-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||     

HOME   ଜିଲ୍ଲା

ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର

29-Aug-2026



 

 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବୁଢ଼ାରଜା ନଗର ଅନ୍ତର୍ଗତ ଜଗନ୍ନାଥ କଲୋନୀ ଶାଖା ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସାମାଜିକ ସଂହତି, ଭାଇଚାରା ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ନେଇ ଆୟୋଜିତ ଏହି ଉତ୍ସବରେ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

 

କାର୍ଯ୍ୟକ୍ରମର ଆରମ୍ଭରେ ପରମ ପବିତ୍ର ଭଗବା ଧ୍ୱଜକୁ ମହାନଗର କାର୍ଯ୍ୟବାହ ପ୍ରିୟଦର୍ଶୀ ଯୋଶୀ ରକ୍ଷାସୂତ୍ର ପ୍ରଦାନ କରିଥିଲେ। ପରେ ସ୍ୱୟଂସେବକମାନେ ପରସ୍ପରକୁ ରକ୍ଷାସୂତ୍ର ବାନ୍ଧି ଏକତା, ଭାତୃତ୍ୱ ଓ ସାମାଜିକ ଦାୟିତ୍ୱର ସଂକଳ୍ପ ନେଇଥିଲେ।

 

ଏହି ଅବସରରେ ବିଭାଗ ପ୍ରଚାରକ ଶ୍ରୀମନ୍ତ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରକ୍ଷାବନ୍ଧନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ପୁରାଣ କାଳରୁ ଆଜି ପର୍ଯ୍ୟନ୍ତ ରକ୍ଷାବନ୍ଧନ କେବଳ ଏକ ସୂତାର ପର୍ବ ହୋଇ ରହିନାହିଁ; ଏହା ସମାଜକୁ ବିପଦରୁ ରକ୍ଷା କରିବା ଓ ପରସ୍ପର ପ୍ରତି ଦାୟିତ୍ୱବୋଧର ଦୃଢ଼ ସଂକଳ୍ପର ପ୍ରତୀକ।” ବର୍ତ୍ତମାନ ସମୟରେ ସମାଜରେ ପୁନର୍ବାର ଭାଇଚାରା, ଏକତା ଓ ସୌହାର୍ଦ୍ଦ୍ୟର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

 

ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ବୃକ୍ଷକୁ ରକ୍ଷାସୂତ୍ର ବନ୍ଧନ। ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣର ବାର୍ତ୍ତା ଦେଇ ସ୍ୱୟଂସେବକମାନେ ବିଭିନ୍ନ ବୃକ୍ଷରେ ରକ୍ଷାସୂତ୍ର ବାନ୍ଧିଥିଲେ। ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ଅବିଚ୍ଛେଦ୍ୟ ସମ୍ପର୍କକୁ ସୁଦୃଢ଼ କରିବା ସହ ଗଛ ସୁରକ୍ଷା ପାଇଁ ସମାଜକୁ ସଚେତନ କରିବା ଏହାର ଉଦ୍ଦେଶ୍ୟ ଥିଲା।

 

କାର୍ଯ୍ୟକ୍ରମରେ ମହାନଗର ସହ କାର୍ଯ୍ୟବାହ ଜ୍ୟୋତି ରଞ୍ଜନ ପ୍ରଧାନ, ବୁଢ଼ାରଜା ନଗର କାର୍ଯ୍ୟବାହ ବ୍ୟୋମକେଶ ସାହୁ, ମହାନଗର ପ୍ରଚାରକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବୁଢ଼ାରଜା ନଗରର ବହୁ ସ୍ୱୟଂସେବକ ଉପସ୍ଥିତ ରହି ରକ୍ଷାବନ୍ଧନ ଉତ୍ସବରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   29-Aug-2026
  ଜିଲ୍ଲା  
ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   29-Aug-2026
  ଜିଲ୍ଲା  
*ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   29-Aug-2026
  ଜିଲ୍ଲା  
ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   29-Aug-2026
  ଜିଲ୍ଲା  
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   29-Aug-2026
  ଜିଲ୍ଲା  
କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ   29-Aug-2026
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026

You Might Also Like