-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ଭୁବନେଶ୍ୱର,(ଶୁଭାଶିଷ ନାୟକ) : ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ତା’ର ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଛି। ଏଥିପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୁଧବାର ହାଇକୋର୍ଟରେ ଏକ ମିସ୍ କେସ୍ ଦାୟର କରାଯାଇଛି ।
ପୂର୍ବରୁ ମଧ୍ୟ ପରିଷଦ ପକ୍ଷରୁ ଏକ ମିସ୍ କେସ୍ ଦାୟର କରାଯାଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଥିଲା । ବୋଥ୍ରାଙ୍କ ସମେତ ପୂର୍ବରୁ ନାବାଳିକାଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଏବଂ ପରେ ଡାକ୍ତରୀମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରାଯାଇଥିଲା।
ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗାଁର ସରୋଜ ସେଠୀକୁ ଗିରଫ କରିଛି। ସରୋଜ ନାବାଳିକାକୁ କିପରି ହତ୍ୟା କରିବା ପରେ ତା ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ପୋଖରୀ ନିକଟରେ ପକାଇଥିଲା ତାହାର ଡେମୋ ଦେଖାଇଥିଲା ଏସଆଇଟି। ସରୋଜକୁ ତା’ ଗାଁକୁ ନେଇ ପୂରା କ୍ରାଇମ ସିନ୍ ରିକ୍ରିଏଟ କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ତେବେ ଏସଆଇଟି ତଦନ୍ତକୁ ଖଣ୍ଡନ କରିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। ସେମାନେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ