-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ବଲାଙ୍ଗିର,- ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିଯୁକ୍ତ ସାଧାରଣ ସଂପାଦକ ସରୋଜ କୁମାର ମେଶ୍ୱା ନିଯୁକ୍ତ ହୋଇଥିବାରୁ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ସଭାପତି ନରେଶ ବାଗ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଶ୍ରୀ ମେଶ୍ୱା ପୂର୍ବତନ ଛତାମଖନା ସରପଂଚ ତଥା ବଲାଙ୍ଗିର ଜିଲ୍ଲା ଓବିସି ମଂଚର ସଂଯୋଜକ ଓ ରାଜ୍ୟ ଡୁମାଲ ପରିଷଦ, ଓଡିଶାର ସଂଯୋଜକ ଭାବେ ଦାୟତ୍ୱ ତୁଳାଇ ଆସୁଛନ୍ତି । ସଂଗଠନ ପ୍ରତି ତାଙ୍କର ନିଷ୍ଠା ଓ ସମାଜସେବାକୁ ଦୃଷ୍ଟି ରେ ରଖି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ ସଭାପତି ଶ୍ରୀ ବାଗ କରିଛନ୍ତି ଯେ ଶ୍ରୀ ମେଶ୍ୱା ସାଧାରଣ ସଂପାଦକ ହେବା ପରେ ଏହି ଅଂଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବେ ଏବଂ ତାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଆହୁରି ସୁଦୃଢ ଓ ମୁଠା ଟାଣ ହେବ । ଏଥି ସହ ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର ଏବଂ ପିସିସି ଉପ ସଭାପତି ସନ୍ତୋଷ ସିଂ ସାଲୁଜା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।