-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ରାଉରକେଲା (ପ୍ରେରଣା ଖବର): ଆଜି ଦୁଇଟି ପୃଥକ ପୃଥକ ଟ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବନ୍ଧମୁଣ୍ଡା ଉତ୍ତମବସ୍ତିର ସୁରଜ ସିଂହ (୧୮)। ସଂଧ୍ୟା ପ୍ରାୟ ୭ଟାରେ ସୁରଜ ଟ୍ରେନ୍ ଲାଇନରେ ଶୌଚ କରି ଘରକୁ ଫେରୁଥିଳେ। ମାଲଗାଡି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବନ୍ଧମୁଣ୍ଡା ରେଳବାଇ ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍ଜିଏଚ୍କୁ ପଠାଇଛି। ଅନୁରୂପ ଭାବେ ହାୱଡା-ମୁମ୍ବାଇ ରେଳମାର୍ଗ ରାଉରକେଲା ଷ୍ଟେସନ ନିକଟ ଟ୍ରେନ୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ। ସୂଚନା ପାଇ ରେଳବାଇ ପୁଲିସ ରେଳଲାଇନ ପାର୍ଶ୍ବରୁ ଯୁବକଙ୍କୁ ଉଦ୍ଧାର କରି ବନ୍ଧମୁ୍ଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକଙ୍କ ପରିଚୟ ମିଳି ନଥିବା ରେଳବାଇ ପୁଲିସ କହିଛି।