-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର) କ୍ଲଷ୍ଟର ସ୍ତରରେ CRG ଚୟନ ପ୍ରକ୍ରିୟାକୁ ନେଇ ଶିକ୍ଷକ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଚୟନ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ସମାନ ଭାବରେ ସୂଚନା ଦିଆଯାଇଥିଲା କି ନାହିଁ ଏବଂ ଚୟନରେ କେଉଁ ମାନଦଣ୍ଡ ଅନୁସରଣ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗ ଅନୁଯାୟୀ ଏହି ଚୟନ କ୍ଷେତ୍ରରେ ଆଗ୍ରହ ଓ ଅଭିଜ୍ଞତା ଥିବା କେତେକ ଶିକ୍ଷକଙ୍କୁ ଚୟନ ସମୟରେ ଯଥାଚିତ ଗୁରୁତ୍ୱ ମିଳିନଥିବା ଶିକ୍ଷକ ମହାଲରେ ବର୍ତ୍ତମାନ ଅଲଚାନାର ବିଷୟ ପାଲିଟିଛି ।
ଏହା ସହିତ, କେତେକ ଶିକ୍ଷକଙ୍କ ନାମ ବ୍ୟକ୍ତିଗତ ପସନ୍ଦ ଆଧାରରେ ଚୟନ କରାଯାଇଥିବା ନେଇ ମଧ୍ୟ ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ଏହିର ସତ୍ୟତା ସମ୍ପର୍କରେ ଅଧିକାରିକ ଯାଞ୍ଚ ହୋଇନଥିବାରୁ ଏହାକୁ ବର୍ତ୍ତମାନ ଅଭିଯୋଗ ଭାବେ ହିଁ ଦେଖାଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରପେକ୍ଷ ଯାଞ୍ଚ ପାଇଁ ଶିକ୍ଷକମାନଙ୍କ ପକ୍ଷରୁ ଦାବି ହେଉଛି। ଶିକ୍ଷକ ମାନେ କହିବ ପ୍ରକାରେ CRG ଚୟନରେ ପାରଦର୍ଶିତା, ଯୋଗ୍ୟତା, ଅଭିଜ୍ଞତା ଓ ଶିକ୍ଷାଦାନରେ ପ୍ରମାଣିତ କାର୍ଯ୍ୟକୁ ମୁଖ୍ୟ ମାନଦଣ୍ଡ କରାଯାଉ ଏବଂ ଚୟନ ପ୍ରକ୍ରିୟା ସମ୍ପର୍କରେ ସମସ୍ତ ଶିକ୍ଷକଙ୍କୁ ସ୍ପଷ୍ଟ ସୂଚନା ଦିଆଯାଉ।” ଶିକ୍ଷକ୍ଷେତ୍ରରେ ଏଭଳି ବ୍ୟତିକ୍ରମ ବା ଅଭିଯୋଗ ଉପରେ BEO/DEO ସ୍ତରରେ ନିରପେକ୍ଷ ଯାଞ୍ଚ କରି, CRG ଚୟନରେ ନିର୍ଦ୍ଧାରିତ ମାନଦଣ୍ଡ, ଯୋଗ୍ୟତା, ଅଭିଜ୍ଞତା ଓ ପ୍ରକ୍ରିୟା ଠିକ୍ ଭାବରେ ଅନୁସରଣ ହୋଇଛି କି ନାହିଁ ସ୍ପଷ୍ଟ କରିବାକୁ ବୁଦ୍ଧିଜୀବୀ ମାହୋଲ ରେ ଅଳଚନା ହେଉଛି ।ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ ମାନେ କହିବ ପ୍ରକାରେ “ଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ଆଧାରରେ CRG ଚୟନ ହେଉ—ବ୍ୟକ୍ତିଗତ ପସନ୍ଦ ଆଧାରରେ ନୁହେଁ।”।ଶିକ୍ଷକ ମାନେ କହିବା ପ୍ରକାରେ ଜିଲ୍ଲା ଶିକ୍ଷା ଅଧିକାରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ FLN (Foundational Literacy and Numeracy) କୁ ଗୁରୁତ୍ୱ ଦେଇଆସୁଥିବା ବେଳେ, Cluster Levelରେ CRG ଚୟନ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ, ଯୋଗ୍ୟତାଭିତ୍ତିକ ଓ ଆଗ୍ରହକେନ୍ଦ୍ରିକ କରିବାକୁ ଶିକ୍ଷକ ମହଳରୁ ଦାବି ଉଠିଛି।ଶିକ୍ଷକମାନଙ୍କ ମତରେ, CRCC ଚୟନ ପ୍ରକ୍ରିୟା ଭଳି CRG ଚୟନ କରାଯାଉ।ତେଣୁ ଯେଉଁ ଶିକ୍ଷକଙ୍କର ବାସ୍ତବ କାର୍ଯ୍ୟ ଅଭିଜ୍ଞତା ଓ ଶିକ୍ଷାଦାନ ପ୍ରତି ଆଗ୍ରହ ରହିଛି, ସେମାନଙ୍କୁ CRG ଭାବେ ସୁଯୋଗ ମିଳିଲେ ଶିକ୍ଷକମାନଙ୍କ ମଧ୍ୟରେ ନୂଆ ଶିକ୍ଷଣ ପଦ୍ଧତି ନେଇ ଚର୍ଚ୍ଚା, ଅନୁଭୂତି ବିନିମୟ ଓ ପରସ୍ପର ଶିକ୍ଷଣ ବଢ଼ିବ। ଏହା ଶେଷରେ ଶ୍ରେଣୀଗୃହରେ FLNର ଗୁଣାତ୍ମକ ବିକାଶ ପାଇଁ ସହାୟକ ହେବ।
DEO ,BEO LEVEL କିଛି ପତ୍ର ନାହିଁ , ହ୍ୱାଟସ ଆପ ଗ୍ରୁପରୁ ସିଆରସି ପାଞ୍ୱାର ବଳରେ CRG ଚୟନ।
CRG ର ଏତେ ପାୱାର ପୋଷ୍ଟ କ୍ଳଷ୍ଟର ରୁ ନିଜ ଇଚ୍ଛାରେ ନାମ ଦେଲେ BEO,DEO APPROVE କଲେ।ଶିକ୍ଷକ ଠାରୁ ଆବେଦନ ନାହିଁ ,ସୂଚନା ନାହିଁ ,ସିଆରସି ପାୱାର ରେ ଦକ୍ଷତା, ପାରଦର୍ଶିତା,nep -2020, ଲୋକାଲ ଭାଷାରେ ଏଫଏଲ ଏନ କୁ ଗୁରୁତ୍ୱ ନାହିଁ।
“CRG ଚୟନ ହେଉ ସ୍ୱଚ୍ଛ ପ୍ରକ୍ରିୟାରେ ହେଉ।ଯୋଗ୍ୟ ଶିକ୍ଷକଙ୍କୁ ସୁଯୋଗ ଦିଆଯାଉ, FLNକୁ ଆହୁରି ଶକ୍ତିଶାଳୀ କରାଯାଉ ବୋଲି ଶିକ୍ଷକ ମାହୋଲରେ ଆଲୋଚନା ହେଉଛି। ଏହାରଜିଲ୍ଲାସ୍ତରୀୟ ନିରପେକ୍ଷ୍ୟ ତଦନ୍ତ ହେବ ଆବଶ୍ୟକ ଅଟେ।