-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2024
କଲାହାଣ୍ଡି /ନର୍ଲା (ଦିପକ କୁମାର ସାହୁ )
ନର୍ଲା ବ୍ଲକ ପରିସରରେ ଜେଏମଏଫ୍ ସି ରାମପୁର ରାଜେଶ କୁମାର ଦାସଙ୍କ ଦ୍ୱାରା ତାଳୁକ ଆଇନ ସେବା ପ୍ରାଧିକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କିନ୍ନର ମାନଙ୍କୁ ସୁପ୍ରିମକୋର୍ଟ ଗାଇଡ଼ ଲାଇନ୍ ଅନୁଯାଇ ଅଧିକାର ଆଲୋଚନା ସହ ସରକାରଙ୍କ ବସୁନ୍ଧରା ଯୋଜନା ରେ ଭୂମିହୀନ ମାନଙ୍କୁ ଭୂମି ଯୋଗାଇଦେବ, ମଧୁବାବୁ ପେନସନ, ପରିବାର ରେ କିନ୍ନର ଙ୍କ ଅଧିକାର, କିନ୍ନର ଙ୍କୁ ପରିହାସ କଲେ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା, କିନ୍ନର ପରିଚୟ ପତ୍ର, ରାସନ କାର୍ଡ,ଶିକ୍ଷା କ୍ଷେତ୍ର ଅଧିକାର ଏପରି ବହୁ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ କିନ୍ନର ମାନଙ୍କୁ ବୁଝାଇ ଥିଲେ l ଉକ୍ତ କାର୍ଯକ୍ରମ ରେ ମ. ରାମପୁର ବାର ଆଶ୍ସୋସିଏସନ ର ଜୟ କୁମାର ସିଂଦେଓ, ଯତୀନ କୁମାର ସାହୁ, ଡୋଳାମଣୀ ସାହୁ, ଅଶ୍ୱିନ ପଣ୍ଡା,ନର୍ଲା ବିଡିଓ ଏନ.ଜଗଜ୍ଜିବନ ଚୌଧୁରୀ,ବିଏସଏସଓ ପ୍ରଦୀପ ବେହେରା,ସେବାକାରୀ କିନ୍ନର ସଙ୍ଘର ସଭାପତି କାମିନୀ କିନ୍ନର ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l