-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ନର୍ଲା(ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ମୁରସିଂ ଓ ଭୀମକେଲା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ମାତୁଲ ନାଳାଠାରେ ଏକ ପୋଲ ନିର୍ମାଣ ସକାଶେ ଦାବି ହୋଇଆସୁଥିଲା। ଦୀର୍ଘ ଦିନର ପ୍ରତୀକ୍ଷା ପରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଏ ଅଞ୍ଚଳର ଲୋକଙ୍କ ମୁଖ୍ୟ ସମସ୍ୟାକୁ ବୁଝି ମାତୁଲ ନାଳାରେ ଏକ ପୋଲ ନିର୍ମାଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଧାୟକଙ୍କ ସହ ବିଜେଡି ନର୍ଲା ବ୍ଳକ ସଭାପତି ପରେଶ ପଧାନ,ଜିଲ୍ଲା ସଂପାଦକ ମନମୋହନ ନାଏକ,କର୍ମେ ପଞ୍ଚାୟତ ବିଜେଡି ସଭାପତି ଅର୍ଜୁନ ପଧାନ, ସମ୍ପାଦକ ଛବି ମାଝୀ,ବ୍ଳକ ସଭାନେତ୍ରୀ ପ୍ରମିଳା ପଧାନ, ଦୁର୍ଲ୍ଲଭ ମାହାର,ଜୟନ୍ତ ଗଉଡ, ନର୍ଲା ବ୍ଳକ ଯୁବ ସଭାପତି ହରି ଶଙ୍କର ମାଝୀ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ଅଶ୍ୱିନୀ ଭୋଇ, ପଞ୍ଚାୟତ ସଭାପତି କିଶୋର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ। ଶ୍ରୀ ବିଧାୟକ ସନ୍ନ୍ୟାସୀ ଉଚ୍ଚ ବିଦ୍ୟାଳୟ,ମରସିଂ ପାଇଁ ଏକ ଖେଳ ପଡିଆ,ନୂତନଗୃହ, ସାଇକେଲ ଷ୍ଟାଣ୍ଡ ,ଶୈ।ଚାଳୟ ନିର୍ମାଣ ପାଇଁ ପ୍ରତିଶୃତି ଦେଇ ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ସକାଶେ ଓ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି ଜନସାଧାରଣଙ୍କ ସୁଖଦୁଃଖ ସମ୍ପର୍କରେ ଆଲୋଚନା କରିଥିଲେ।