-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ବ୍ଲକ କୁଟାସିଂହା ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ପଂଚାୟତ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା l ସରପଞ୍ଚ ଡିଗ୍ରୀ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ଉପସ୍ଥିତ ଥିଲେ l ସମୁଦାୟ 23 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ଯାହାକି ଶିକ୍ଷା , ସ୍ୱାସ୍ଥ୍ୟ, ଭତ୍ତା, ଶିଶୁ ଵିକାଶ, କୃଷି, ପ୍ରାଣୀ ପ୍ରଭୁତି ଉପରେ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା l ଉକ୍ତ ପଞ୍ଚାୟତ ରେ କୁଟାସିଂହ।, ତେତେଲ ଗାଁ , ସେମେଲମୁଣ୍ଡା , ଡୁଙ୍ଗୁରିପାଲି ଗ୍ରାମ ର ଲୋକେ ଅଭିଯୋଗ ଶୁଣାଣି କୁ ଆସିଥିଲେ l ପିଇଓ ଅମର କୁମାର କୁଆଁର ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଶିବିର ରେ ଜିପିଡିଓ ଦେବରାଜ ତାଣ୍ଡି , ଜଳ ଓ ପରିମଳ ଯନ୍ତ୍ରୀ ବୁଦ୍ଧିରାମ ମହନ୍ତ , ଏପିଓ ଜଗତଜିତା ସେଠି, ବି ଆର୍ ସି ଅଂଶୁମାନ ଦେବ ବାବୁ , ମଦନ ସାହୁ , ସର୍ବେଶ୍ଵର ପ ଟେ ଲ , ରୋହିତ ପ ଧାନ , ସୁଶାନ୍ତ ବାଗ, ବେଣୁଧର ସିଂହ, ଏ ଡି ଓ ସୁଦର୍ଶନ ମେହେର ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ରେ ସହଯୋଗ କରିଥିଲେ l