-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ପାଳଲହଡ଼ା (ପ୍ରେରଣା ଖବର): ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପାଳଲହଡ଼ା ଥାନାଠାରୁ ପ୍ରାୟ ୩ କି.ମି. ଦୂର ମାଙ୍କଡ଼ା ନଦୀରେ ପୋଲ ନିର୍ମାଣ କରୁଥିବା ଏକ ଠିକାସଂସ୍ଥାର ଦୁଇଜଣ ସୁପରଭାଇଜର୍ଙ୍କୁ ଗତକାଲି ରାତିରେ ଅପହରଣ କରାଯାଇଛି। ହିନ୍ଦୀ କହୁଥିବା ୧୦/୧୨ ଜଣ ଯୁବକ ଠିକାସଂସ୍ଥା କ୍ୟାମ୍ପରେ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିବା ପରେ ତାଙ୍କୁ ନେଇଯାଇଛନ୍ତି। ଏଥିଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ୧୪୯ ନମ୍ବର ଜାତୀୟ ରାଜପଥରୁ କମ୍ପରକଳା ଯାଇଥିବା ରାସ୍ତାରେ ପଡ଼େ ମାଙ୍କଡ଼ା ନଦୀ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ନଦୀରେ ପୋଲ ନିର୍ମାଣ କରାଯାଉଛି। ଠିକାସଂସ୍ଥାର କର୍ମଚାରୀମାନେ ନିକଟରେ ଏକ କ୍ୟାମ୍ପରେ ରହୁଛନ୍ତି। ଗତକାଲି ରାତି ପ୍ରାୟ ୨ଟାବେଳେ କର୍ମଚାରୀମାନେ କ୍ୟାମ୍ପରେ ଶୋଇଥିବା ସମୟରେ ୨ଟି ଗାଡ଼ିରେ ପ୍ରାୟ ୧୨ ଜଣ ଯୁବକ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀ କହିବା ଅନୁଯାୟୀ ସେମାନଙ୍କ ବୟସ ୨୫ରୁ ୩୫ ବର୍ଷ ଭିତରେ ହେବ। ସେମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ। କ୍ୟାମ୍ପରେ ପଶି ଦୁଇ କର୍ମଚାରୀ କୁଶ କୁଦେଇ ଏବଂ ଆଦିତ୍ୟ ବେହେରାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ଏହାପରେ କ୍ୟାମ୍ପରୁ ଦୁଇଜଣ ସୁପରଭାଇଜର୍ ନରୋତ୍ତମ ବିଶ୍ବାଳ ଓ ସନାତନ ବେହେରାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ଏକଥା କାହାକୁ ଜଣାଇଲେ ଜୀବନରେ ମାରିଦେବେ ବୋଲି କର୍ମଚାରୀମାନଙ୍କୁ ଧମକ ଦେଇଥିଲେ। ଯିବାବେଳେ କ୍ୟାମ୍ପରୁ ୨ଟି ଜାରକିନ୍ରେ ୪୦ ଲିଟର ଡିଜେଲ ନେଇଯାଇଥିଲେ।