-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
11-Aug-2026
ନୂଆପଡ଼ା (ରାମନାଥ ପଣ୍ଡା )
ଖରୀଆର ରୋଡ ଏନ୍ ଏ ସି ପକ୍ଷରୁ ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଦେଶପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ନେଇ ଆୟୋଜିତ ଏହି ଶୋଭାଯାତ୍ରାରେ ଶହ ଶହ ନାଗରିକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଖରିଆର ରୋଡ୍ ସହରକୁ ଦେଶପ୍ରେମର ଉତ୍ସାହରେ ଭରିଦେଇଥିଲା । ଏନ୍ ଏ ସି
କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ସମସ୍ତ କାଉନସିଲର, ଏନ୍ଏସି କର୍ମଚାରୀ, ସାଂସଦଙ୍କ ପ୍ରତିନିଧି, ସିଆର୍ପିଏଫ୍ ସି ଏନ୍ ୨୧୬ ବାଟାଲିୟନର ଯବାନ, ପୁଲିସ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡି କର୍ମୀ, ସ୍ୱଚ୍ଛ ସାଥୀ, ଜଳ ସାଥୀ, ଗୁରୁକୁଳ ଆଶ୍ରମ ଆମସେନାର ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ସହରବାସୀ ଯୋଗଦେଇଥିଲେ ।
ଏହି ଅବସରରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଏସଡିସି ଅଧ୍ୟକ୍ଷ ହୋମସିଂହ ମାଝୀ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଭିନନ୍ଦନ ପଣ୍ଡା ଓ ପ୍ରସନ୍ନ ପାଢ଼ୀ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଅଂଶ ଗ୍ରହଣକାରୀ ମାନେ ହାତରେ ତ୍ରିରଙ୍ଗା
ଧରି ଦେଶପ୍ରେମର ସ୍ଲୋଗାନ ଦେଇ ଏନ୍ ଏ ସି କାର୍ଯ୍ୟାଳୟରୁ ସହରର ବିଭିନ୍ନ ରାସ୍ତା ଦେଇ ଖରିଆର ରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଦେଶଭକ୍ତିମୂଳକ ସଙ୍ଗୀତ, ‘ଭାରତ ମାତା କି ଜୟ’ ଧ୍ୱନି ଓ ତ୍ରିରଙ୍ଗାର ଶୋଭାରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା ।