-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||      ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ   (09-Sep-2026)       ||      ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନରେ ସାଂସଦଙ୍କ ଉଦବୋଧନ   (09-Sep-2026)       ||      ଛତୁ ଚାଷ ତାଲିମ ଶିବିରରେ ବିହନ ବଣ୍ଟନ   (09-Sep-2026)       ||      *ବନ୍ଦୋବସ୍ତ ବିଭାଗ ର ଶିରୋସ୍ତାଦାର ମୁରଲୀ ଧର ଶତପଥୀ ଙ୍କ ପରଲୋକ*- *ବିଶିମୁଣ୍ଡା ଅଞ୍ଚଳ ରେ ଶୋକ*-   (09-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ    (09-Sep-2026)       ||      ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।   (09-Sep-2026)       ||      ଆଇ ଟି ଆଇ ଓ ପଲିଟେକନିକ୍ ଠାରେ ଯଶୋଦା ଯୋଜନା ର ପରାମର୍ଶ ଶିବିର ଅନୁଷ୍ଟିତ   (09-Sep-2026)       ||      ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ♦️ ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା    (08-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ

09-Sep-2026



 

 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )- ଶିକ୍ଷା ସହିତ କୌଶଳ ମିଶିଲେ ହିଁ ପ୍ରକୃତ ଦକ୍ଷତା ତିଆରି ହୁଏ । ବିଶ୍ୱବିଦ୍ୟାଳୟରୁ ମିଳିଥିବା ଜ୍ଞାନ ଓ କୌଶଳ ଆମକୁ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବାରେ ସମର୍ଥ କରିବ। ଯେତେବେଳେ ଜଣେ ବ୍ୟକ୍ତି ନିଜର ଦାୟିତ୍ୱ ନିଏ, ସେତେବେଳେ ହିଁ ସମାଜର ହଜାର ହଜାର ଲୋକଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହୋଇପାରେ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଐତିହାସିକ ୩୬ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଏହି ଅବସରରେ କଠୋର ସାଧନା, ନିଷ୍ଠା ଓ ଗବେଷଣା ବଳରେ ସ୍ନାତକ, ସ୍ନାତକୋତ୍ତର, ଡିଗ୍ରୀ ଓ ସ୍ୱର୍ଣ୍ଣପଦକ ହାସଲ କରିଥିବା ସମସ୍ତ ଯୁବ ପ୍ରତିଭା, ସେମାନଙ୍କ ଗୁରୁଜନ ଏବଂ ଗୌରବାନ୍ୱିତ ପିତାମାତାଙ୍କୁ ସେ ହୃଦୟର ସହ ଅଭିନନ୍ଦନ ଜଣାଇଛନ୍ତି । ସମ୍ବଲପୁର ଓ ବୁର୍ଲା କ୍ୟାମ୍ପସକୁ ବ୍ୟକ୍ତିତ୍ୱ ବିକାଶର ଶ୍ରେଷ୍ଠ ସୋପାନ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଆଜିର 'ଡିସରପ୍ଟିଭ୍ ଟେକ୍ନୋଲୋଜି' ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଓ ସନ୍ଧିକ୍ଷଣ ଦେଇ ଗତି କରୁଛି । ଏଭଳି ସମୟରେ ଲାଇବ୍ରେରୀର ଗଭୀର ପଠନ ସହ ଚାଟ୍ ଜିପିଟ୍ ଭଳି ନୂତନ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ କରି ଆମକୁ ସମାଜ ଓ ଅଞ୍ଚଳର ନୂଆ ଆହ୍ୱାନଗୁଡ଼ିକୁ ପୂରଣ କରିବାକୁ ହେବ ।  

 

ବରଗଡ଼ର ଅସୁରଗଡ଼ ଏବଂ ଭୀମ ମଣ୍ଡଳୀର ପ୍ରାଚୀନ ଶିଳାଚିତ୍ରର ଉଦାହରଣ ଦେଇ ସେ କହିଛନ୍ତି ଯେ, ମହାନଦୀ ଅବବାହିକାରେ ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତାର ବୈଜ୍ଞାନିକ ପ୍ରମାଣ ରହିଛି। ଆମକୁ କେବଳ ନିଜର ବ୍ୟକ୍ତିଗତ କିମ୍ବା ପରିବାରର ବିକାଶ ମଧ୍ୟରେ ସୀମିତ ନରହି ଏହି ଗୌରବମୟ ଐତିହ୍ୟକୁ ଆଗକୁ ନେବାକୁ ହେବ । ଆଗାମୀ ୧୦ ବର୍ଷ ପରେ ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ୨୦୪୭ରେ ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ୨୧ ବର୍ଷ ପରେ ଅବସରରେ ଆମ ଯୁବପିଢ଼ିକୁ ଓଡ଼ିଶା ଓ ଭାରତର ନିର୍ମାଣ ପାଇଁ ଗୁରୁ ଦାୟିତ୍ୱ ନେବାକୁ ପଡ଼ିବ । 

 

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜାତୀୟ ଗବେଷଣା ଫାଉଣ୍ଡେସନ୍ ସହ ଯୋଡ଼ିହୋଇ ଗବେଷଣା, ସାମାଜିକ ସମୀକ୍ଷା ଓ ଦକ୍ଷତା ବୃଦ୍ଧିରେ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବ ଏବଂ ଏଠାକାର ଯୁବବର୍ଗ ଦେଶର ବୌଦ୍ଧିକ ମେରୁଦଣ୍ଡ ସାଜିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

 

ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଓ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026
  ଜିଲ୍ଲା  
ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   09-Sep-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   09-Sep-2026
  ଜିଲ୍ଲା  
ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି   09-Sep-2026
  ଜିଲ୍ଲା  
ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   09-Sep-2026
  ଜିଲ୍ଲା  
ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   09-Sep-2026
  ଜିଲ୍ଲା  
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   09-Sep-2026
  ଜିଲ୍ଲା  
*CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   09-Sep-2026
  ଜିଲ୍ଲା  
ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   09-Sep-2026

You Might Also Like