-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||     

HOME   ରାଜ୍ୟ

୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା

29-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସତର ବର୍ଷରୁ କାମ ବାଳକ ବର୍ଗର ଫୁଟବଲ ପ୍ରତିଯୋଗିତା ନକଆଉଟ ମ୍ୟାଚ ଏକ ନମ୍ବର ଗ୍ରାଉଣ୍ଡ ସଦେଇପାଲି ଖେଳ ପଡ଼ିଆଠାରେ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ମଧ୍ୟରେ ହୋଇଥିଲା ଓ ଟ୍ରାଇବ୍ରେକର ବଳରେ କେନ୍ଦ୍ରାପଡ଼ା ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚ ଢେଙ୍କାନାଳ ଓ ମାଲକାନଗିରି ମଧ୍ୟରେ ହୋଇଥିଲା ଓ ଢେଙ୍କାନାଳ ଦଳ ୩-୦ ରେ ଵଜୟୀ ହୋଇଥିଲା l କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ମଧ୍ୟରେ କ୍ଵାଟର ଫାଇନାଲ ମ୍ୟାଚ ହୋଇଥିବା ବେଳେ ୧-୦ ଗୋଲରେ ବିଜୟୀ ହୋଇ ଢେଙ୍କାନାଳ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା l ସେହିପରି ୨ ନମ୍ବର ଗ୍ରାଉଣ୍ଡ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡ଼ିଆଠାରେ ପ୍ରଥମ ମ୍ୟାଚ ସୁନ୍ଦରଗଡ଼ ଦଳ କୋରାପୁଟକୁ ୨-୦ ଗୋଲରେ ହରାଇ

ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚରେ ମୟୁରଭଞ୍ଜ ଓ ନୟାଗଡ ମଧ୍ୟରେ ହୋଇଥିବା ବେଳେ ମୟୁରଭଞ୍ଜ ଦଳ ୧-୦ରେ ବିଜୟ ହୋଇଥିଲା l ତୃତୀୟ ମ୍ୟାଚ ମୟୁରଭଞ୍ଜ ଓ ସୁନ୍ଦରଗଡ଼ ମଧ୍ୟରେ ହୋଇଥିବା ବେଳେ ଏଥିରେ ମୟୁରଭଞ୍ଜ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା l ଏହି ଗ୍ରାଉଣ୍ଡରେ ମୟୁରଭଞ୍ଜ ଓ ବାଲେଶ୍ୱର ମଧ୍ୟରେ କ୍ଵାଟର ଫାଇନାଲ ମ୍ୟାଚ ହୋଇଥିଲା ଓ ଖେଳ ଅମୀମାଂସିତ ହୋଇଥିବାରୁ ଟ୍ରାଇବ୍ରେକର ସହାୟତାରେ ମୟୁରଭଞ୍ଜ ଦଳ ୫-୪ଗୋଲରେ ବିଜୟ ଲାଭ କରିଥିଲା l ସେହିପରି ତୃତୀୟ ଗ୍ରାଉଣ୍ଡ ମିଶନ ଖେଳ ପଡ଼ିଆ ଠାରେ ପୁରୀ ଓ ବାଲେଶ୍ୱର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଖେଳ ଅମୀମାଂସିତ ରହିଥବାରୁ ଟ୍ରାଇବ୍ରେକର ସହାୟତାରେ ବାଲେଶ୍ୱର ଦଳ ୩-୧ଗୋଲରେ ବିଜୟୀ ହୋଇଥିଲା l ସେହିପରି ଦ୍ଵିତୀୟ ମ୍ୟାଚ ଅନୁଗୁଳ ଓ ସୋନପୁର ମଧ୍ୟରେ ହୋଇଥିବା ବେଳେ ଅନୁଗୁଳ ଦଳ ୪-୦ ଗୋଲରେ ବିଜୟୀ ହୋଇ କ୍ଵାଟର ଫାଇନାଲକୁ ପ୍ରବେଶ କରି କ୍ଵାଟର ଫାଇନାଲରେ ଏକ ଚିତ୍ତାକର୍ଷକ ମ୍ୟାଚରେ ବଲାଙ୍ଗୀର ଠାରୁ   ୪-୧ଗୋଲରେ ପରାସ୍ତ ହେଲା l ଚତୁର୍ଥ ଗ୍ରାଉଣ୍ଡ ଆର.ଏନ. ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ପଡ଼ିଆର ପ୍ରଥମ ମ୍ୟାଚରେ ବଲାଙ୍ଗୀର ଦଳ ନୂଆପଡା କୁ ୬-୦ଗୋଲରେ ପରାସ୍ତ କରିଥିବାବେଳେ ଦ୍ଵିତୀୟ ମ୍ୟାଚରେ ଗଞ୍ଜାମ ଦଳ ବରଗଡ ଦଳକୁ ୨-୦ ଗୋଲରେ ପରାସ୍ତ କରିଥିଲା l ତୃତୀୟ ମ୍ୟାଚରେ ବଲାଙ୍ଗୀର ଦଳ ଗଞ୍ଜାମ ଦଳକୁ ୨-୦ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲକୁ ପ୍ରବେଶ କରି ଅନୁଗୁଳ ଦଳକୁ ୪-୧ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା l ସେହିପରି ପଞ୍ଚମ ଗ୍ରାଉଣ୍ଡର ପ୍ରଥମ ମ୍ୟାଚରେ ନବରଙ୍ଗପୁର ଦଳ ଖୋର୍ଦ୍ଧାକୁ ୩-୦ ଗୋଲରେ ପରାସ୍ତ କରିଥିଲା l ଦ୍ଵିତୀୟ ମ୍ୟାଚରେ କେନ୍ଦୁଝର ଦଳ କଟକ ଦଳକୁ ୨-୧ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲକୁ ପ୍ରବେଶ କରିଥିଲା l ନବରଙ୍ଗପୁର ଓ କେନ୍ଦୁଝର ମଧ୍ୟରେ ହୋଇଥିବା କ୍ଵାଟର ଫାଇନାଲ ମ୍ୟାଚ ଟ୍ରାଇବ୍ରେକର ଯୋଗେ କେନ୍ଦୁଝର ଦଳ ୪-୩ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା l ସୂଚନା ଯୋଗ୍ୟ ପ୍ରଥମ ସେମିଫାଇନାଲ ମ୍ୟାଚ ଗାନ୍ଧୀ ଷ୍ଟାଡିୟମଠାରେ ଆସନ୍ତା କାଲି  ସକାଳ ୭. ୩୦ମି. ସମୟରେ ଢେଙ୍କାନାଳ ଓ ମୟୁରଭଞ୍ଜ ମଧ୍ୟରେ ହେବାକୁ ଥିବାବେଳେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ କେନ୍ଦୁଝର ଓ ବଲାଙ୍ଗୀର ମଧ୍ୟରେ ଆର.ଏନ. ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ସକାଳ ୭.୩୦ମି. ସମୟରେ ହେବ l ଆସନ୍ତା କାଲି ଉଭୟ ମ୍ୟାଚରୁ ବିଜୟୀ ହୋଇଥିବା ଦଳ ଗାନ୍ଧୀ ଷ୍ଟାଡିୟମ ଠାରେ ସକାଳ ୯ ଘଣ୍ଟା ସମୟରେ ଫାଇନାଲ

ମ୍ୟାଚରେ ଅଂଶଗ୍ରହଣ କରିବେ। ଏହି ମ୍ୟାଚ ଗୁଡିକୁ କୁ ଆବାହକ ନରସିଂହ ନାଇଡ଼ୁ, ମନୋରଞ୍ଜନ ପ୍ରହରାଜ,ବୈକୁଣ୍ଠ ଜେନା, ରାମକୃଷ୍ଣ ବେହେରା,ଭାଗିରଥି ମଲ୍ଲିକ, ପର୍ଯ୍ୟବେକ୍ଷକ ଦୁର୍ଯ୍ୟୋଧନ ରାଉତ ଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷକ,ଶିକ୍ଷକ, ଶିକ୍ଷୟତ୍ରୀ,ବିଭିନ୍ନ ଅଫିସିଆଲ ଓ ରାଜ୍ୟ ସ୍ତର ରୁ ଆସିଥିବା  ପ୍ରତିନିଧି ସମସ୍ତ ଖେଳ ପଡିଆର ଖେଳ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026

You Might Also Like