-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
12-Aug-2026
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ବିଜୁପଟ୍ଟନାୟକ ମହିଳା ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତାରାଣୀ ପୂଜାରୀ ସଭାପତିତ୍ୱ କରିଥିଲେ। ସର୍ବମୋଟ ୨୦ ଟି ପ୍ରକଳ୍ପ ମଧ୍ୟରୁ ବେଷ୍ଟ ଥ୍ରୀ ପ୍ରକଳ୍ପକୁ ଚୟନ କରାଯାଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁ ପଠାଯିବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସୋନପୁର ର ଜଣାଶୁଣା ବ୍ୟବସାୟୀ ଶୁକ୍ଲାମ୍ବର ପାଣିଗ୍ରାହୀ ଓ ଆଲୁମିନି କମିଟି ର ସଦସ୍ୟା ସୁଶ୍ରୀ ଉଷାଶ୍ରୀ ସରାଫ ବିଚାରକ ଭାବେ ଯୋଗଦେଇ ସଫଳ ଉଦ୍ୟୋଗୀ ହେବାକୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରୋଗ୍ରାମ ଅଫିସର ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଃଖିଶ୍ୟାମ ମେହେର ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ର ମହତ୍ତ୍ୱ ଏବଂ ଉଦ୍ଦେଶ୍ୟ ବିଷୟ ରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଗଣିତ ଅଧ୍ୟାପକ କ୍ଷୀରୋଦ କୁମାର ମେହେର ସଭା ପରିଚାଳନା କରିଥିବା ବେଳେ ରସାୟନ ବିଜ୍ଞାନ ଡେମନଷ୍ଟ୍ରେଟର ମଦନ ମୋହନ ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅନ୍ତର୍ଯ୍ୟାମୀ ମିଶ୍ର, ଚେରବୁଇ ହୋତା, ଦିନେଶ କୁମାର ନାଏକ, ସୁଦାମ ଚରଣ ସାହୁ, ପ୍ରଦୀପ୍ତ କୁମାର ଦାସ, ମିତ୍ରଭାନୁ ଦନ୍ତା, ହରିଓମ୍ କୁଶଲ, ଆଶୁତୋଷ ପର୍ଦିଆ ଉମାକାନ୍ତ ସୁନା, ସୁରେନ୍ଦ୍ର ଛତ୍ରିଆ, ସୁପ୍ରିୟା ହୋତାଙ୍କ ସମେତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।