ ମତପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ଉପସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ହୃଷିକେଶ ସେଠୀ, ଉପଦେଷ୍ଟା ରତ୍ନାକର ଦାଶ ଏବଂ କାଲିମେଳା-ପଡ଼ିଆ ବ୍ଲକ ସଭାପତି ଟି. ସତ୍ୟନାରାୟଣ ସୁବୁଦ୍ଧି ଯୋଗଦେଇଥିଲେ। ଅତିଥିମାନେ ଗୁରୁ ଦିବସର ମହତ୍ତ୍ୱ ଓ ଆଧୁନିକ ସମାଜ ଗଠନରେ ଶିକ୍ଷକମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ କାଲିମେଳା ଓ ପଡ଼ିଆ ବ୍ଲକରେ ଉତ୍ତମ ଶିକ୍ଷାଦାନ ଓ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ଶିକ୍ଷକମାନଙ୍କ ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ଦେବା ସହ ତାଙ୍କୁ ଉତ୍ସାହିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ସଂଘର ସମସ୍ତ ବ୍ଲକ ସଭାପତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଭଗବାନ ସାହୁ
କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାଲିମେଳା-ପଡ଼ିଆ ବ୍ଲକ ସମ୍ପାଦକ ସୌରଭ ମଣ୍ଡଳ, କୋଷାଧ୍ୟକ୍ଷ ପ୍ରଭାତ ସାହା, ବିଦ୍ୟୁତ୍ ବୈରାଗୀ, ଶିବବ୍ରତ ଦାସ,ଚିରଞ୍ଜିତ ସରକାର, ରାଜେଶ ଓଝା, ସୁଜିତ ମୁଖାର୍ଜୀ, ଆଶିସ ବାଇନ, ବୁଦ୍ଧଦେବ ମଣ୍ଡଳ, ଭିକି ବାରିକ, ଅମଲ ମଣ୍ଡଲ, ଗୋବିନ୍ଦ ସରକାର,ପ୍ରମୁଖ ସହଯୋଗ କରିଥିବା ବେଳେ ସଂଘର ୫୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।