-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ଧର୍ମଗଡ: (ପ୍ରେରଣା ଖବର) କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ଜଳପ୍ରକଳ୍ପର ଅବସରପ୍ରାପ୍ତ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍ ଜାରି ରହିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଧର୍ମଗଡ଼ସ୍ଥିତି ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ଼ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସଂପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଚଢ଼ାଉରେ ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ରାୟଗଡା ଡ଼ିଏସପି ଅନନ୍ତ ପ୍ରସାଦ ମଲ୍ଲିକ, ଭାରପ୍ରାପ୍ତ ଡ଼ିଏସପି କଳାବତୀ ବାଗ, ନୂଆପଡା ଇନିସ୍ପେକ୍ଟର ଦୀନବନ୍ଧୁ ବେହେରା, ଜୟପୁର ଇନିସ୍ପେକ୍ଟର ବଂକିଂ ବବାଲି, ଇନିସ୍ପେକ୍ଟର ପ୍ରମିଳା ସୁନା ସାମିଲ ଥିବା ଜଣ। ପଡିଛି l ତେବେ ସୂଚନା ମୁତାବକ ମିିସ୍ କେଶ ନମ୍ବର ୫/୨୦ ଅନୁଯାୟୀ କଳାହାଣ୍ଡି ସ୍ପେସିଆଲ ଭିଜିଲାନ୍ସ ଜଜ ଙ୍କ ନିର୍ଦ୍ଦେଶ କ୍ରମେ ଆୟବହିର୍ଭୁତ ଠୁଳ ଅଭିଯୋଗରେ ଚଢ଼ାଉ କରିଥିବା ଜଣାପଡ଼ିଛି।