-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ଫାଇନାଲ ମ୍ୟାଚ ରେ ସୋନପୁର ବ୍ଲକ୍ ଚମ୍ପିଆନ ଗୋବିନ୍ଦପୁର ଏଫ ସି ଦଳ ଓ ସୋନପୁର ମ୍ୟୁନିସପାଲିଟି ଚମ୍ପିଆନ ରାମଧୁନ କ୍ଲବ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜିର ଏହି ରୋମାଞ୍ଚକର ମ୍ୟାଚରେ ମ୍ୟୁନିସପାଲିଟି ର ରାମଧୁନ କ୍ଲବ ୩-୨ ଗୋଲ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି l ଆଜିର ମ୍ୟାଚରେ ରେଫରି ଭାବରେ ସଞ୍ଜୀବ ସାହୁ,ସୁନୀଲ ମହାଲିଙ୍ଗ, ସୁଶାନ୍ତ ବାଗ, ଅନିତା ମହାନନ୍ଦ, ମ୍ୟାଚ କମିଶନର ଜିତେନ୍ଦ୍ର ଥାନାପତି ଏବଂ ଭୁକଲୁ ବକ୍ସି ଖେଳ ପରିଚାଳନା କରିଥିଲେ | ଆଜି ଏଇ ଖେଳ କୂ ମୁଖ୍ୟ ଅତିଥି ରୂପେ ସୋନପୁର ବିଧାୟକ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ରୂପେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ.ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ଡ଼ିଏସପି ରେଣୁକା ସୁନା, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର,ପୂର୍ବତନ ପୌରାଧକ୍ଷ ଶ୍ରୀଯୁକ୍ତ କଈରୁ ସ୍ୱାଇଁ, ବିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ନାରାୟଣପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ ଧରୁଆ ଉପସ୍ଥିତ ରହି ମ୍ୟାଚକୁ ଉଦଘାଟନ କରିଥିଲେ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ l ଆଜିର ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଓ ବେଷ୍ଟ ଆମେରଜିଙ୍ଗ ଖେଳାଳୀ ଭାବେ ରାମଧୁନ କ୍ଲବର ଚନ୍ଦନ ବେହେରା, ମ୍ୟାନ ଅଫ ଦି ସିରିଜ ଭାବରେ ରାମଧୁନ କ୍ଳବ ର ପାରସ ମହାନନ୍ଦ, ବେଷ୍ଟ ଡିଫେନସ ଭାବେ ରାମଧୁନ କ୍ଲବ ର କିରନ ନାଏକ ଓ ବେଷ୍ଟ ଗୋଲ କିପର ଭାବରେ ଗୋବିନ୍ଦପୁର ଏଫ ସି ଦଳ ର ଗରିବ ବାଗକୁ କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l ଚମ୍ପିୟାନ ଦଳ ଭାବରେ ରାମଧୁନ କ୍ଲବ କୁ ବାର ହଜାର ଅର୍ଥ ରାଶି ସହିତ ଟ୍ରଫି ଏବଂ ରନର୍ସ ଅଫ ଦଳ ଭାବେ ଗୋବିନ୍ଦପୁର ଏଫ ସି ଦଳ କୁ ଦଶ ହଜାର ଅର୍ଥ ରାଶି ସହିତ ଟ୍ରଫିପ୍ରଦାନ କରାଯାଇଥିଲା l ବେଷ୍ଟ ଭୋଲେଣ୍ଟୀଅର ଭାବେ ଚାପ ଧାରି ଙ୍କୁ ପୁରସ୍କୃତ କରା ଯାଇଥିଲା l ଡିଷ୍ଟ୍ରିକ୍ଟ ଏଥଲେଟିକ ଆଶ୍ସୋସିଏସନ ର ଉପ ସଭାପତି ଶ୍ରୀ ଚିତ୍ତରଞ୍ଜନ ତରସିଆ, ଫୁଟବଲ ସମ୍ପାଦକ ରାଜୀବ ସାହୁ, ଭଲିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ଡିଷ୍ଟକ ଏଥଲେଟିକ ଆଶ୍ସୋସିଏସନ ର କାର୍ଯ୍ୟକାରି ସଦସ୍ୟ ଦିଲ୍ଲିପ ଗୁରୁ, ଜିତେନ୍ଦ୍ର ସାହୁ, ବଳରାମ ପଟ୍ଟନାୟକ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଏହି ମଞ୍ଚ ରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଅଵସର କାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ବରିଷ୍ଠ ସଦସ୍ୟ ଦିଗାମ୍ବର ଶତପଥୀ ,ମନୋରଞ୍ଜନ ତ୍ରିପାଠୀ,ସଂଜୟ ସାହୁ,ସୁବାସ ବିଶ୍ୱାଳ ସଭା ପରିଚାଳନା ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଏଥେଲେଟିକ ଆସୋସିଏସନ ର ସାଧାରଣ ସମ୍ପାଦକ ଶ୍ରୀ ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ ସମସ୍ତ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l କୋଚ କଲିମ ମହମ୍ମଦ,ବିକାଶ ପାଢ଼ୀ,ରାଜ କୁମାର ନାଏକ୍,ଅନିଲ ସାହୁ, ରବି ନାରାୟଣ ଦେହୁରୀ, ବୁବୁନ୍ ନାଏକ୍, ଅମିତ ସାହୁ, ଚନ୍ଦନ ସାହୁ,ଦିଲୀପ ସାହୁ, ରିପୁନ ନାଏକ, ବାଳଗୋପାଳ ମିଶ୍ର, ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l