-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଏକଜୁଟ ହେଲେ ସହର ର ସମସ୍ତ କ୍ଲବ, ସାମାଜିକ, ଶିକ୍ଷା , ଅଧ୍ୟାତ୍ମିକ , କ୍ରିଡ଼ା ଓ ନାରୀ ଅନୁଷ୍ଠାନ l ସୁବର୍ଣ୍ଣପୁର ଜିଲ୍ଲା ର ଆବାଳ ବୃଦ୍ଧ ବନିତା ସ୍ନେହ ଓ ମମତା ର ଆଞ୍ଜୁଳାଏ କୁସୁମ ରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କଲେ ଜିଲ୍ଲାପାଳ ଙ୍କୁ l ଏ ଭାବ ପ୍ରବଣ ବିଦାୟ ସମ୍ବର୍ଦ୍ଧନା ଦେବାରୁ ଟିକେ ଆଶୀର୍ବାଦ ନେବାରୁ ବାଦ ପଡିନି ଗୋଟେ ସାତ ବର୍ଷ ର କୁନି ପିଲା l କାନ୍ଦି ପକାଉଛି ଆଜି ଦୁର୍ଘଟଣା ଗ୍ରସ୍ଥ ନିମ୍ନା ଗାଁ ର ବିଶ୍ୱଜିତ୍ ଯିଏ କି ଜିଲ୍ଲାପାଳ ଙ୍କ ଦ୍ଵାରା ରେଡକ୍ରସ ରୁ ୩୦ ହଜାର ଟଙ୍କା ଚିକିତ୍ସା ସହାୟତା ପାଇଥିଲା l କୃତଜ୍ଞତା ଦେବା ସୂଯୋଗ ର ହାତ ଛଡା କରିନି ହାର୍ଟ ଅପରେସନ ରେ ଜିଲ୍ଲାପାଳ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ପୁର୍ନଜୀବନ ପାଇଥିବା ହର୍ଷବର୍ଦ୍ଧନ l ଫୋନ୍ ରେ ଶୁଭେଛା ଜଣାଇବା ଭୁଲିନି ଜିଲ୍ଲାପାଳ ଙ୍କ ଠାରୁ ସମ୍ୱର୍ଦ୍ଧିତ ହୋଇଥିବା ନନ୍ଦନ ମାଳ ଗାଁ ର ଗରିବ ଛାତ୍ରୀ ତଥା ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ ର ଗୋଲ୍ଡ ମେଡାଲ ଛାତ୍ରୀ ମହେନ୍ଦ୍ରୀ ନାଗ l ଫୋନ୍ ରେ ଆଶୀର୍ବାଦ ଦେବା ଭୁଲିନି ଆଜି ଜିଲ୍ଲା ର ଅନେକ ବିଧବା ତଥା ଅସହାୟ ବୃଦ୍ଧ ବୃଦ୍ଧା l ଏମିତି ହଜାର ଦୁଃଖୀ ରଙ୍କି ସଧାରଣ ଲୋକ ଗାଁ ଗାଁ ରେ ମେଳି ହୋଇ ଚିନ୍ତା କରୁଛନ୍ତି ଚର୍ଚ୍ଚା କରୁଛନ୍ତି ଆମ ପ୍ରିୟ ଜିଲ୍ଲାପାଳ ଡ଼ ନୃପ ରାଜ ସାର୍ ଙ୍କ ଚାକିରୀ ଶେଷ ହୋଇଯିବ l ସ୍କୁଲ୍ କଲେଜ୍ ବସ୍ ରେ କ୍ଲାସ୍ ରେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଚର୍ଚ୍ଚା ଆମ ଲୋକ ପ୍ରିୟ ଜିଲ୍ଲାପାଳ ସୋନପୁର ରୁ ବିଦାୟ ନେବେ l ଆଜି ଆୟୋଜିତ ଏକ ଭବ୍ୟ ସମ୍ବର୍ଧନା ସଭାରେ କହିଲା ନୂଆଁ ବସଷ୍ଟାଣ୍ଡ୍ ନିର୍ମାଣ କଥା, ଷ୍ଟାଡିଅମ୍ ପାଇଁ ୨୫ କୋଟି ଟଙ୍କା ଅନୁଦାନ କଥା ସବୁ ଅବଦାନ ଆପଣଙ୍କ, କିଏ କହିଲା ଯିଏ ବି ଯେତେବେଳେ ଯାହା ଗୁହାରୀ କରି ଆସିଛି ଆପଣଙ୍କ ଦ୍ଵାର ରୁ କେବେ ଫେରିନି l କିଏ କହିଲା ଏଇ ତେର ମାସ ଶାସନ ଆମ ଜିଲ୍ଲା ପାଇଁ ଏକ ସ୍ୱର୍ଣ୍ଣିମ ଯୁଗ ଏମିତି ଅନେକ ପ୍ରଶଂଶା କରିଥିଲେ ଉପସ୍ଥିତ ସହର ର ବୁଦ୍ଧିଜୀବି, ସମସ୍ତ ଅନୁଷ୍ଠାନ ର ପ୍ରମୁଖ କର୍ମ କର୍ତ୍ତା ସଦସ୍ୟ l ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ, ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ ଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଉପ ଢ଼ୌକନ , ମାନ ପତ୍ର, ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କଲେ ସହର ର ବରିଷ୍ଠ ନାଗରିକ ସଂଘ, ଶ୍ରୀ ଗୋପାଳ ଜି ଓ ଦିବ୍ୟ ଉର୍ଯ୍ୟl ଯୋଗାଳୟ ଅନୁଷ୍ଠାନ , ଓଡ଼ିଶା ସାମ୍ୱାଦିକ ସଂଘ, ନାରୀ ଜାଗରଣ କେନ୍ଦ୍ର, ବ୍ୟବସାୟୀ ସଂଘ, ପଏଁରୀ, ସ୍ବଚ୍ଛ ଭାରତ ସଙ୍ଗଠନ, ଭାରତ ବିକାଶ ପରିଷଦ, ବିଭିନ୍ନ ସାଂସ୍କୃତିକ ଆଧ୍ୟତ୍ମିକ ଅନୁଷ୍ଠାନ, କ୍ରୀଡା ସଂଘ, ପୋଲିସ ସଂଘ, ରାମ ଧୂନ୍ କ୍ଲବ, ସୋନପୁର କଲେଜ୍ ଏନ୍ ସି ସି, ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ, ସାହାରା ଓ ବିଶ୍ୱ ଭାରତୀ ଶିକ୍ଷା ନିକେତନ, ଓ ମହାନଦୀ ଧାରା ସମେତ ସହର ର ୫୦ ରୁ ଉର୍ଦ୍ଧ୍ବ ପ୍ରମୁଖ ଅନୁଷ୍ଠାନ କର୍ମ କର୍ତ୍ତା l ଶେଷରେ ନିଜ ଅନୁଭୂତି ପ୍ରକାଶ ରେ କହି ଛନ୍ତି ଜିଲ୍ଲାପାଳ ଡ଼ ସାହୁ ଯେ ମୋ ଚାକିରୀ କାର୍ଯ୍ଯ କାଳ ଭିତରେ ସବୁଠୁ ଅଧିକ ଲୋକ ଙ୍କ ସହ ସମ୍ପର୍କ ଯୋଡ଼ିଛି, ଅଧିକ ଲୋକ ଙ୍କୁ ଭଲ ପାଇଛି, ଅଧିକ କାମ କରିବା ରେ ଉତ୍ସାହ ସହଯୋଗ ପ୍ରେରଣା ଓ ଆତ୍ମ ବିଶ୍ୱାସ ପାଇଛି, ଏଠାକାର ଲୋକ ଙ୍କୁ ଏ ମାଟି ପାଣି ପବନ ମନ୍ଦିର ମାଳିନୀ ସହର କୁ ଖୁବ ଭଲ ପାଇଛି l ଯାହାକି ମୋ ଜୀଵନ ରେ ଏ ସବୁ ସ୍ମୁତି ହୋଇ ରହିବ ମନେ ପଡିବ ସବୁଦିନ l ସଭା ଆରଂଭ ରୁ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା କରାଯାଇଥିଲା l ସଭାକୁ ସାମ୍ବାଦିକ ତଥା ସମାଜ ସେବୀ ମନୋରଞ୍ଜନ ତ୍ରିପାଠୀ ଓ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ସଂଯୋଜନା କରିଥିବା ବେଳେ ଆଇନଜୀବୀ ପ୍ରଦୀପ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ l ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସୋନପୁର କଲେଜ୍ ଏନ୍ ସି ସି ଲେଫ୍ଟ୍ ନେଣ୍ଟ ଆଶିଷ କୁମାର ଅଗ୍ରୱାଲ, ଡ଼ ଆର୍ତ୍ତ ତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସୁନନ୍ଦା ସାହୁ, ମନୋଜ୍ ପଣ୍ତା, ଇନ୍ଦୁ ମତି ପୁରୋହିତ, ଚୌଧୁରୀ ବିଭାର, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସୁଭାଷ ପଣ୍ତା, ସୋନପୁର କଲେଜ୍ ଏନ୍ ସି ସି ଛାତ୍ର ଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ l