-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ବରପାଳି (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଳି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ତାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀଙ୍କ ସଭାପତିତ୍ୱରେ ସାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଦୀନେଶ ଗହୀର, ସମ୍ମାନିତ ଅତିଥି ଭାବେ ଏମ ପି ପ୍ରତିନିଧି ପଦ୍ମଲୋଚନ ସାହୁ, ସମସ୍ତ କାଉନଶିଳର ମାନେ ଯୋଗ ଦେଇ ସହାରକୁ ଗୋଟିଏ ସ୍ଵଛ, ସୁନ୍ଦର ଏବଂ ନୂତନ ଭାବରେ ବରପାଲି କୁ ସୌନ୍ଦର୍ଯ୍ୟ ସହର କରିବା ପାଇଁ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଏନ,ଏ,ସି, ସି ଓ ସ୍ନିଗ୍ଧାରାଣୀ ବିଶ୍ୱାଳ ସଭା ପରିଚାଲନା କରିଥିଲେ। ଏହି ଅବସରରେ ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ପତାକା ଉତୋଳନ କରି ପରେ ସରକାରୀ ଡାକ୍ତର ଖାନା ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ସଭା ଶେଷରେ ଏନ,ଏ,ସି, ସି ଓ ସ୍ନିଗ୍ଧାରାଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।