-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ୍ କାର୍ଯ୍ୟାଳୟ ରେ ଥିବ ମିଟିଙ୍ଗ ହଲ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ମୁଖ୍ୟଅତିଥି ଭାବରେ ଆଗଲପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଡି ଏସ୍ ଓ ଶ୍ରୀ ମଦନଜିତ୍ ହୋତା, ସି ଡ଼ି ପି ଓ ଶ୍ରୀମତୀ ଶୁଭଶ୍ରୀ ଦାସ, ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ୍, ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଆଗଲପୁର ପ୍ରତିନିଧି ଶ୍ରୀ ପିତାମ୍ବର କଣ୍ଟା , ସାଂସଦ ଙ୍କ ଆଗଲପୁର ପ୍ରତିନିଧି ଉମେଶ ପଟେଲ୍, ଓ ଏସ ଏସ ଏସ ଓ ସୁମିତ୍ରା ଖୁରା ଓ ଆଉ ଜଣେ ଏସ ଏସ ଏସ ଓ ସସ୍ମିତା ହୋତା। ପ୍ରଥମେ ଭୀମ ଭୋଇ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ତଥା ଦ୍ଵୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ ଆରମ୍ଭ କରା ଯାଇଥିଲା। ସମସ୍ତ ଅତିଥି ଙ୍କୁ ଉତ୍ତରୀୟ ଓ ଏକ ଏକ ବୃକ୍ଷ ପ୍ରଦାନ କରାଯାଇ ସମ୍ବାନିତ୍ କରା ଯାଇଥିଲା। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ର ପ୍ରତାପ ସୁନା ସଭା ପରିଚାଳନା କରିଥିଲେ।
ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସମସ୍ତ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଡାକ୍ତର ମାନଙ୍କ ଦ୍ଵାରା ଭିନ୍ନକ୍ଷମ ବ୍ୟକ୍ତି ଙ୍କ ପରୀକ୍ଷା କରା ଯାଇଥିଲା। ପଞ୍ଜୀକୃତ କରିଥିବା ସମସ୍ତ ଭିନ୍ନକ୍ଷମ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାର ଉପକରଣ ପ୍ରଦାନ କର ଯାଇଥିଲା। ସର୍ବ ମୋଟ 211 ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିବା ବି ଏସ ଓ ସୂଚନା ଦେଇଛନ୍ତି। ବି ଏସ ଓ ଶ୍ରୀ ସୁଶାନ୍ତ ବାଗ ଙ୍କ ତତ୍ତ୍ଵାବଧାନରେ କାର୍ଯକ୍ରମ ପରିଚାଳିତ ହୋଇଥିଲା ବିଭିନ୍ନ ପ୍ରକାର କାଉଣ୍ଟର ଖୋଲି ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ ପ୍ରଦାନ କରା ଯାଇଥିଲା। ବହୁତ୍ ସୁନ୍ଦର୍ ତଥା ଶାନ୍ତି ଶୃଙ୍ଖଳା ର ସହିତ ଶିବିର ସମ୍ପର୍ନ୍ନ ହୋଇଥିଲା l