-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||     

HOME   ରାଜ୍ୟ

ପିସିଆର ଭଳି ଘଟଣା ସ୍ଥଳରେ ପହଞ୍ଚିବ ଡ୍ରୋନ୍‌: ରାଜଧାନୀ ଆକଶରେ ଉଡିବ ୧୫ ଡ୍ରୋନ୍‌ କ୍ୟାମେରା।

29-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ) : ଦେଢ଼ କୋଟି ଟଙ୍କାରେ ୨୪ ଘଣ୍ଟିଆ ପଇଁତରା ଲାଗି କିଣାଯିବ ୧୫ଟି ଅତ୍ୟାଧୁନିକ ଡ୍ରୋନ୍‌ । ସବୁବେଳେ ଅତିକମରେ ରାଜଧାନୀ ଆକାଶରେ ୩ ଟି ଡ୍ରୋନ୍‌ ଉଡ଼ିବାକୁ ଯୋଜନା ରହିଛି।

ଡ୍ରୋନ୍‌ କ୍ୟାମେରା ଲେନ୍ସରେ ରହିବ ରାଜଧାନୀ। ଏହି କ୍ୟାମେରା ଦିନ-ରାତି ରାଜଧାନୀକୁ ଜଗିବ । ଏକକାଳୀନ ୩ଟି ଡ୍ରୋନ୍‌ ଘୂରିବୁଲିବ । ୨୪ ଘଣ୍ଟିଆ ପଇଁତରା ଲାଗି କିଣାଯିବ ୧୫ଟି ଅତ୍ୟାଧୁନିକ ଡ୍ରୋନ୍‌ । ଏଥିପାଇଁ ଖର୍ଚ୍ଚ ହେବ ଦେଢକୋଟି। କମିସନରେଟ୍‌ ପୋଲିସର ମଡର୍ଣ୍ଣ କ‌େ‌ଣ୍ଟ୍ରାଲ୍‌ ରୁମ୍‌ ଅଧୀନରେ ରହିବ ଏକ ଡ୍ରୋନ୍‌ ହବ୍‌ ।୨୪ ଘଣ୍ଟିଆ ପ୍ରହରା ଦେବା ସହ ସବୁବେଳେ ରାଜଧାନୀ ଆକାଶରେ ଅତିକମ୍‌ରେ ୩ଟି ଡ୍ରୋନ୍‌ ପଇଁତରା ମାରୁଥିବ । 
କ‌େ‌ଣ୍ଟ୍ରାଲ୍‌ ରୁମ୍‌ ଅଧୀନରେ ଯେପରି ପିସିଆର୍‌ ଭ୍ୟାନ୍‌ କାର୍ଯ୍ୟ କରୁଛି, ସେହିଭଳି ଡ୍ରୋନ୍‌ ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମସେବା ପ୍ରଦାନ ଲକ୍ଷ୍ୟ ରଖାଯାଇଛି । କ‌େ‌ଣ୍ଟ୍ରାଲ୍‌ ରୁମ୍‌କୁ ଡାଏଲ୍‌-୧୦୦ ମାଧ୍ୟମରେ କୌଣସି ସ୍ଥାନରୁ ସୂଚନା ଆସିବା ମାତ୍ରେ ଯେପରି ପିସିଆର୍‌ ଭ୍ୟାନ୍ ଉକ୍ତ ଘଟଣାସ୍ଥଳରେ ପହଞ୍ଚିଥାଏ, ସେହିପରି ଡ୍ରୋନ୍‌ ମଧ୍ୟ ଉକ୍ତ ସ୍ଥାନକୁ ଉଡିଯିବ । ଡ୍ରୋନ୍‌ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଲାଇଭ୍‌ ଚିତ୍ର କ‌େ‌ଣ୍ଟ୍ରାଲ୍‌ରୁମ୍‌କୁ ପଠାଇବ। କୌଣସି ଘଟଣା ବା ଅଘଟଣର ଗୁରୁତ୍ବକୁ ସଙ୍ଗେ ସଙ୍ଗେ ଉପଲବ୍ଧ କରାଯାଇ ଆନୁଷଙ୍ଗିକ ସହାୟତା ସେଠାକୁ ପହଞ୍ଚା ଯାଇପାରିବ । କମିସନରେଟ୍‌ ପୋଲିସ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ପୋଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ।
ରାଜଧାନୀର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜ୍‌ଭୁତ୍‌ କରିବା ଲାଗି ଏଭଳି ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ କମିସନରେଟ୍‌ ପୋଲିସ ନିଷ୍ପତ୍ତି ନେଇଛି । ରାଜଧାନୀରେ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ଭିଆଇପିଙ୍କ ବାସସ୍ଥାନ ଏବଂ ବହୁ ସମୟରେ ଭିଭିଆଇପି ଆସୁଥିବାରୁ ଏସବୁର ଆବଶ୍ୟକତା ରହିଛି । ସହରର ପ୍ରମୁଖ ଛକ ଗୁଡ଼ିକରେ ସିସିଟିଭି ରହିଛି । ଏହା ସତ୍ତ୍ବେ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ସେସବୁ ସ୍ଥାନ ଗୁଡ଼ିକ ଉପରେ ମଧ୍ୟ ଡ୍ରୋନ୍‌ ମାଧ୍ୟମରେ ନଜର ରଖାଯାଇପାରିବ । ଜାତୀୟ ରାଜପଥର ଓଭରବ୍ରିଜ୍‌ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ଡ୍ରୋନ୍‌ ନଜର ରଖିପାରିବ । ଦୁର୍ଘଟଣାସ୍ଥଳକୁ ଅତ୍ୟନ୍ତ କମ ସମୟରେ ଡ୍ରୋନ୍‌ ପହଞ୍ଚିପାରିବ । ସବିଶେଷ ତଥ୍ୟ ମିଳିବା ପରେ ପୁଲିସ ସେହି ହିସାବରେ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ କରିପାରିବ ।
ଅନେକ ସମୟରେ ରାଜଧାନୀରେ ଅପରାଧୀଙ୍କ ଛିନ୍‌ତାଇ ବା ରାହାଜାନି ଘଟଣା ସମ୍ପର୍କରେ ଅଭିଯୋଗ ହେଉଛି । ତେବେ କ‌େ‌ଣ୍ଟ୍ରାଲ୍‌ରୁମ୍‌ ଏଭଳି ଖବର ପାଇବା ପରେ ମଧ୍ୟ ସହଜରେ ଆକାଶ ମାର୍ଗରୁ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖି ପାରିବ । ସଡ଼କ ପଥରେ ଅପରାଧୀଙ୍କୁ ପିଛା କରିବା ତୁଳନାରେ ସେମାନଙ୍କୁ କିଭଳି କୌଶଳରେ ଧରାଯାଇପାରିବ ସେନେଇ ପୋଲିସ ଡ୍ରୋନ୍‌ ମାଧ୍ୟମରେ ତ୍ବରିତ୍‌ ପଦକ୍ଷେପ ନେଇ ପାରିବ ବୋଲି ପୋଲିସ କମିଶନର ଡ. ଷଢଙ୍ଗୀ ମତଦେଇଛନ୍ତି ।
ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ୍‌ ସମୟରେ ପ୍ରଥମେ ​‌ଦ୍ବୖତନଗରୀରେ ସହର ଉପରେ ଡ୍ରୋନ୍‌ ଉଡି ଭଏସ୍‌ ରେକର୍ଡିଂ ଜରିଆରେ ସତର୍କ ଓ ସଚେତନ କରାଇଥିଲା । ପ୍ରତିଦିନ ସନ୍ଧ୍ୟାପୂର୍ବରୁ ଅତ୍ୟାବଶ୍ୟକ ଦୋକାନ ବଜାର ବନ୍ଦ କରିବା ଓ ରାତି କର୍ଫ୍ୟୁ ଲାଗୁ ହେଉଥିବା ନେଇ ବରାବର ସୂଚନା ଦେବାରେ ସଫଳ ହୋଇଥିଲା । ଏପରିକି କଟକଣା ଉଲ୍ଲଙ୍ଘନ କରାଯାଉଥିବା ସ୍ଥାନ ଗୁଡିକୁ ମଧ୍ୟ ଚିହ୍ନଟ କରୁଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   31-Aug-2026

You Might Also Like